୧୬. କୁହୁଡି କାନ୍ଥର ସେପାଖେ
୧୬. କୁହୁଡି କାନ୍ଥର ସେପାଖେ
ସଂସାରର ସାଂସାରିକ ମୋହ ମାୟାର
ମିଛ ସମ୍ପର୍କର ଆଢ଼ୁଆଳରେ
ଜୀବନ ଦୋଳାୟମାନ ହେଉଥାଏ
ମିଛ ପ୍ରତିଶ୍ରୁତି ବନ୍ଧନରେ ।
କେବେ ସ୍ୱାର୍ଥପାଇଁ ବଳି ପଡେ ସମ୍ପର୍କ
ପୁଣି କେବେ ହୁଏ ଚ୍ଛିନ୍ନ
ପବିତ୍ର ବନ୍ଧନର ଡୋର ବି ଛିଡ଼ିଯାଏ
ଲଗାଇ ଦେଇ କଳଙ୍କର ଚିହ୍ନ ।
ସବୁ ଅନ୍ଧାର ଦିନ ଭଳି ମନେ ହୁଏ
ଚନ୍ଦ୍ରମାର କ୍ଷୀଣ ଆଲୋକରେ
ନିଜ ଆପଣାର ବୋଲି ଡିଣ୍ଡିମ ପିଟୁଥାଏ
ଛୁରା ମାରି ପିଠି ପଛରେ ।
ଆପଣାର ମିତ୍ର ପୁଣି ଶତ୍ରୁ ପାଲଟିଯାଏ
ବାଧା ଦେଲେ ସ୍ୱାର୍ଥ ସାଧନରେ
କରୁଥାଏ କେତେ ଷଡ଼ଯନ୍ତ୍ର ଶିକାର
ନିଜ ଅଭିନୟ ଅନୁସାରେ ।
ସେଇ କୁହୁଡି ଘେରା କାନ୍ଥର ସେପାଖେ
କେହି ତ ନଥିଲେ ନିଜର
ଝାପ୍ସା ଆଲୁଅରେ ଦିଶୁଥିଲା ପ୍ରକୃତ ରୂପ
କେତେ ପୁଣି ଆପଣାର ।
ମଳିନ ପଡୁଥିଲା ବାସ୍ ସମ୍ପର୍କର ଛାପ
ନିଲାମ ହେଉଥିଲା ବଜାରରେ
ବିଶ୍ୱାସକୁ ଆବୋରି ନେଉଥିଲେ କେତେ
ନିଜ ହାତ ପାପୁଲିର ଭାଗ୍ୟ ଭିତରେ ।
ପୁଣି ଦେଖା ଯାଉଥିଲା ଉଜ୍ବଳ ଆଲୋକ
ଜୀବନର ଭିନ୍ନ ଏକ ମୋଡରେ
କୁହୁଡିକୁ ଆଡେଇ ଦେଇ ପଡୁଥିଲା ସତେ
ଭାଙ୍ଗି ଯାଉଥିବା ସମ୍ପର୍କ ଉପରେ ।