STORYMIRROR

Dr Baman Chandra Dixit

Abstract Romance

4  

Dr Baman Chandra Dixit

Abstract Romance

ପ୍ରେମ

ପ୍ରେମ

1 min
386

ପ୍ରେମ ନୁହେଁ ଖାଲି ଦେହର ମିଳନ

ବେନି ପ୍ରାଣ ବେନି ମନର ବନ୍ଧନ

ଅଢ଼େଇ ଅକ୍ଷରେ ଲେଖି ହୁଏ ସିନା

ମରମରେ ଲାଖି ରହିଯାଏ ପ୍ରେମ।।


ଭିଜା କେଶ ତଳୁ ଟୋପା ଟୋପା ପାଣି

ପ୍ରତି ରଙ୍ଗ-ରାଜି ଯାଏ ବୁଣି ବୁଣି

ପ୍ରିୟତମ ଅଙ୍ଗେ ଛାଟି ରଙ୍ଗ ଛଟା

ଆଙ୍କିଯାଏ ଲକ୍ଷ ଇନ୍ଦ୍ରଧନୁ ପ୍ରେମ।।


ଓଢଣୀ ଉହାଡୁ ଧାରୁଆ ଚାହାଣି

ପ୍ରିୟବର ହୃଦ ଯାଏ ଯେବେ ହାଣି

କଷା ବୟସର ମତୁଆଲା ଭାଷା

ଅଙ୍ଗେ ଅଙ୍ଗେ ନିଶା ନେଶିଯାଏ ପ୍ରେମ।।


ମାନ ଅଭିମାନ ଅଝଟ  ଗୁମାନ

ଝଟ ମାନିଯାଏ ମଜ୍ଜିଯାଏ ମନ ।

ନିଃଶ୍ବାସ ହଜେଇ ବିଶ୍ବାସ ପରସେ

ବାହୁ ବନ୍ଧନୀ ରେ ଉନ୍ମାଦିନୀ ପ୍ରେମ।।


ପ୍ରେମ ଠାରୁ ଭିନ୍ନ ନୁହେଁ ବି ବିରହ

ସଞ୍ଚିତ କାମନା ସ୍ନେହ ନେହ ମୋହ

ମିଲନର ଆଶା ତୃଷା ମାତ୍ର ନୁହଁ

ସଂଜୀବନୀ ବାରି ସିଞ୍ଚିଯାଏ ପ୍ରେମ।।


ଜଲିଉଠେ କେବେ ମଶାଣୀର ଜୁଈ

ଉଠିଯାଏ ଧୂଆଁ ଆକାଶକୁ ଛୁଇଁ

ଉଦାସ ଆଖିର ହତାଶ ଚାହାଣି

ଥରଥର ହାତେ ଲୁହ ପୋଛେ ପ୍ରେମ।।


ଅଜର ଅମର ଅକ୍ଷର ଅବ୍ୟକ୍ତ

ଅନାଦିରୁ ଅନ୍ତ ଯାଏ ପରିବ୍ୟାପ୍ତ

ନଶ୍ଵର ଶରୀର ଆତ୍ମା ଚୀର-ଜୀବୀ

ପରମାତ୍ମା ପ୍ରାପ୍ତି ଶାଶ୍ୱତ ମିଳନ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract