STORYMIRROR

Monalisa Maharana

Tragedy

3  

Monalisa Maharana

Tragedy

ଓଠ ତଳ ହସ

ଓଠ ତଳ ହସ

1 min
223


ହସିବା ତ ମୁଁ କେବେ ଠାରୁ ଭୁଲି ଯାଇଛି,

ବୋଧେ ସେ ମୋତେ ଭୁଲି ଯାଇଛି। 

ସମସ୍ତେ କୁହନ୍ତି ଓଠ ତଳେ ହସ ଥାଏ,

ହେଲେ ମୁଁ ବୋଧେ ହଜେଇ ଦେଇଛି। 

ବହୁବାର ହସିବା ପାଇଁ ଚେଷ୍ଟା କରେ, 

ହେଲେ ଏମିତି ଲାଗେ କି ଯେମିତି କିଏ ଚାପି ଧରୁଛି।

ମାଆ ପାଖରେ ଯେବେ ଥିଲି ,

ସେ ତ ମୋ ଓଠରେ ତା ଓଠକୁ ଥାପି ମୋତେ ଯଥେଷ୍ଟ ଖୁସି ଦେଉ ଥିଲା। 

ଯେବେ ତାକୁ ଦୂରେଇ ସଂସାର ସହରରେ ହଜି, ମାୟା ପଛରେ ଧାଇଁଲି ତା ଦ୍ଵାରା ମୁଁ ପ୍ରତାରିତ ହେଲି।

ଭାବି ଥିଲି ବାହ୍ୟ ଦୁନିଆଁ ଆହୁରି ମନୋରମ ହୋଇଥିବ,ହେଲେ ତାହା ଥିଲା ମରୁଭୂମିର ମରୁ ମରୀଚିକା ତୁଲ୍ୟ ଥିଲା। 

ମୋହର ନାଗ ଫାଶରେ ଛନ୍ଦି ହୋଇ ଯେବେ,

ପ୍ରେମର ମାୟା ଜାଲରେ ପଡେ,

ଚାରି ପାଖ ଅନ୍ଧକାର ଦେଖ

ଯାଏ। 

ପ୍ରେମର ଦ୍ୱାହି ଦେଇ ଆଗେଇ ଚାଲିଛି,

ଜାଣେନା ତାର ସ୍ଵାଦ କିପରି। 

ହୁଏତ ସାର୍ଥକ ପ୍ରେମ ପାଇବା ଆଶାରେ ,

ପ୍ରତାରଣାକୁ ଆପନେଇବି। 

ଛଳନା କରି ଦେହ ସହ ଖେଳିବା ପରେ,

ପ୍ରେମିକର ପ୍ରତାରଣା ଦ୍ଵାରା ପ୍ରତାରିତ ହୋଇ,

ଯନ୍ତ୍ରଣା ସଙ୍ଗୀତ ଗାନ କରି ମତ ହୋଇଯିବି। 

ତୁମ ଦ୍ଵାରା ପ୍ରତାରିତ ହେଲେ,

କଣ କହି ପ୍ରତିବାଦ କରିବି ଜାଣିନି। 

ଏତିକି ଜାଣିଛି ସାଥୀ ତମାମ ଜୀବନ ଯନ୍ତ୍ରଣାର ସଙ୍ଗୀତ ଗାନ କରି ନିଜ ଅନ୍ତରରେ ପ୍ରତାରିତ ହେବି। 

ମୋ ହୃଦୟରୁ ତୁମ ହୃଦୟକୁ ଚାହିଁ ଥିଲି,

ହେଲେ ତୁମେ ବୋଧେ ମୋତେ ଚହଁନା। 

ନିଜକୁ ତ ମୋଠାରୁ ଛଡେଇ ନେଲ,

ଶେଷରେ ଓଠ ତଳେ ଯେଁଉ ହସ ଥିଲା ତାକୁ ମଧ୍ୟ ନେଇଗଲ। 


Rate this content
Log in

Similar oriya poem from Tragedy