Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Romance Tragedy Inspirational

4.0  

Amit Bal

Romance Tragedy Inspirational

(୨ୟ)#ଶେଷ ଗରବା ଖେଳ#

(୨ୟ)#ଶେଷ ଗରବା ଖେଳ#

1 min
194


ମନେ ଅଛି ନା ତମର, ମୋ ସହ ଖେଳିଥିବା,

ସେ ଶେଷ ଗରବା ଖେଳ,

ଜ୍ୟୋତ୍ସ୍ନାର ଚାଦର ତଳେ ଆଖିରେ ଆଖିରେ

ସେ ନୀରବ କୋଳାହଳ ,


କହିଥିଲି ମୁଁ, ତମକଥା ଏବେ ଭାରି ମନେପଡେ,

ରାତି କଟେ ନୀତି ସ୍ମୃତି ଧାରେ,

କି ମୋହିନୀ ମନ୍ତ୍ର, ତମେ ପ୍ରିୟା ଜାଣିଛ କୁହନା,

ଏ ହୃଦୟ କାହିଁ ଏତେ ଝୁରେ ,


ଏବେ ଏଠି ସୀମାନ୍ତରେ,ଜାଣ ଯୁଦ୍ଧ ପରିସ୍ଥିତି

ମୃତ୍ୟୁ ର ମହାସ୍ରୋତ ବହୁଛି ଯେମିତି,

ପତ୍ରଝଡା ଜୀବନେ ମୋ ପୁଣି ପତ୍ର କଅଁଳିବ

ସେକଥା ସ୍ବପ୍ନ ପରି ଲାଗୁଛି ସାଥି ,


ଅଭିମାନ କରିବନି ପ୍ରିୟା ଯଦି ଫେରି ନ ପାରିବି

ଲଢି ଲଢି ଏ ଜୀବନ ହାରି,

ମାତୃଭୂମିର ଋଣ ପରିଶୋଧର ସମୟ ଆସିଛି

ତମେ କଣ ଚାହଁ, ମୁଁ ଯାଏ ଡରି !


ଦୁଃଖ , ଦେଇ ପାରିଲିନି ତମକୁ ଏ ଜୀବନେ କିଛି,

ପ୍ରୀତି ଭରା ଏ ପ୍ରେମର ମହୀରେ,

ଭୁଲ ବୁଝିବନି ମୋତେ ଜୀବନର ଅନ୍ତିମ ସମୟେ

ହଁ ଚାଲିଗଲେ ଅଫେରା ପଥରେ  ।



Rate this content
Log in

Similar oriya poem from Romance