STORYMIRROR

Amit Bal

Abstract Romance Tragedy

4  

Amit Bal

Abstract Romance Tragedy

(୨୬)#ଶେଷଚିଠି ମେଘ ରାଇଜରୁ#

(୨୬)#ଶେଷଚିଠି ମେଘ ରାଇଜରୁ#

1 min
248

ମନ ମୟୂରୀ ମେଘା ,

ଭାବୁଛି ବଉଳ ଫୁଲର ସୁରଭି ପରି

କଦମ୍ବ ମଲ୍ଲୀ ହେନାର ମହକ ଭିତରେ

ଆଜି ବି ବାରି ହୋଇ ପଡୁ ଥିବ

ନିଶ୍ଚେ ତମେ ଅଲଗା ,


ଆଶା, ସମୟର ପ୍ରଖର ସ୍ରୋତରେ

ଛାପି ଛାପିକା ଜହ୍ନ ଆଲୁଅରେ

ଏବେ ମଧ୍ୟ ହଜାଇ ନଥିବ

ଅତୀତର ସ୍ମୃତି ସବୁକୁ

ଆଉ କା'ମନ ଅଗଣାରେ ,


ସତ କହିଲ, କାହିଁ ପୁଣି ଏତେଦିନ ପରେ,

ସେଇ କୋମଳ ଗାନ୍ଧାର ରାଗର

ସ୍ମୃତିମୟ ମଧୁ ଆଳାପ ହୋଇ,

ଖୁବ୍ ବେଶୀ ମନେ ପଡୁଛ 

ଏ ମେଘ ରାଇଜରେ,


ଏମିତିରେ ବି ଏ ପାହାଡିଆ ଦାର୍ଜିଲିଂ ସହର

ଏକା ମୁକସାକ୍ଷୀ ଆମ ପ୍ରଣୟର ,

ଯାର ବାଟ ଘାଟ ଫୁଲ ପତ୍ରରେ

ମୁଁ ତମକଥା ଝୁରି ବିମୋହିତ ହୁଏ

ଆଜି ବି ସଂଜ ନଇଁ ଗଲା ପରେ ,


ସେଦିନ ସେ ନୀରବତାର ହାତଧରି

ତମେ ଚାଲିଗଲ ଅବିଳମ୍ବେ

ମୋ ମନର ପରିଧିକୁ ପାର କରି ,

କେଉଁ ଏକ ଅବୋଧ୍ୟ ଅଭିମାନରେ

ହଁ ତମ ଯୈ।ବନର ସ୍ପର୍ଦ୍ଧିତ ଆଗମନରେ ,


ହାତରୁ ଖସି ପଡିଥିଲା ମୋ ତାଜମହଲ

ଭାସ୍କର୍ଯ୍ୟ ହୋଇଥିଲା ଲହୁ ଲୁହାଣ,

ମନରେ ବଢିଥିଲା ଅବୁଝା ପଣ

ମୁଁ ହୋଇଥିଲି ଅଧିକରୁ ଅଧିକ 

ତମ ପାଇଁ ଭାବପ୍ରବଣ ,


ତମେ କିନ୍ତୁ ଫେରିଲନି ସେଦିନ ଆସନ୍ନ ନିଶିରେ

ରାଗ ରୋଷ ରାଣ ରଖି ନିଜ ହୃଦୟରେ,

ମୋ ଆଖିରେ ଆଖିଏ ସ୍ବପ୍ନ ଥୋଇ ,

ଚାଲିଗଲ ଆଉ କା' ଦୁନିଆ ର

ଭବିଷ୍ୟତକୁ ସଂଖୋଳିବା ପାଇଁ ,


ବିଶ୍ବାସ , ଖୁସିରେ ଥିବ ପ୍ରୀତି ଦରିଆରେ

ସୁଖ ଛାଇ ଥାଉ ତମ ପାଦ ପଦ୍ମରେ,

ଚିରି ଦେବ ଏ ଚିଠକୁ ନିଜ ହାତେ

ଥରେ ପଢି ସାରିଲା ପରେ,

କରିଦେବ ମୋତେ ଅଗ୍ନି ସଂଯୋଗ

ତମ ହୃଦୟରେ ,


ଇତି ,ତମେ କେବେ ଦିନେ ସମ୍ବୋଧିତ

କରୁଥିଲା ମୋତେ ଯଉଁ ନାଁ ରେ,

ଗୋଧୂଳି ଗଡିଗଲା ପରେ

ଖାଁ ଖାଁ ଫୁଲ ସଂଜରେ

ଏଇ ସହରରେ .....!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract