Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Srinibas Mahalik

Comedy Tragedy

2  

Srinibas Mahalik

Comedy Tragedy

ରୋଡ୍ ରୋମିଓ

ରୋଡ୍ ରୋମିଓ

4 mins
7.4K


ସକାଳ ହେଲେ ସବୁ ଲୋକ ନିଜ ନିଜ କାମରେ ଯାଆନ୍ତି, ପ୍ରାୟ ସବୁ ଲୋକ ଟଙ୍କା ପଛରେ ପଡ଼ିଥାନ୍ତି କିନ୍ତୁ ସେ ନା କେଉଁ କାମରେ ଯାଏ ନା ପଢିବାକୁ ଯାଏ କି ସେ କୋୖଣସି ଟଙ୍କା ପଛରେ ମଧ୍ୟ ପଡେନାହିଁ । ସେ ଆଉ କେହି ନୁହେଁ, ସେ ହେଉଛି ଆମ ଆଲ୍ ବମ୍ ହିରୋ ଶ୍ରୀନାଥ । ପ୍ରକୃତରେ ସେ କୌଣସି ଆଲ୍ ବମ୍ ହିରୋ ନୁହେଁ । କିନ୍ତୁ ତା' ବେଶବୁଶା ଓ ଷ୍ଟାଇଲକୁ ଦେଖି ତାକୁ ଆଲ୍ ବମ୍ ହିରୋ ବୋଲି ଡାକନ୍ତି ।

ପଞ୍ଚୁଆଲ ଲୋକମାନେ ବି ତା'ଠାରୁ ପଞ୍ଚୁଆଲଟିର ମନ୍ତ୍ର ଶିକ୍ଷା କରନ୍ତି । ସୂର୍ଯ୍ୟ ଚନ୍ଦ୍ରଙ୍କର ଟାଇମିଙ୍ଗ ଭୁଲ୍ ହୋଇପାରେ କିନ୍ତୁ ତା'ର ନୁହେଁ । ଟିଉସନ ଟାଇମର କୋଡ଼ିଏ ମିନିଟ୍ ପୂର୍ବରୁ ରାସ୍ତାକଡରେ ଅପେକ୍ଷା କରି ରହିଥାଏ । କେବେ ସେ ଆସିବ........ଚାହୁଁଥାଏ ରାସ୍ତାର ଦୂରକୁ କେବେ ସେ ଆସିବ....କେତେବେଳେ ସେ ଏହି ରାସ୍ତା ଦେଇଯିବ । କିଛି ସମୟ ଅପେକ୍ଷା ପରେ ତା' ମୁହଁରେ ଖେଳିଯାଏ ହସର ଲହରି, ଖୁସିରେ ସେ ଡେଇଁଯାଏ କାରଣ ଦୂରରୁ ସାଇକେଲ ଧରି ପଛରେ ଏୟାର ବ୍ୟାଗ ପକେଇ, କେତେବେଳେ ଚୁଟି ଖୋଲା କରି ତ କେତେବେଳେ ବେଣୀ ପକେଇ ତା'ର ଦୁଇ ସାଙ୍ଗଙ୍କ ସହ ଆସିଥାଏ ଶ୍ୱେତା......।

ଶ୍ୱେତା ହେଉଛି ଆଲ୍ ବମ୍ ହିରୋ ମନେ ଶ୍ରୀନାଥର ଡ଼୍ରୀମ୍ ଗାର୍ଲ । ସେ ଯେତେବେଳେ ରାସ୍ତାରେ ଯାଏ ଶ୍ରୀନାଥକୁ ଆଦୌ ଚାହେଁ ନାହିଁ । ଯଦିବା କେବେ ଦେଖେ ରାଗିକି ଦେଖେ । ତଥାପି କାହିଁକି କେଜାଣି ଶ୍ରୀନାଥ ତା' ପାଇଁ ପାଗଳ । ସବୁଦିନ ରାସ୍ତା କଡରେ ତା'ର ବାଟକୁ ଚାହିଁ ରହେ । ଶ୍ରୀନାଥର ଘର ପାଖ ଝିଅ ଦୀପା, ଯେକି ଶ୍ୱେତାର ସାଙ୍ଗ । ସେ ଦୀପା ହାତରେ ଶ୍ୱେତା ପାଖକୁ ଖବର ପଠାଏ କିନ୍ତୁ କେବେ କୌଣସି ଉତ୍ତର ଆସେନାହିଁ । ସେ ଶ୍ୱେତାକୁ ଦେବାପାଇଁ କେବେ ଚକୋଲେଟ୍ ତ କେବେ ଗୋଲାପ ଫୁଲ ଆଉ କେବେ ଟେଡି ବିଆର ଆଣେ । କିନ୍ତୁ କେବେ ଦେଇପରେନା ।

