STORYMIRROR

Kailash Chandra Behera

Romance

4  

Kailash Chandra Behera

Romance

ପ୍ରେମରେ ପ୍ରେମରେ

ପ୍ରେମରେ ପ୍ରେମରେ

1 min
346

ପ୍ରେମର ପ୍ରଥମ ନାୟିକା

      ଜୀବନେଶ୍ବରୀ ମୋର,

ପ୍ରେମର ପ୍ରଥମ ସ୍ମୃତିକୁ 

      ରଖିଲ ମୋ ଅନ୍ତର ।


ପ୍ରେମ ବୋଲି ଯେଉଁ ଦୁଇଟି

      ଅକ୍ଷର ଥିଲି ପଢ଼ି ,

ପ୍ରେମର ବାସ୍ତବ ରୂପକୁ,

      ମାତ୍ର ନଥିଲି ଗଢ଼ି ।


ପ୍ରେମିକା ହୋଇ ତୁମେ ତାକୁ ,

       କରିଥିଲ ସର୍ଜନା ,

ପ୍ରଚ୍ଛଦ ପଟ୍ଟ ସେ ଦିନରୁ 

       ହେଲ ହୃଦରେ ସିନା ।


ପ୍ରେମର ବାଟଟା ଅନ୍ଧାର 

       ଅଟେ ସତରେ ଏକା ,

ପ୍ରମାଦ ପଡ଼ିଥିଲା କେତେ

       ନ କରି ହେବ ଲେଖା ।


ପ୍ରଥମେ ଖାଲି ଦେଖାଦେଖି

       ଆଖିରେ ଆଖି ମିଶା ,

ପ୍ରଲୋଭନ ଖାଲି ମନରେ

       ମୁଖରେ ନାହିଁ ଭାଷା ।


ପ୍ରକାଶ୍ୟରେ କଥା ନ ହୋଇ

       ହାତେ ଇଶାରା ଦେଇ ,

ପ୍ରକାଶ କରିବାକୁ ହୁଏ

       ମନୋଭାବନା ନେଇ ।


ପ୍ରବେଶଇ ସ୍ନେହ ବେଶିରୁ 

        ବେଶି ଗାତ୍ର ଭିତରେ ,

ପ୍ରସରଇ ଗପ କରିବା 

        ବସିଣ ନିରୋଳାରେ ।


ପ୍ରସ୍ଫୁଟଇ ପ୍ରେମ ଅଙ୍କୁର

        ଅତି ସ୍ନେହ ବୀଜରୁ ,

ପ୍ରଣୟ ଲତା ହୁଏ ପ୍ରେମ

        ଅଙ୍କୁର ବଢ଼ିବାରୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance