Srinibas Mahalik

Abstract Others

2  

Srinibas Mahalik

Abstract Others

ମାଆଙ୍କ ସ୍ଥାନ

ମାଆଙ୍କ ସ୍ଥାନ

2 mins
7.5K


 ନୂଆ ବର୍ଷ ରାତିରେ ମୁଁ ମୋ ସାଙ୍ଗ ରୁମ୍ ରେ କିଛି ସାଙ୍ଗଙ୍କ ସହ ମିଶି ଭୋଜି କରୁଥିଲି । ଭୋଜି କରି ସେହି ସାଙ୍ଗ ରୁମ୍ ରେ ଶୋଇବାର ଆମର ଯୋଜନା ଥିଲା । ତେଣୁୁ ସେହି ରାତିରେ ହଷ୍ଟେଲକୁ ଯିବି ନାହିଁ ଵୋଲି ମୁଁ ମୋ ରୁମମେଣ୍ଟ ସିଦ୍ଧାର୍ଥକୁ ସକାଳୁ କହି ଦେଇଥିଲି । 

 କିନ୍ତୁ ସିଦ୍ଧାର୍ଥ ଟିକେ ଭୟାଳୁ ଥିଲା । ସେ ଏକା ହଷ୍ଟେଲରେ ଶୋଇପାରେ ନାହିଁ, ତାକୁ ଭାରି ଭୟ ଲାଗେ । ତେଣୁ ସେ ତା ମାଆଙ୍କୁ ଫୋନ୍ କରି ମୁଁ ରୁମରେ ନଥିବା କଥା କହିଦେଇଥିଲା ।

   ମୋ ମାଆ ପ୍ରତିଦିନ ଶୋଇବା ପୂର୍ବରୁ ମୋତେ ଫୋନ୍ କରନ୍ତି । ସେହିଦିନ ମଧ୍ୟ ରାତି ପ୍ରାୟ ଏଗାରଟାରେ ମାଆ ମୋତେ ଫୋନ୍ କରିବାରୁ ମୁଁ କହିଲି, ଜଣେ ସାଙ୍ଗ ରୁମ୍ ରେ ମୁଁ ଭୋଜି କରୁଛି । ଭୋଜି ଶେଷ ହେଲେ ମୁଁ ହଷ୍ଟେଲକୁ ପଳେଇବି ବୋଲି ମିଛ ମଧ୍ୟ କହିଲି । କିନ୍ତୁ ଏକଥା ଶୁଣି ମାଆ ମୋତେ ବାରଣ କରି କହିଲେ ଭୋଜି କରି ସେହି ସାଙ୍ଗ ରୁମ୍ ରେ ଶୋଇପଡ଼ିବୁ, ଏତେ ରାତିରେ ଆଉ ଏଭଳି ଶୀତରେ ହଷ୍ଟେଲକୁ ଯିବୁନାହିଁ । 

  ମାଆଙ୍କ ଫୋନର ଠିକ୍ ଦଶ ପନ୍ଦର ମିନିଟ୍ ପରେ ସିଦ୍ଧାର୍ଥର ମାଆ ମୋତେ ଫୋନ୍ କଲେ ଏବଂ ଅତି କୋକିଳ କଣ୍ଠରେ କହିଲେ, ପୁଅ କୋଉଠି ଅଛ ? ସିଦ୍ଧାର୍ଥ କହୁଥିଲା ତମେ ଆଜି ହଷ୍ଟେଲକୁ ଯାଇନ ! ମୁଁ ଉତ୍ତର ଦେଲି ଆଣ୍ଟି ମୁଁ ଏବେ ମୋ ସାଙ୍ଗ ରୁମରେ ଭୋଜି କରୁଛି, ତେଣୁ ଆଜି ହଷ୍ଟେଲକୁ ଯିବିନି । ତା'ପରେ ଆଣ୍ଟି ମୋତେ ପ୍ରେମ ଭରା ସ୍ୱରରେ କହିଲେ, "ପୁଅ ତମେ ହେଉଛ ଜଣେ ଭଲ ଛାତ୍ର । ରାତିରେ ଅନ୍ୟ କାହା ରୁମରେ ରହିବା ଜଣେ ଭଲ ଛାତ୍ରକୁ ଶୋଭା ଦିଏନି । ଏହା କଥା ଯଦି ତମ ଘରେ ଜାଣିବେ ହୁଏତ ତମକୁ ଗାଳି ଦେଇପାରନ୍ତି । ତେଣୁ ତମେ ଭୋଜି ଖାଇସାରି ହଷ୍ଟେଲକୁ ପଳେଇଆସ । ତମକୁ ଅପେକ୍ଷା କରି ସିଦ୍ଧାର୍ଥ ବି ଶୋଇନାହିଁ ।"

  ଫୋନ୍ ରଖିବା ପରେ ମୁଁ କିଛି ସମୟ ମନେମନେ ଭାବିଲି, ଶୀତଦିନ ରାତି ବହୁତ୍ ହେଇଥିବାରୁ ନିଜ ମାଆ କହିଲେ , ହଷ୍ଟେଲକୁ ନଯାଇ ସାଙ୍ଗ ରୁମରେ ଶୋଇପଡ଼େ କିନ୍ତୁ ସାଙ୍ଗର ମାଆ ମୋତେ ହଷ୍ଟେଲକୁ ଯିବା ପାଇଁ କହିଲେ । ଏହା ହିଁ ହେଉଛି ନିଜ ମାଆ ଏବଂ ମାଆଙ୍କ ଭଳି ବ୍ୟବହାର/ଦେଖେଇ ହେଉଥିବା ମହିଳାଙ୍କ ମଧ୍ୟରେ ପାର୍ଥକ୍ୟ । ସତରେ ନିଜ ମାଆଙ୍କ ସ୍ଥାନ ଦୁନିଆଁର କେହି ବି ନେଇପାରିବେନାହିଁ ।

ଶ୍ରୀନିବାସ ମହାଳିକ

ବିଜୟନଗର, ଗଣିଆ,ନୟାଗଡ଼


Rate this content
Log in

Similar oriya story from Abstract