Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Romance Others

4  

Prasanta kumar Hota

Romance Others

ମଳୟ ମଧୁପ

ମଳୟ ମଧୁପ

1 min
388



ମଳୟ ବୋହିନି ମଧୁପ ଆସିନି 

ଆସିନାହିଁ ମଧୁକାଳ 

ମଧୁକର କିନ୍ତୁ ମଧୁ ନେବା ଆଶେ 

ଖୋଜୁଥାନ୍ତି ମଧୁ ବେଳ l


ସପ୍ତା ସମାରୋହ ଭାଲେଣ୍ଟାନି ମୋହ

ସାତ ଦିନେ ସମାପନ 

ରୋଜ ଦିନ ଠାରୁ ହଗ୍ ଦିନ ଯାଏ 

ଯୁବା ମନ ଛନଛନ l


ପାଗ ଅନୁକୂଳ ପଶ୍ଚିମ ସକଳ 

ଏହି ମାସେ ତେଣୁ ବନ୍ଧା 

ପୁରୁବେ ପରବ ନୁହେଁ ପରାଗତ

ପରାନୁକରଣେ ଫନ୍ଦା l


ବସନ୍ତରେ ରାସ ରାଧାକୃଷ୍ଣ ରସ 

ଭକ୍ତି ପ୍ରେମ କର୍ମ ସୁଖ 

ପ୍ରେମର ପୁଲକ ପାଆନ୍ତି ଉତ୍ସୁକ 

ତୃଷାର୍ତ୍ତ କୁ ବଳାହକ l


କୃଷ୍ଣ ପ୍ରେମେ କୃଷ୍ଣ ଦେଖୁଛି ବା କିଏ 

ମଦମତ୍ତେ ଚର୍ମାନନ୍ଦ 

ଅନ୍ଧ ହୋଇ ଯାଏ ବିବେକ ବିଚରା 

ସତେ କି ପରମାନନ୍ଦ l


ଭାଲେଣ୍ଟାଇନ ଯା କରିଥିଲେ କେବେ 

କରୁଛି ବା କିଏ ତାକୁ 

ପ୍ରତୀକ ଧର୍ମରେ ପ୍ରେମ ପରିଭାଷା 

ପାଶ୍ଚାତ୍ୟ କରିଛି କାବୁ l


ପ୍ରପୋଜ ଡେ ପରେ ବ୍ରେକ ଅପ୍ ଆସେ

ପ୍ରେମ ପର୍ବେ ଏକ ଧାରା 

ଯୁବକ ଯୁବତୀ ବେଳହୁଁ ବିଳାସୀ

ଦେଉଛନ୍ତି ଯାହା ନାରା ll




Rate this content
Log in

Similar oriya poem from Romance