Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prakash ranjan Swain

Romance

4  

Prakash ranjan Swain

Romance

ପ୍ରେମ

ପ୍ରେମ

1 min
251


ପ୍ରେମ ନୁହେଁ ଏକ ମିଛ ବାଲିଘର

       ହାତେ ଗଢି ଭାଙ୍ଗିଦେବି

ପ୍ରେମ ନୁହେଁ ଏକ କାଗଜ ଡଙ୍ଗା

      ତାକୁ ନଈରେ ଭସେଇ ଦେବି ।


ପ୍ରେମ ନୁହେଁ ଏକ ଫୁଲର ବଗିଚା

      ହାତରେ ଉଜାଡି ଦେବି

ପ୍ରେମ ନୁହେଁ ଏକ ତୂଳୀ ଅଙ୍କା ଛବି

      ତାକୁ ଦେହରେ ମୁଁ ବୋଳି ହେବି ।


ପ୍ରେମ ନୁହେଁ ଏକ ପାହାନ୍ତି ଫଗୁଣ

      ରାତି ଫେରିଗଲେ ସରିଯିବ

ପ୍ରେମ ନୁହେଁ ଏକ ହାତ ଲେଖା ଚିଠି

      ଚିରିଦେଲେ ତାକୁ ଚିରିଯିବ ।


ପ୍ରେମ ନୁହେଁ ଏକ ଟୁକୁରା କାଗଜ 

      ଜାଲରେ ସେ ଭାସିଯିବ

ପ୍ରେମ ନୁହେଁ ଏକ ଛୋଟ ଧୂଳିକଣା 

     ତାକୁ ପବନ ଉଡେଇ ନେବ ।


ପ୍ରେମ ନୁହେଁ ଏକ ମଞ୍ଚର ନାଟକ

     ଆଲୋକ ଲିଭିଲେ ସରିଯିବ 

ପ୍ରେମ ନୁହେଁ ଏକ ଗପର ନାୟିକା

     ତାର ଭୂମିକାକୁ କାଟିହେବ ।


ପ୍ରେମ ନୁହେଁ ଏକ ଛୋଟ ଚଢ଼େଇଟେ

     ଦେଣା ଝଡି ଉଡ଼ିଯିବ

ମିଠା ସପନକୁ ଦେଖେଇ ସିଏ

      ମୋତେ ଛାଡ଼ି ଚାଲିଯିବ।


Rate this content
Log in