Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Srinibas Mahalik

Drama Romance

3  

Srinibas Mahalik

Drama Romance

ପ୍ରେମର ଦ୍ୱିତୀୟ ଭାଗ..

ପ୍ରେମର ଦ୍ୱିତୀୟ ଭାଗ..

4 mins
488



   ରାହୁଲ୍ ଏବଂ ଟିନା ସମ୍ପର୍କରେ ଦୁହେଁ ଭାଇଭଉଣୀ ଅଟନ୍ତି, ଜଣେ ମାଉସୀଙ୍କ ପୁଅ ଆଉ ଜଣେ ମାଉସୀଙ୍କ ଝିଅ । ଦଶହରା ଛୁଟି ଥିବାରୁ ଦୁହେଁ ଅଜାଙ୍କ ଘରକୁ ଆସିଥାନ୍ତି । ସୋଫା ଉପରେ ବସି ଦୁହେଁ ଟିଭି ଦେଖିବା ସହିତ ଦୁହିଁଙ୍କର ଥଟ୍ଟାମଜା ଚାଲିଥାଏ । ସେହି ସମୟରେ ଟିନାର ମୋବାଇଲକୁ ମେସେଜ୍ ଆସିଲା । ଟିନା ଦେଖିଲା ତା'ର ଜଣେ ସାଙ୍ଗ ମେସେଜ୍ ଦେଇଛି । ତେଣୁ ସେ ତା'ର୍ ରିପ୍ଲାଇ ଦେବାକୁ ଯାଉଥିବା ବେଳେ ହଠାତ୍ ରାହୁଲ୍ ତା' ହାତରୁ ମୋବାଇଲଟିକୁ ଛଡ଼ାଇ ନେଇ ଟିନାକୁ ଚିଡେଇଲା ଭଳି ରିପ୍ଲାଇ ଦେଲା ଏବଂ ଟିନାର ସାଙ୍ଗ ସହ ସେ ଫ୍ଲଟ୍ କଲା ଭଳି ମେସେଜ୍ ମଧ୍ୟ ଦେଉଥିଲା । ଟିନା ଏହା ଦେଖି ରାଗ ମୁହଁ କରି ଚୁପ୍ ଚାପ୍ ବସିରହିଲା । ଟିନାର ସେହି ରାଗ ମୁହଁ ଦେଖି ରାହୁଲ୍ ତାକୁ ମୋବାଇଲ୍ ଫେରାଇ ଦେଲା ।


   କିଛି ସମୟ ପରେ ଟିନା ଟିକେ ସ୍ମିତ ହାସ୍ୟ ଦେଇ ରାହୁଲକୁ କହିଲା, ଭାଇ ତୁ ଏବେ ଯେମିତି ମୋ ସାଙ୍ଗ ସହ ଫ୍ଲଟ୍ କରୁଥିଲୁ ସେଭଳି ମୋ ପିଲାବେଳର ବେଷ୍ଟ ଫ୍ରେଣ୍ଡ ଅଞ୍ଜଳି ସହ ଟିକେ ଫ୍ଲଟ୍ କରିବୁ ! କାହିଁକିନା ସେ ବହୁତ୍ ଶାନ୍ତ ଆଉ ନିରୀହ । ମୁଁ ଟିକେ ଦେଖିବି ସେ ତୋତେ କେମିତି ରିପ୍ଲାଇ ଦେଉଛି ଆଉ ତାହା ଦେଖି ମୁଁ ଟିକେ ମଜା ନେବି ।

 

   ଅଞ୍ଜଳିର ଫୋନ୍ ନମ୍ବର ଟିନା ରାହୁଲର ମୋବାଇଲରେ, ସେଭ୍ କରିଦେଲା । ହ୍ୱାଟସ୍ ଅପରେ ରାହୁଲର ଫଟୋ ଚେଞ୍ଜ କରି ଡିପିରେ ଗୋଟେ ଫୁଲ ଫଟୋ ରଖି ଅଞ୍ଜଳିକୁ ହାଏ ଲେଖିକି ମେସେଜ୍ ଦେଲା । କିଛି ସମୟ ପରେ ଅଞ୍ଜଳିର ରିପ୍ଲାଇ ଆସିଲା;

ଅଞ୍ଜଳି- ହେଲୋ, କିଏ କହୁଥିଲେ ?

ରାହୁଲ୍- ମୁଁ ତୁମର ଜଣେ ଶୁଭଚିନ୍ତକ କହୁଥିଲି

ଅଞ୍ଜଳି- ଧନ୍ୟବାଦ, ହେଲେ ଆପଣ ମୋ ଫୋନ୍ ନମ୍ବର ପାଇଲେ କେଉଁଠୁ ?

ରାହୁଲ୍- ଏମିତି... ଛାଡ଼ ସେ କଥା, ମୁଁ ତୁମକୁ ବହୁତ୍ ଭଲ ଭାବରେ ଜାଣେ । ତୁମର ପିଲାବେଳଠାରୁ ଆଜି ପର୍ଯ୍ୟନ୍ତ ଘଟିଥିବା ପ୍ରତିଟି ଘଟଣା ଦୁର୍ଘଟଣା, ନାନାଦି ତଥ୍ୟ, ଏମିତି ଅନେକ୍ କିଛି ଜାଣେ ।

ଅଞ୍ଜଳି- କ'ଣ ଆପଣ ମୋର କେଉଁ ସ୍କୁଲ ସାଙ୍ଗ ଅବା କଲେଜ ସାଙ୍ଗ !

ରାହୁଲ୍- ନା, ମୁଁ ତୁମର କେଉଁ ସାଙ୍ଗ ନୁହେଁ ଏମିତିକି ତୁମେ ମୋତେ କେବେ ଦେଖିନାହଁ ଓ ମୁଁ 

ବି ତୁମକୁ କେବେ ଦେଖିନାହିଁ।

ଅଞ୍ଜଳି- ଆଶ୍ଚର୍ଯ୍ୟ.. ତେବେ ଦେଖିବା କହିଲେ ମୋ ବିଷୟରେ ଆପଣ କ'ଣ ଜାଣିଛନ୍ତି ।

ରାହୁଲ୍ ଅଞ୍ଜଳିକୁ ରିପ୍ଲାଇ ଦେଲା ଯାହା ଟିନା କହିଲା, ଅଞ୍ଜଳି ବିଷୟରେ କିଛି ଜଣା ଅଜଣା ଏବଂ ତା'ର କିଛି ସିକ୍ରେଟ୍ କଥା ।

ଅଞ୍ଜଳି ତାହା ପଢ଼ି ରିପ୍ଲାଇ ଦେଲା, ଏହା ସମ୍ଭବ କେମିତି ! ଆପଣ ମୋତେ କେବେ ଦେଖିନାହାନ୍ତି ତଥାପି ମୋ ବିଷୟରେ ଏତେ କିଛି ଜାଣିଛନ୍ତି ପୁଣି ମୋର ଅନେକ୍ ସିକ୍ରେଟ୍ କଥା, ଯାହା ମୁଁ କେବଳ ମୋ ବେଷ୍ଟ ଫ୍ରେଣ୍ଡମାନଙ୍କୁ କୁହେ

ରାହୁଲ- ତୁମ ବେଷ୍ଟ ସବୁ କିଏ କିଏ ?

ଅଞ୍ଜଳି- ଟିନା, ଲିପି, ସୋମା.....

ରାହୁଲ୍- ଟିନା କିଏ ?


   କିଛିଦିନ ଯାଏଁ ଦୁହିଁଙ୍କ ମଧ୍ୟରେ ଏମିତି କଥା ଚାଲିଲା । ଏମିତି ଫ୍ଲଟ୍ କରୁକରୁ ଅଞ୍ଜଳି ସହ ଧୀରେ ଧୀରେ ରାହୁଲର ପ୍ରେମ ହୋଇଗଲା । ଅଞ୍ଜଳି ମଧ୍ୟ ରାହୁଲକୁ ଭଲ ପାଇ ବସିଲା । ନା ସେ କେବେ ରାହୁଲର ଚେହେରା ଦେଖିଛି ନା ସେ କେବେ ରାହୁଲକୁ ତା'ର ଫଟୋ ମାଗିଛି, ସେ କେବଳ କୁହେ ରାହୁଲ୍ ହେଉଛନ୍ତି ମୋ କଳ୍ପନା ରାଇଜର ଜଣେ ଅଜଣା ବ୍ୟକ୍ତି ଯାହାଙ୍କ ଚେହେରା ମୁଁ କେବେ ଦେଖିନି । ଯଦି ତାଙ୍କୁ ଦେଖିବି କେବଳ ସାମ୍ନାରେ ହିଁ ଦେଖିବି । ରାହୁଲ୍ କିନ୍ତୁ ଅଞ୍ଜଳିର ଚେହେରା ଫଟୋରେ ଦେଖିଛି ।

 

   ଅଞ୍ଜଳି ରାହୁଲ୍ ସହ ଯାହା କଥା ହୁଏ, ସବୁ ସେ ତା ବେଷ୍ଟ ଫ୍ରେଣ୍ଡ ଟିନାକୁ କୁହେ । ରାହୁଲ୍ ମଧ୍ୟ ସବୁ କଥା ଟିନାକୁ କୁହେ । ଦୁହିଁଙ୍କର ଏସବୁ କଥା ଶୁଣି ଟିନାକୁ ମଜା ଲାଗୁଥାଏ । ଆଉ ସେ ମନେମନେ ତା ବେଷ୍ଟ ଫ୍ରେଣ୍ଡ ଅଞ୍ଜଳିକୁ ନିଜ ଭାଉଜ ବନେଇବା ପାଇଁ ସ୍ଥିର କରି ସାରିଥିଲା । କାହିଁକିନା ଅଞ୍ଜଳି ଥିଲା ବହୁତ୍ ଶାନ୍ତ ପିଲା ଏବଂ ଭଲ ଝିଅ । ଅଞ୍ଜଳି କିନ୍ତୁ ଏପର୍ଯ୍ୟନ୍ତ ଜାଣିନଥାଏ ଯେ ରାହୁଲ୍ ଟିନାର ଭାଇ ବୋଲି ।


   ଦିନେ ରାହୁଲ୍ ପାଖକୁ ଟିନାର ଫୋନ୍ ଆସିଲା । ସେ କହିଲା, ଭାଇ କ୍ଲାସରେ ଟିନାର ରେଜଲ୍ଟ ବହୁତ୍ ଖରାପ ହୋଇଛି । ପିଲାବେଳରୁ ଆଜିଯାଏଁ ସେ ସବୁବେଳେ ମୋଠାରୁ ଅଧିକ ମାର୍କ ରଖେ । ହେଲେ ଆଜି ତା'ର ମାର୍କ ମୋଠାରୁ ବହୁତ୍ କମ୍ ଅଛି । ବୋଧେ ତୋ ପାଇଁ ଏମିତି ହେଲା । ଅଞ୍ଜଳି ମୁଣ୍ଡରେ ଆଉ ବହି ପାଠ ନାହିଁ କେବଳ ତୁ ଅଛୁ । ଆଜିକାଲି ସେ ବହୁତ୍ ଅନ୍ୟମନସ୍କ ରହିବା ସହିତ ଖରାପ ରେଜଲ୍ଟ ପାଇଁ ମନ ଦୁଃଖରେ ଅଛି । ରାହୁଲ୍ ଟିକେ ନୀରବ ରହି ଧୀର ସ୍ୱରରେ କହିଲା, ଠିକ୍ ଅଛି ମୋ ପାଇଁ ଯଦି ତା'ର ପାଠପଢ଼ାରେ କ୍ଷତି ହେଉଛି ଆଉ ଅନ୍ୟମନସ୍କ ରହୁଛି ତେବେ ମୁଁ ତା ମୁଣ୍ଡରୁ ହଟି ଯାଉଛି ।


   ଟିନାଠାରୁ ସବୁ କଥା ଶୁଣିସାରିବା ପରେ ବହୁତ୍ କଷ୍ଟରେ ରାହୁଲ୍ ନିଜ ମୋବାଇଲ୍ ସିମ୍ ଫିଙ୍ଗିଦେଲା ଯେମିତି ଅଞ୍ଜଳି ତା'ସହ ଆଉ କଥା ହୋଇ ନପାରେ । ହେଲେ ପ୍ରତିଦିନ ଅଞ୍ଜଳି ରାହୁଲକୁ ଫୋନ୍ କରି ବିଫଳ ହୋଉଥାଏ । ତେଣୁ ରାହୁଲ୍ ଟିନାକୁ କହିଲା ଏଇ କିଛି ଦିନ ତୁ ଅଞ୍ଜଳିର ପାଖାପାଖି ରହିବୁ ଆଉ ମୋ କଥା ତା'ମୁଣ୍ଡରୁ କାଢି ତା ମନକୁ ଫ୍ରୀ ରଖିବା ପାଇଁ ଚେଷ୍ଟା କରିବୁ ।

     (ଏଭଳି ଥିଲା ରାହୁଲ୍ ଏବଂ ଅଞ୍ଜଳିଙ୍କ ପ୍ରେମର ପ୍ରଥମ ଭାଗ) 

   ଏଇ ଭିତରେ ବିତିଗଲା ଅନେକ୍ ମାସ । ସବୁ ପରୀକ୍ଷା ସରିଥାଏ । ହଷ୍ଟେଲ ବି ଛୁଟି ଥାଏ । ତେଣୁ ସମସ୍ତେ ଗାଁକୁ ଆସିଥାନ୍ତି । ଦିନେ ରାହୁଲ୍ ଟିନା ଘରକୁ ଯାଇଥିଲା । ସୌଭାଗ୍ୟ ବଶତଃ କୌଣସି ଏକ କାମରେ ଅଞ୍ଜଳି ତାଙ୍କ ଘରକୁ ଆସିଥାଏ । ଅଞ୍ଜଳିକୁ ସାମ୍ନାରେ ଦେଖି ରାହୁଲ୍ ମନରେ କିଛି ଗୋଟେ ଅନୁଭବ ହେଲା ଆଉ ତା' ଆଖିରୁ ହାଲକା ଲୁହଟିକେ ଝରିଗଲା । କାହିଁକିନା ଦୀର୍ଘ ଦିନ ଧରି ସେ ଅଞ୍ଜଳି ସହ କଥା ହୋଇନଥିଲା ଆଉ ଯେତେବେଳେ ତାକୁ ସାମ୍ନାରେ ପାଇଲା ନିଜ ଲୁହକୁ ଅଟକାଇ ପାରିଲାନାହିଁ । କିନ୍ତୁ ଅଞ୍ଜଳିକୁ କିଛି ଫରକ୍ ପଡୁ ନଥାଏ କାରଣ ସେ କେବେ ରାହୁଲକୁ ଦେଖିନି ।


   ତିନି ଜଣଙ୍କ ଭିତରେ ଏମିତି କିଛି ସମୟ କଥା ଚାଲୁଚାଲୁ ଅଞ୍ଜଳି ନୋଟିସ୍ କଲା ଯେ, ଯେଉଁ ରାହୁଲ୍ ସହ ଫୋନରେ ସେ କଥା ହେଉଥିଲା ତାଙ୍କ କହିବା ଶୈଳୀ ଏବଂ ଡାଇଲାଗ୍ ଟିନାର ଭାଇ ରାହୁଲଙ୍କ କହିବା ଶୈଳୀ ସହ ସମ୍ପୂର୍ଣ୍ଣ ମିଶି ଯାଉଛି । ଅଞ୍ଜଳିକୁ ଟିକେ ସନ୍ଦେହ ଲାଗିଲା । ତେଣୁ ସେ ଟିନାକୁ ତା'ର ମୋବାଇଲ୍ ମାଗି ସେଥିରେ ରାହୁଲ୍ ନମ୍ବର ମାରିଲା ଆଉ ଦେଖିଲା ସେ ଫୋନରେ କଥା ହେଉଥିବା ରାହୁଲର ନମ୍ବର ଟିନା ମୋବାଇଲରେ ରାହୁଲ୍ ଭାଇ ନାମରେ ସେଭ୍ ଅଛି । 


   ଅଞ୍ଜଳି ଯେତେବେଳେ ଜାଣିଲା ସେ ଭଲ ପାଉଥିବା ରାହୁଲ୍ ଟିନାର ଭାଇ ବୋଲି, ସେ କାନ୍ଦି କାନ୍ଦି ଯାଇ ରାହୁଲକୁ ପଚାରିଲା ମୋ ସହ ଏଭଳି କାହିଁକି କଲ ! ତା'ପରେ ରାହୁଲ ଅଞ୍ଜଳିକୁ ବୁଝାଇ କହିଲା, " ମୁଁ ଚାହୁଁନଥିଲି ଯେ ମୋ ପାଇଁ ତୁମେ ଅନ୍ୟମନସ୍କ ରୁହ ଆଉ ମୋ ପାଇଁ ତୁମ ପାଠପଢା ତଥା ତୁମ କ୍ୟାରିୟର ଉପରେ କିଛି ପ୍ରଭାବ ପଡୁ । ତେଣୁ ନିଜ ଛାତିକୁ ପଥର କରି ଏଭଳି ପଦକ୍ଷପ ନେଇଥିଲି ।" ଏ ସବୁ କଥା ଶୁଣି ରାହୁଲ ପ୍ରତି ଅଞ୍ଜଳିର ଥିବା ଭଲ ପାଇବା ଆହୁରି ଅଧିକ ବଢ଼ି ଗଲା । ତା'ପରେ ପୁଣି ଥରେ ଆରମ୍ଭ ହେଲା ଦୁହିଁଙ୍କ ପ୍ରେମର ଦ୍ୱିତୀୟ ଭାଗ....।




Rate this content
Log in

More oriya story from Srinibas Mahalik

Similar oriya story from Drama