Srinibas Mahalik

Abstract

1  

Srinibas Mahalik

Abstract

ମେଡ୍ୟୁସା (ଗ୍ରୀକ୍ ପୌରାଣିକ କଥା)

ମେଡ୍ୟୁସା (ଗ୍ରୀକ୍ ପୌରାଣିକ କଥା)

3 mins
490


   ଗ୍ରୀକ୍ ରେ ଜଣେ ଯୁବତୀ ଥିଲେ, ଯାହାଙ୍କ ନାମ ଥିଲା ମେଡ଼୍ୟୁସା । ସେ ଥିଲେ ଅପୂର୍ବ ସୁନ୍ଦରୀ । ଗ୍ରୀକ୍ ଦେବୀ ଏଥିନାଙ୍କର ସେ ଥିଲେ ଜଣେ ଭକ୍ତ । ସେ ଦେବୀ ଏଥିନାଙ୍କର ଆଜୀବନ ପୂଜାରିଣୀ ବନିବାକୁ ସ୍ଥିର କଲେ. ପୂଜାରିଣୀ ବନିବାକୁ ହେଲେ କିଛି ନୀତିନିୟମ ତଥା ସର୍ତ୍ତ ଥିଲା । ଯେମିତିକି ସେ କୌଣସି ପୁରୁଷ ସହ ସହବାସ କରି ନଥିବେ ତଥା ସେ ଅବିବାହ ହୋଇଥିବା ଦରକାର୍ ଏବଂ ତାଙ୍କ ମନ ଓ ମସ୍ତିଷ୍କ ପୂର୍ଣ୍ଣ ରୂପେ ଶୁଦ୍ଧ ପବିତ୍ର ହୋଇଥିବା ଉଚିତ । ମେଡ଼୍ୟୁସା ଏସବୁ ପାଇଁ ଯୋଗ୍ୟ ଥିଲେ ତେଣୁ ସେ ଶପଥ ଗ୍ରହଣ କରି ଦେବୀ ଏଥିନାଙ୍କର ଆଜୀବନ ପୂଜାରିଣୀ ବନିଗଲେ ।

  ମେଡ଼୍ୟୁସା ଯେଉଁ ମନ୍ଦିରରେ ଦେବୀ ଏଥିନାଙ୍କୁ ପୂଜା କରୁଥିଲେ ଧୀରେ ଧୀରେ ସେହି ମନ୍ଦିରକୁ ଲୋକଙ୍କର ସୁଅ ଛୁଟିଲା । କିନ୍ତୁ କେହି ଦେବୀ ଏଥିନାଙ୍କ ପୂଜାର୍ଚ୍ଚନା ପାଇଁ ଅସୁନଥିଲେ ବରଂ ସମସ୍ତେ ଆନିଧ୍ୟ ସୁନ୍ଦରୀ ମେଡ଼୍ୟୁସାଙ୍କୁ ଦେଖିବା ପାଇଁ ଆସୁଥିଲେ । କିଛି କିଛି ଲୋକ ଏଥିନାଙ୍କ ସାମ୍ନାରେ ମେଡ଼୍ୟୁସାଙ୍କ କେଶ ଏବଂ ଆଖିକୁ ନେଇ ତଥା ତାଙ୍କ ସୌନ୍ଦର୍ଯ୍ୟତାକୁ ବହୁତ୍ ପ୍ରଶଂସା କରୁଥିଲେ । ଯାହା ଏଥିନାଙ୍କ ଆଖିରେ ଗଲା ନାହିଁ । ତେଣୁ ସେ ମେଡ଼୍ୟୁସା ଉପରେ ବହୁତ୍ ଇର୍ଷା କରିବାକୁ ଲାଗିଲେ ଆଉ ମନେ ମନେ କହିବାକୁ ଲାଗିଲେ, ଏଠାରେ ଦେବୀ ମୁଁ, ମୋର ପ୍ରତିମୂର୍ତ୍ତି ଏଠାରେ ସ୍ଥାପନ ହୋଇଛି, ହେଲେ ମୋତେ କେହି ପୂଜା ନକରି ସମସ୍ତେ ମେଡ଼୍ୟୁସାର ପ୍ରଶଂସା କରୁଛନ୍ତି । ଏହାର ପ୍ରତିଶୋଧ ନିଶ୍ଚୟ ନେବି, କେବଳ ସୁଯୋଗକୁ ଅପେକ୍ଷା ।

   ଦିନେ ସମୁଦ୍ର ଦେବ ପୋସେଇଡେନ୍ ସେହି ମନ୍ଦିରକୁ ବୁଲିବାକୁ ଆସିଥିଲେ । ମନ୍ଦିରରେ ମେଡ୍ୟୁସାଙ୍କୁ ଦେଖି ତାଙ୍କ ରୂପରେ ସେ ମୋହିତ ହୋଇଗଲେ । ତେଣୁ ସେ ମେଡ୍ୟୁସାଙ୍କୁ ଯାଇ ତାଙ୍କ ମନ କଥା କହିବା ସହିତ ବିବାହର ପ୍ରସ୍ତାବ ଦେଲେ । କିନ୍ତୁ ମେଡ୍ୟୁସା ବିବାହ ପାଇଁ ମନା କରିଦେଲେ । କାରଣ ସେ ଏଥିନାଙ୍କର ପୂଜାରିଣୀ ହେବାପାଇଁ ଅବିବାହିତ ରହିବାକୁ ଶପଥ କରିଥିଲେ । 

   ଏମିତି ଅନେକ ଥର ପୋସେଇଡେନ୍ ମେଡ୍ୟୁସାଙ୍କୁ ବିବାହର ପ୍ରସ୍ତାବ ଦେଲେ କିନ୍ତୁ ପୂର୍ବ ଭଳି ମେଡ୍ୟୁସା ମନା କରିଦେଉଥିଲେ । ଶେଷରେ ପୋସେଇଡେନ୍ ଭାବିଲେ ମେଡ୍ୟୁସାଙ୍କ ମନରେ ସୁନ୍ଦରତା ପାଇଁ ବହୁତ୍ ଗର୍ବ ଅଛି । ତେଣୁ ସେ ରାଗିଯାଇ ଦିନେ ମନ୍ଦିରକୁ ଆସି ବଳପୂର୍ବକ ମେଡ୍ୟୁସାଙ୍କୁ ବଳାତ୍କାର କଲେ । ଏହା ଦେଖି ଦେବୀ ଏଥିନା ପ୍ରକଟ ହୋଇଗଲେ । ମେଡ୍ୟୁସା ଉପରେ ଥିବା ରାଗର ପ୍ରତିଶୋଧ ନେବାକୁ ଏଥିନାଙ୍କୁ ସୁଯୋଗ ମିଳିଗଲା । ତେଣୁ ମେଡ୍ୟୁସାଙ୍କୁ ଅଭିଶାପ ଦେଇ କହିଲେ ଲୋକମାନେ ଯେଉଁ ତୁମର ସୁନ୍ଦର କେଶକୁ ପ୍ରଶଂସା କରୁଥିଲେ, ତୁମର ସେହି କେଶ ସାପ ପରି ହେଇଯାଉ ଏବଂ ତୁମର ଯେଉଁ ସୁନ୍ଦର ଚେହେରା ଦେଖିବାକୁ ଲୋକମାନେ ବ୍ୟାକୁଳ ହେଉଥିଲେ ଏବେ ସେହି ଚେହେରାକୁ ଯିଏ ଚାହିଁବ ସେ କ୍ଷଣିକ ସମୟରେ ପଥର ପାଲଟି ଯିବ ।

   ଦିନେ ମେଡ୍ୟୁସାଙ୍କୁ ଦେଖିବା ପାଇଁ ଯେଉଁମାନେ ପାଗଳ ହେଉଥିଲେ ଏବେ ସେମାନେ ତାଙ୍କୁ ଦେଖି ଭୟ କରିବାକୁ ଲାଗିଲେ ତଥା ଦୂରେଇବାକୁ ଲାଗିଲେ । ତାଙ୍କର ବଳାତ୍କାର ହୋଇଥିବା ହେତୁ ସେ କୁଆଁରୀତ୍ବ ହରେଇଲେ । ଫଳ ସ୍ୱରୂପ ଦେବୀ ଏଥିନାଙ୍କ ପୂଜାରିଣୀ ହେବାର ଅଧିକାର ତାଙ୍କଠାରୁ ଛଡାଇ ନିଆଗଲା । ଏହି କାରଣରୁ ସେ ବହୁତ୍ ଦୁଃଖୀ ଥିଲେ । କିଛି ଭୁଲ୍ ନକରିବି ସେ ଦଣ୍ଡ ପାଇଥିବାରୁ ତାଙ୍କ ମନ ଏବଂ ମସ୍ତିଷ୍କ ଧୀରେ ଧୀରେ ନକାରତ୍ମକ ହୋଇଗଲା । ଯାହାଦ୍ଵାରା ସେ ଅନେକ ଲୋକଙ୍କୁ ପଥର ପାଲଟେଇ ସେମାନଙ୍କ ମୃତ୍ୟୁର କାରଣ ସାଜିଲେ ।

   ମେଡ୍ୟୁସା ନିରୀହ ଲୋକମାନଙ୍କୁ ମାରୁଥିବାର ଦେଖି ଅନେକ ରାଜା ଆସି ମେଡ୍ୟୁସାଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କଲେ ହେଲେ କେହି ସଫଳ ହୋଇପାରିଲେ ନାହିଁ । ବାଧ୍ୟ ହୋଇ ଗ୍ରୀକ୍ ଦେବତାମାନେ ରାଜା ପର୍ସୀୟସଙ୍କୁ କିଛି ଅସ୍ତ୍ରଶସ୍ତ୍ର ତଥା କିଛି ଶକ୍ତି ଦେଇ ମେଡ୍ୟୁସାଙ୍କୁ ହତ୍ୟା କରିବା ପାଇଁ ପଠାଇଲେ । ପର୍ସୀୟସ ଜଣେ ସାହସୀ ତଥା ଜଣେ ବୀର ଯୁଦ୍ଧା ଥିଲେ । ସେ ନିଜର ଅସ୍ତ୍ରଶସ୍ତ୍ର ଧରି ବାହାରି ପଡିଲେ ମେଡ୍ୟୁସାଙ୍କୁ ହତ୍ୟା କରିବା ପାଇଁ ।

   ମେଡ୍ୟୁସା ଏବଂ ପର୍ସୀୟସଙ୍କ ମଧ୍ୟରେ ଏକ ଭୟଙ୍କର   ଯୁଦ୍ଧ ଚାଲିଲା । ଶେଷରେ ପର୍ସୀୟସ୍ ମେଡ୍ୟୁସାଙ୍କ ମୁଣ୍ଡ କାଟିବାରେ ସଫଳ ହେଲେ । ମେଡ୍ୟୁସାଙ୍କ ସେହି କଟା ମୁଣ୍ଡ ସାହାଯ୍ୟରେ ପର୍ସୀୟସ ନିଜର ଅନେକ୍ ଶତ୍ରୁଙ୍କୁ ଦମନ କରି ଅନେକ ଯୁଦ୍ଧ ଜିତିପାରିଲେ । ମେଡ୍ୟୁସା ଦେବୀ ଏଥିନାଙ୍କ ଭକ୍ତ ଥିବାରୁ ପର୍ସୀୟସ ତାଙ୍କ କଟା ମୁଣ୍ଡଟିକୁ ନେଇ ଦେବୀ ଏଥିନାଙ୍କୁ ଦେଇଦେଲେ । ମେଡ୍ୟୁସା ଶପଥ ନେଇଥିଲେ ଯେ ଦେବୀ ଏଥିନାଙ୍କ ଆଜୀବନ ପୂଜାରିଣୀ ବନିବାପାଇଁ ତେଣୁ ଦେବୀ ଏଥିନା ମେଡ୍ୟୁସାଙ୍କ କଟା ମୁଣ୍ଡକୁ ତାଙ୍କ ଢାଲ ସାମ୍ନାରେ ରଖିଦେଲେ ।


Rate this content
Log in

Similar oriya story from Abstract