ଦିନେ ସେ ନିଜକୁ ନିଜେ କହିଲା କାଲି ମୁଁ ତାକୁ ଚକୋଲେଟ୍ ନିଶ୍ଚିତ ଦେବି । ସବୁଦିନ ପରି ସେଦିନ ବି ସେ ରାସ୍ତା କଡରେ ଅପେକ୍ଷା କରିଥାଏ । କିଛି ସମୟ ପରେ ଶ୍ୱେତା ଆସିଲା । ଶ୍ରୀନାଥ ତା'ପାଖକୁ ଯାଇ କହିଲା ଟିକେ ଶୁଣିବ..... କିନ୍ତୁ ସେ ଶୁଣିଲା ନାହିଁ । ଶ୍ରୀନାଥ ଆଉଥରେ କହିଲା ଟିକେ ଶୁଣ । ଶ୍ୱେତା ତା'ଆଡ଼କୁ ଚାହିଁ ମୁରୁକି ହସିଦେଲା ଏବଂ କିଛି ଉତ୍ତର ନଦେଇ ଚାଲିଗଲା । ଶ୍ରୀନାଥ ତା ପଛେପଛେ ଟିକେ ଶୁଣିବ.... ଟିକେ ଶୁଣ... କହି କହି ଶ୍ୱେତାର ଟିଉସନ ପଯ୍ୟନ୍ତ ଗଲା । ଟିଉସନ ପହଞ୍ଚିବା ପରେ ଶ୍ୱେତା ଶ୍ରୀନାଥକୁ ଚାହିଁ ଟିକେ ହସିଦେଲା ଏବଂ ଟିଉସନ ଭିତରକୁ ଚାଲିଗଲା । ଶ୍ରୀନାଥ ମୁଣ୍ଡରେ ଘୁରିବୁଲିଲା ଅନେକ ପ୍ରଶ୍ନ, ସେ ମୋତେ ଭଲ ପାଉଛି କି ନାହିଁ, ଯଦି ସେ ମୋତେ ଭଲ ପାଉନି ତେବେ ମୋତେ ଦେଖି ହସିଲା କାହିଁକି ? ଯଦି ଭଲ ପାଉଛି ତେବେ ମୋ କଥା କିଛି ଶୁଣିଲାନି କାହିଁକି ?? ଏମିତି ଅନେକ ପ୍ରଶ୍ନ ।

କେତେବେଳେ ମାନେମନେ ହସୁଥାଏ ତ କେତେବେଳେ ଭବନାରେ ହଜିଯାଉଥାଏ । ଏମିତି କିଛି ଦିନ ଚାଲିଲା । ଦିନେ ଦୀପା ଶ୍ରୀନାଥ ପାଖକୁ ଆସିଲା । ସେ ସମୟରେ ଦୀପା ଏତେ ଖୁସିଥିଲା ଯେ, କିଛି କହିବାକୁ ଚାହୁଁଥିଲା କିନ୍ତୁ ଠିକ୍ ସେ କହିପାରୁ ନଥିଲା । ଏମିତି ଲାଗୁଥିଲା ଯେମିତି ସେ ଲକ୍ଷେ ଟଙ୍କା କୋଉଠୁ ପାଇଯାଇଛି । ଶ୍ରୀନାଥ କହିଲା ଆରେ ତୋର କ'ଣ ହେଇଚି ! ଏତେ ଖୁସି । ଦୀପା କହିଲା ଶ୍ୱେତା ତମ ଫୋନ୍ ନମ୍ବର ଆଉ ଫଟୋ ମାଗିଛି ।

ଦୀପାର କଥାକୁ ଶ୍ରୀନାଥ ବିଶ୍ୱାସ କରିପାରୁନଥାଏ, ତାକୁ ବାରମ୍ବାର ପଚାରୁଥାଏ ସତରେ ସେ କ'ଣ ଏମିତି କହିଲା... ସତରେ !! ସେ ସମୟରେ ଶ୍ରୀନାଥର ଖୁସି ଦୀପାର ଖୁସିଠାରୁ ବହୁତ ଗୁଣରେ ଅଧିକ ଲାଗୁଥିଲା ।

ଶ୍ରୀନାଥ ନିଜର ଫୋନ୍ ନମ୍ବରକୁ ଗୋଟିଏ କଗାଜରେ ଅତି ସୁନ୍ଦର ଭାବରେ ଲେଖିକି ଦେଲା ଏବଂ କହିଲା ମୋର ଏବେ ଭଲ ଫଟୋ ନାହିଁ, ମୁଁ ଭଲ ଫଟୋ ଉଠେଇକି ପରେ ଦେବି । ଦୀପା ଫୋନ୍ ନମ୍ବର ନେଲା ଆଉ କହିଲା କାଲି ସକାଳ ଆଠଟାରୁ ନଅଟା ଭିତରେ ସେ ତମକୁ କଲ୍ କରିବ ।

ଶ୍ରୀନାଥର ଖୁସି କହିଲେ ନସରେ । ତା' ମୁହଁରେ ଥିଲା ଅଲଗା ପ୍ରକାରର ସ୍ମାଇଲ୍ । ତାକୁ ଏମିତି ଲାଗୁଥିଲା ଯେମିତି ତା'ର ପାଦ ମାଟିରୁ ଦୁଇ ଚାଖଣ୍ଡ ଉପରେ ଅଛି। ସେ ଏହି ଖୁସିରେ ତା'ର ଦୁଇ ସାଙ୍ଗଙ୍କୁ ନେଇ ହୋଟେଲରେ ଖାଇବାକୁ ଦେଲା ।

ରାତିରେ ତା' ଆଖିକୁ ନିଦ ଅସୁନଥାଏ । ଖାଲି ଶ୍ୱେତା କଥା ଭାବୁଥାଏ ବାରମ୍ବାର ଘଣ୍ଟାକୁ ଚାହୁଁଥାଏ । ଵିରକ୍ତ ହେଉଥାଏ ଘଣ୍ଟା ଆଜି ବୁଲୁନି କାହିଁକି, ଆଜି ସକାଳ ହେବାକୁ ଏତେ ସମୟ ଲାଗୁଛି କାହିଁକି । କେତେବେଳେ ସେ ଵିରକ୍ତ ହେଉଥିଲା ତ କେତେବେଳେ ଭାବନା ରାଇଜରେ ହଜି ଯାଉଥିଲା । କେବଳ ଅପେକ୍ଷା ସକାଳ କେବେ ହେବ । ସକାଳେ ଶ୍ୱେତା ଫୋନ୍ କଲେ କ'ଣ କହିବି, ତା' ସହ କେମିତି କଥା ହେବି, ଏମିତି ଭାବୁଭାବୁ ସକାଳ ହୋଇଗଲା । ସକାଳୁ ଉଠି ମୁଣ୍ଡ ସଫା କରି ଦେହରେ ସାବୁନ୍ ଲଗେଇ ପରିଷ୍କାରରେ ଗାଧେଇଲା ଏବଂ ନୂଆ ସାର୍ଟ ପ୍ୟାଣ୍ଟ ପିନ୍ଧି ଗାଁ ଶେଷରେ ଥିବା ମଣ୍ଡପରେ ବସିଲା । ସାଙ୍ଗରେ ଥିଲା ତା'ର ବେଷ୍ଟ ଫ୍ରେଣ୍ଡ୍, ଯାହାକୁ ସିଏ ଲିପିି ବିଷୟରେ ସବୁକଥା କୁହେ ।

ଶ୍ରୀନାଥ ହାତରେ ଫୋନଟିକୁ ଧରିଥାଏ ଏବଂ ଏକ ଲୟରେ ଫୋନକୁ ଚାହିଁ ରହିଥାଏ । ସେହି ସମୟରେ କାହାକୁବି ଫୋନ୍ ଛୁଇଁବାକୁ ଦେଉନଥାଏ । ଅପେକ୍ଷା କରି ରହିଥାଏ କେତେବେଳେ ଏକ ଅଜଣା ନମ୍ବରରୁ କଲ୍ ଆସିବ । ସତକୁ ସତ କିଛି ସମୟ ପରେ ଏକ ଅଜଣା ନମ୍ବରରୁ କଲ୍ ଆସିଲା ଏବଂ ଫୋନ୍ ରିଙ୍ଗ୍ ହେବ ମାତ୍ରେ ରିସିବ୍ କରି ଅତି ଧିର ସ୍ୱରରେ କହିଲା 'ହେଲୋ'.......। କିଛି ସମୟ ଫୋନକୁ କାନରେ ଧରି ଶ୍ରୀନାଥ ଚୁପ ରହିଲା । ପରେ ଫୋନକୁ କଟିଦେଲା । ତା'ର ସାଙ୍ଗ ଉତ୍କଣ୍ଠାର ସହ ପଚାରୁଥାଏ ଶ୍ୱେତା ଫୋନ୍ କରିଥିଲା ! କ'ଣ କହୁଥିଲା ! ଉଦାସ ହୋଇ ଶ୍ରୀନାଥ କହିଲା ଶ୍ୱେତା ନୁହେଁ ତା' ବାପା ଫୋନ୍ କରିଥିଲେ । ତା' ସାଙ୍ଗ ପଚାରିଲା କ'ଣ କହିଲେ ତା' ବାପା । ଶ୍ରୀନାଥ କହିଲା କିଛି କହୁନଥିଲେ କେବଳ ଓଡ଼ିଆ ଭାଷାରେ ଗାଳି କରୁଥିଲେ। ମୋ ଭାଗ୍ୟ ଭଲ ମୁଁ କେବଳ ମୋ ଫୋନ୍ ନମ୍ବର ଦେଇଛି ଫଟୋ ଦେଇନି, ନହେଲେ କଣ ଯେ ହେଇଥାନ୍ତା.........!!!!


Rate this content
Log in

Similar oriya story from Comedy