Srinibas Mahalik

Abstract

2  

Srinibas Mahalik

Abstract

ନିୟତି

ନିୟତି

2 mins
314



   ବିଜୟନଗର ଗ୍ରାମରେ ଯଦୁଆ ନାମକ ଜଣେ ଚାଷୀ ରହୁଥିଲା । ସେ ତା ବଗିଚାରେ ନାନାଦି ପ୍ରକାରର ପରିବା ଚାଷ କରିଥିଲା । ତା ଗ୍ରାମକୁ ଲାଗି ରହିଥିବା ଜଙ୍ଗଲରୁ ଦୁଇଟି ମାଙ୍କଡ଼ ଆସି ତା ବଗିଚାରେ ପ୍ରତିଦିନ ଉତ୍ପାତ କରୁଥିଲେ । ପରିବା ଖାଇବା ସାଥେ ସାଥେ ଅନେକ ଗଛ ନଷ୍ଟ କରିଦେଉଥିଲେ । ଏହି କାରଣରୁ ଯଦୁଆ ସବୁବେଳେ ଚିନ୍ତାରେ ରହୁଥିଲା ।

   ସେହି ମାଙ୍କଡ଼ ଦୁଇଟିକୁ ଘଉଡାଇବା ପାଇଁ ଯଦୁଆ ଅନେକ ପ୍ରୟାସ କଲା । ହେଲେ କିଛି ଫାଇଦା ହେଲାନାହିଁ । ଶେଷରେ ସେ ଆଉ କିଛି ଉପାୟ ନପାଇ ଘରେ ଟଙ୍ଗା ହୋଇଥିବା ଧନୁଟିକୁ ଆଣିଲା ଦୁଇ ମାଙ୍କଡଙ୍କୁ ମାରିଦେବା ପାଇଁ । ଦୁଇ ତିନି ଦିନ ଧରି ମାଙ୍କଡ଼ ଦୁହିଁଙ୍କୁ ଲକ୍ଷ୍ୟ କରି ସେ ତୀର ଚାଳନା କରି ଚାଲିଲା ହେଲେ ଗୋଟିଏ ବି ତୀର ସେମାନଙ୍କ ଦେହରେ ବାଜିଲା ନାହିଁ । ଏମିତି ତୀର ମାରୁ ମାରୁ ତା ପାଖରେ ଥିବା ସବୁ ତୀର ଶେଷ ହୋଇଗଲା ।

  ତୀର ବନେଇବା ପାଇଁ ସେ ତା'ପର ଦିନ ସକାଳେ ଜଙ୍ଗଲକୁ ଯାଇ ବାଉଁଶ ଆଣିଲା । ବଗିଚା ମଝିରେ ଥିବା କୂଅ ମୂଳେ ବସି ବାଉଁଶକୁ ପତଳା ପତଳା କରି କାଟୁଥାଏ ଏବଂ ସେହି ପତଳା ବାଉଁଶକୁ ଗୋଟେ କାଠ ଗଣ୍ଡି ଉପରେ ରଖି ତୀର ଆକାରର ଖଣ୍ଡ ଖଣ୍ଡ କରୁଥାଏ । ଏମିତି ଖଣ୍ଡ ଖଣ୍ଡ କରିବା ଭିତରେ ଗୋଟେ ବାଉଁଶ ଖଣ୍ଡ ହେଲା ନାହିଁ । ତେଣୁ ସେ କୁରାଢ଼ୀଟିକୁ ଜୋର୍ କରି ଚୋଟ ପକାଇଲା । ଚୋଟ ପକାଇବା ମାତ୍ରେ ବାଉଁଶଟିରୁ ଖଣ୍ଡେ ବଗିଚାର ପଶ୍ଚିମ ଦିଗକୁ ଛିଟିକି ଗଲା ଏବଂ ଛିଟିକିବା ମାତ୍ରେ ବଗିଚା ଭିତରୁ ଏକ ଚିତ୍କାର ଶୁଭାଗଲା । ଯଦୁଆ ଚିତ୍କାର ଶୁଣି ସେଠାକୁ ଧାଇଁ ଯାଇ ଦେଖେ ତ ଛିଟିକି ଥିବା ବାଉଁଶ ଖଣ୍ଡକ, ଉତ୍ପାତ କରୁଥିବା ସେହି ମାଙ୍କଡ଼ ଦୁହିଁଙ୍କ ଦେହରେ ଭେଦ କରିଯାଇଛି ଏବଂ ସେହି ଦୁହିଁଙ୍କ ଦେହରୁ ରକ୍ତ ବୋହିଚାଲିଛି । 

  ମାଙ୍କଡ଼ଙ୍କର ଏହି ଅବସ୍ଥା ଦେଖି ଯଦୁଆ ମନରେ ଟିକେ ଦୟା ହେଲା । ତେଣୁ ସିଏ ଦୁହିଁଙ୍କର ଉପଚାର ପାଇଁ ଶଗଡ଼ଗାଡ଼ିରେ ଦୁହିଁଙ୍କୁ ଡାକ୍ତରଖାନା ନେବାପାଇଁ ବାହାରିଲା । ଡାକ୍ତରଖାନା ନେଲା ବାଟରେ ସେ ମନେ ମନେ କହୁଥିଲା, ତିନିଦିନ ଧରି ଏହି ଦୁଇ ମାଙ୍କଡ଼ଙ୍କୁ ଲକ୍ଷ୍ୟ କରି ତୀର ଚାଳନା କରୁଥିଲି ହେଲେ ଏମାନଙ୍କ ଦେହରେ ଗୋଟିଏ ବି ତୀର ବାଜୁ ନଥିଲା । କିନ୍ତୁ ଆଜି ନାଁ ମୋ ହାତରେ ଧନୁ ଥିଲା ନାଁ ତୀର, ତଥାପିବି ତୀର ପାଇଁ ବନାଉଥିବା ବାଉଁଶ ଖଣ୍ଡେ ଯାଇ ଦୁହିଁଙ୍କୁ ଆହତ କରିଦେଲା । ଏହା ନିୟତି ନୁହେଁ ତ ଆଉ କ'ଣ !



Rate this content
Log in

Similar oriya story from Abstract