STORYMIRROR

JITENDRA CHANDRA SAHOO

Romance

4  

JITENDRA CHANDRA SAHOO

Romance

ଚିର ବସନ୍ତ

ଚିର ବସନ୍ତ

1 min
275

ଋତୁରାଜଟିଏ ହେବି ତୋ ପାଇଁ

ଫଗୁଣର ଫଗୁ ଆଣିବି ବୋହି

ମଳୟ ଗନ୍ଧରେ ମହକାଇ ଦେବି

ତୋ ମନ ହୃଦୟ ର ଅରଣ୍ୟ ଭୂଇଁ ।୧।

ପ୍ରତି,ପ୍ରେମ ସୁଧା ବୋଳି ପ୍ରତି ଅଙ୍ଗେ

ପୁଲକ ଜୁଆରେ ଦେବି ଭସାଇ

ମୋ ମନ ସରସୀ ନୀରରେ ଫୁଟିବୁ

କୁମୁଦ କମଳ ରୂପସୀ ହୋଇ ।୨।

କୃଷ୍ଣଚୂଡ଼ା ହୋଇ ତୋତେ ରଙ୍ଗାଇବି

ଅଧରର ମଧୁଟିଏ ମୁଁ ହୋଇ

ବ‌ଉଳର ବାସ ତୋ ଲାଗି ଆଣିବି

ଚ‌ଇତାଳି ମାସ ସମୀର ହୋଇ ।୩।

ତୋ ଲାଗି ଗାଇବି କୋଇଲିର କଣ୍ଠେ

ବକୁଳ ବନର ଗହଳେ ଥାଇ

ପ୍ରେମ ସଙ୍ଗୀତରେ ତୋ ମନ ମୋହିବି

ଚିର ବସନ୍ତ ଟେ ହେବି ତୋ ପାଇଁ ।୪।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance