Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshitish Jena

Abstract Romance Inspirational

4.5  

Kshitish Jena

Abstract Romance Inspirational

ଶୁଭ ବିବାହ

ଶୁଭ ବିବାହ

1 min
402


ବିବାହ ହେଉଛି ପବିତ୍ର ବନ୍ଧନ

ଆସେ ଜୀବନରେ ଥରେ

ଦୁଇଟି ହୃଦୟ ଦୁଇ ନୂଆ ମନ

ବାନ୍ଧିହୁଏ ବନ୍ଧନରେ ।


ଭରସା ବିଶ୍ୱାସ ଭଲପାଇବାରେ

ବନ୍ଧନ ସୁଦୃଢ଼ ହୁଏ

ଜାଣି ହୁଏ ନାହିଁ ପଥ ବହୁ ଦୂର

ପାଖେ ଯଦି ସାଥୀ ଥାଏ ।


ବିବାହ ପୂର୍ବରୁ ନିର୍ବନ୍ଧ ହୁଅଇ

ସ୍ଥିର ହୁଏ ଶୁଭ ଲଗ୍ନ

ଦୁଇ ପରିବାର କାନ୍ଥେ ଅଙ୍କା ହୁଏ

ଶୁଭ ବିବାହର ଚିହ୍ନ ।


ବାହାଘରେ ଶୁଭ ତେଲିଙ୍ଗି ବାଇଦ

ବରକୁ ସୁନ୍ଦର ବରଣୀ

କନ୍ୟାକୁ ସୁନ୍ଦର ସିନ୍ଥିରେ ସିନ୍ଦୁର

ଦୁଇ ପଟ ଶଙ୍ଖା ଓଢ଼ଣୀ ।


ବିବାହ ବେଦୀରେ ବରହସ୍ତେ ପରା

ଟେକି ଦେଇ କନ୍ୟା ହାତ 

ଦୁଇ ସମୁଦି ଯେ ଖୁସିରେ ଦୁହିଁଙ୍କୁ

କରିଥା'ନ୍ତି ଆଶୀର୍ବାଦ ।


ଦୁଇ ହଜାର ଏକୋଇଶି ମସିହା

ଜୁଲାଇ ସାତ ତାରିଖ

ଦିପି ଓ ମଙ୍ଗୁ ର ହୋଇ ଥିଲା ପରା

ଏଦିନେ ଶୁଭ ବିବାହ ।


ଆଜିର ଘଟଣା କାଲିକି ଅତୀତ

ରହିଯାଏ ସ୍ମୃତି ହୋଇ

କିଛି କିଛି ସ୍ମୃତି ଅଟଇ ଅଭୁଲା

ଶେଷଯାଏଁ ଥିବ ରହି ।


Rate this content
Log in

Similar oriya poem from Abstract