STORYMIRROR

BULU BEHERA

Romance

4  

BULU BEHERA

Romance

ପ୍ରେମ କଲା ପରେ

ପ୍ରେମ କଲା ପରେ

1 min
320

ପ୍ରେମ କରିବାକୁ ମୋତେ

ଯେତିକି ଭଲ ଲାଗେ

ପ୍ରେମ କଲା ପରେ ଜମାରୁ 

ଆଉ ଭଲ ଲାଗେନାହିଁ l


ଭଲ ପାଇବା ଆଗରୁ

ସେ ଝିଅର ଚାହାଣୀ

ରୂପ ଆଉ ଲାବଣ୍ୟ

ପ୍ରତି ମୁହୂର୍ତ୍ତରେ ମୋର

ଆଖିରେ  ନାଚି ଉଠେ l


କିନ୍ତୁ ଯେତେବେଳେ 

ସେ ସବୁ ମୋର  

ହାତ ମୁଠାକୁ ଧୀରେ ଧୀରେ 

ସମ୍ପୂର୍ଣ୍ଣ ରୂପେ ଚାଲିଆସେ

ସେତେବେଳେ ପ୍ରେମ

କରିବାର ମଜା କେଉଁଆଡେ 

ମନରୁ ସବୁ ଉଭେଇ ଯାଏ  

ତାହା ମୁଁ  ଜାଣିପାରେ ନାହିଁ l


ମୁଁ ଅନେକ ଝିଅଙ୍କୁ 

ପ୍ରେମ କରିଛି ସତ, 

କିନ୍ତୁ ପ୍ରକୃତ ପ୍ରେମ କଣ

ମୁଁ ଭଲ ଭାବେ ଜାଣିନି

ଆଉ କାହାକୁ ମୋର

ଜୀବନ ସାଥୀ ରୂପେ ବାଛି

ସାରା ଜୀବନ ମୁଁ କିପରି 

କାହା ସାଥିରେ ବିତାଇବାକୁ ପଡିବ   

ତାହା ଆଜି ମୁଁ କରିଥିବା 

ଅତୀତର ଭୁଲକୁ ମନେ ପକାଇ 

ନିରୋଳାରେ ବସି ବସି 

ମନେ ମନେ କାନ୍ଦି କାନ୍ଦି 

ଆଜି ମୁଁ ଅନୁତାପ କରୁଛି l 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance