Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Classics

3  

Satyabati Swain

Classics

ବିଚିତ୍ର ନଈ

ବିଚିତ୍ର ନଈ

4 mins
231



ଜୀବନ ଏକ ବିଚିତ୍ର ନଈ।ଅବିରତ ବହୁଛି ନିଃଶବ୍ଦେ।ସୁଖ ଦୁଃଖ ଦୁଇ କୂଳ ଛୁଇଁ ଭାସୁଛି ସଂସାର ନୌକା।କେତେବେଳେ ଭଉଁରୀରେ ପଡିଯାଉଛି ତ କେବେ ବାଲିଚରରେ ଲାଗି ଡଙ୍ଗା ବିପଦ ମୁହଁରେ ପଡୁଛି।ନଈରେ କେବେ ଯୌବନ ବଢି ଆସୁଛି ତ କେବେ ବାର୍ଦ୍ଧକ୍ୟରେ ନଈରେ ଟୋପେ ପାଣି ନାହିଁ।ଯୁଆଡେ ଚାହଁ ଖାଲି ଖାଲି,ରଗଡା ବାଲିରେ ପୂର୍ଣ୍ଣ।


ମା ଗର୍ଭ ପାହାଡ଼ରୁ ଜୀବନ ନଈ ସୃଷ୍ଟି ହୋଇ ମଶାଣୀ ନିଆଁ ସମୁଦ୍ରରେ ଶେଷ ହେଉଛି ଗୋଟିଏ ଜୀବର ଜୀବନ ନଈ।


ଜନ୍ମରୁ ମଶାଣୀ ପର୍ଯ୍ୟନ୍ତ ଯାତ୍ରାରେ ଅନେକ ଘଟଣା ଦୁଃର୍ଘଟଣା ସହ ପରିଚିତ ହେଉଛେ ଆମେ।


ଜୀବନ ଏମିତି ଏକ ବିଚିତ୍ର ନଈ ଜାଣିବି,ମୃତ୍ୟୁକୁ ଭେଟିବା ଜାଣି ବି ଆମେ କାହାକୁ ଡରନ୍ତି ! ଯିଏ ସତରେ ଆମ ନିଜର!କିନ୍ତୁ କାହିଁକି ଡରନ୍ତି?ସେ ତ ଡରାଏନା।ସେ କଥା ତ କହି ପାରେନା। ତାର ଗୋଟିଏ ରୂପ ଅଛି କି ନାହିଁ ସେଟା ବି ଆମେ ଜାଣି ନାହାନ୍ତି।ଜାଣି ନାହାନ୍ତି ତା ଠିକଣା।ଏଇତକ ଜାଣିଛନ୍ତି ସେ ଆମକୁ ନିଶ୍ଚୟ ନିଜର କରିବ; ତାକୁ ଡରନ୍ତୁ ବା କେଉଁଠି ଲୁଚନ୍ତୁ ଯେତେ ଚେଷ୍ଟା କଲେ ସେ ହଠାତ୍ ଭେଟିବ। କୋଳେଇ ନେବ।ଆମର କୁଆଁ ଶବ୍ଦରୁ ଆମେ କେବଳ ମାତ୍ର ଗୋଟିଏ ଆଶାରେ ଚାଲୁଛନ୍ତି ଯେ ତାକୁ କେବେ ଭେଟିବା।ଏଇ ସାକ୍ଷାତ ଟା କିନ୍ତୁ ବିନା ସୂଚନା ବେଳ ଅବେଳ ନଦେଖି ଆସିବ। ଆମେ ପ୍ରସ୍ତୁତ ଥିବା କି ନଥିବା ସେ ବି ଜଣା ନାହିଁ।ହେଲେ ଦେଖ! ସବୁ ଦିନ ଆମର ତ ଅପେକ୍ଷା ତାରି ପାଇଁ। ଦେଖନ୍ତୁ ତ ଜାଣି ନଥିବା ଦେଖି ନଥିବା ନିହାତି ନିଜର ଅପ୍ରିୟ ସତ୍ୟକୁ ଭେଟିବାକୁ ଆମ ଆତ୍ମା କି ଉତ୍କଣ୍ଠିତ , ଉଦବିଗ୍ନ !


ଏହାହିଁ ଜୀବନ ନଈର ସବୁଠୁ ବଡ଼ ବିଚିତ୍ର ଉତ୍କଣ୍ଠା।


ହେ ଇପ୍ସିତ! ତୁମେ ବଡ଼ କପଟୀ।ପରଖୁଛ ଆମକୁ।କେତେ ଘଟଣ ଅଘଟଣ ନିର୍ଦ୍ଦିଷ୍ଟ କରି ରଖିଛ।ତୁମେ ଜାଣିଛ;ବୋଧେ ସେଇ ପାଇଁ ମୁରୁକି ହସୁଛ । ସମ୍ପର୍କ ସେହ୍ନ,ମମତା,ପ୍ରେମ,ଲୋଭ,ଆସକ୍ତି,ମୋହ ଜାଲ ଘେରାଇଛ ଚାରିପାଖ। ଛନ୍ଦି ଦେଉଛ ଜାଲରେ।ଛଟପଟ ନିଃସହାୟ ମାଛ ପରି ତୁଚ୍ଛାକୁ ବାଡେଇ ପିଟି ହେଉଛନ୍ତି ଆମେ। ଠକୁଛନ୍ତି ପ୍ରତି କ୍ଷଣେ ;ଆଶ୍ଚର୍ଯ୍ୟ ଶିଖୁ ନାହାନ୍ତି ଟିକିଏ ବି।ବାର ବାର ଭୁଲ କରୁଛନ୍ତୁ।କେତେ ମୂର୍ଖ ଆମେ ପଦବୀ ନେଇ କି ଗର୍ବ ଆମର! ଆଖି ଥାଇ ଅନ୍ଧ। ଆମର ସବୁ ବ୍ୟାଙ୍କରେ ଅଧିକ ସଞ୍ଚୟ।ସହର ଛାତିରେ କୋଠା। ଆମର ଗୋଟିଏ କଲମ ଗାର, ଛୋଟ ଦସ୍ତଖତ ବଦଳେଇ ଦେଇ ପାରେ କ୍ଷଣକେ ବହୁ ମଣିଷର ଭାଗ୍ୟ। ଧ୍ୱଂସ ବି କରି ପାରେ ସେଇ ଦସ୍ତଖତ ଟି ଗୋଟିଏ ଦେଶର ବିନାଶ।


ଜୀଵ ରାବଣ !!


ଆମେ ରାବଣ ପରି ଜାଣିଛନ୍ତି ଦିନେ ସୀତା ହରଣ ରାବଣ ମରଣ ପରି ମୋର ପଦବୀ ହେଉ କି ବୟସ କିମ୍ବା କ୍ଷମତାର ଆୟୁ ସରିଯିବ।ଯେତେବେଳେ ଆମର ସେ ସମୟ ଆସିବ ସେଇ ଲୋକେ ଯିଏ ସାର୍ ସାର୍ କହି ମୁହଁକୁ ଚାହିଁ କଥା କହିବାକୁ ସାହସ କରୁ ନଥିଲେ, ଜୋତାରୁ ଛତା ପର୍ଯ୍ୟନ୍ତ ପୂଜା କରୁଥିଲେ;ସେମାନେ ଦେଖିଲେ ନମସ୍କାରଟିଏ ଦେବାକୁ ଦ୍ଵିଧା ବୋଧ କରିବେ।ଅଚିହ୍ନା ଲୋକ ପରି ବ୍ୟବହାର କରିବେ।ଅବଜ୍ଞା ରେ ମୁହଁ ଫେଇ କହୁଣୀ ରେ ପେଲିଦେଇ ପଛକୁ ମାଡ଼ିଯିବେ ଆଗକୁ। ସେତେବେଳ ଆ ଇ ଏ ଏସ୍ ,ଆଇ ପି ଏସ୍ ,ମୁଖ୍ୟମନ୍ତ୍ରୀ, ପ୍ରଧାନ ମନ୍ତ୍ରୀ କି ଭୟଙ୍କରଠୁ ଅତି ଭୟଙ୍କର ସହରର ଡନ୍ ନଥିବ।ଜାଣିଛନ୍ତୁ ଭଲ ରକମ କିନ୍ତୁ ରାବଣ ପରି ସବୁ ଭୁଲ ହିଁ କରୁଛନ୍ତି।କେଡେ ନିର୍ବୋଧ ସତରେ ଆମେ ! କି ବିସ୍ମୟ ଜୀଵ ମଣିଷ ସତରେ ! କି ଖୋଳପା ମୁଖା ଭିତରେ ଅଛନ୍ତି !


ଏଇଟା ବି ଜାଣିଛନ୍ତି ସୁନା ହରିଣ ଭ୍ରମ; ଗୋଟିଏ ଶେଷହିଁନ ତୃଷ୍ଣା।ଛାଡ଼ୁଛନ୍ତି କି ତାର ମୋହରୁ ମୁକ୍ତ କରି ନିଜକୁ! ସବୁ ଗୁଡା ସମ୍ପର୍କ ମିଛ ହେଲେ ବି ସାରା ପୃଥୁବୀ ହୃଦୟରେ ସ୍ଥାନ ଟିଏ କରିବାରୁ ବିରତ ହେଉଛନ୍ତି କି? ପ୍ରଶଂସା କି ନିନ୍ଦା ଉଭୟରେ ଅତ୍ୟନ୍ତ ପ୍ରତିକ୍ରିୟା ଶୀଳ ହୋଇ ଯାଉଛନ୍ତି।ମିଛ ହେଉ ପଛେ ପ୍ରଶଂସା ଶୁଣିଲେ ଖୁସି ହୋଇ ଯାଉଛନ୍ତି। ପ୍ରଶଂସକ ମୋର ପ୍ରିୟପାତ୍ର,ବନ୍ଧୁ ବୋଲି ଭାବୁଛନ୍ତି। ସତରେ କେହି ଆମ ଭୁଲ ଦର୍ଶାଇଲେ ତାକୁ ଅପ୍ରିୟ ଶତ୍ରୁ ମଣୁଛନ୍ତି।ଅଜବ ନା ଆମ ଏ ସ୍ଵଭାବ!।ଦିବ୍ୟ ଚେତନା ଆଛନ୍ନ କଲାବେଳେ ନିଷ୍ପତ୍ତି ନେଉଛି ନା ଆଉ ଭୁଲ କରିବି ନାହିଁ।ବାସ୍ ସେଇ କ୍ଷଣକ ତାପରେ ଓହ୍ଲାଇ ଆସୁଛି ପୁଣି ଖୋଳପା ଭିତରକୁ।


ରାଗରୁଷା,ମାନଅପମାନ,ମୋର ତୋର,ପ୍ରହେଳିକା ଭିତରେ ପୁଣି ହଜାଉଛନ୍ତି ଅସ୍ତିତ୍ୱ।


କିନ୍ତୁ ଏବେ ଏବେ ଅନୁଭବ କରୁଛନ୍ତି କରୋନା ପଜିଟିଭ ଆସିଲା ପରେ ଆମ ପାଖ କେହି ମାଡୁ ନାହାନ୍ତି। କାହା ପାଇଁ ଆମର ଏ ଦୌଡା!


ଦସ୍ୟୁ ରାତ୍ମକର ପରି ଏବେ ଆମେ ବିଶ୍ଳେଷଣ କରୁଛନ୍ତି କି କି ପାପ ଅର୍ଜିଛନ୍ତି ଜୀବନେ।କିନ୍ତୁ ଯାହା ପାଇଁ ଅର୍ଜିଛନ୍ତି,ସେମାନେ କଣ ସେଥିରେ ଭାଗିଦାର!


କେବଳ ହତାଦର କରୁଛନ୍ତି ଆତ୍ମୀୟ ; ସେ ବାର୍ଦ୍ଧକ୍ୟ ହେଉ କି କ ରୋନା ସଂକ୍ରମିତ।


ସ୍ତ୍ରୀ ! ସାତ ଫେର ନେଲା ବେଳେ ଯିଏ ସବୁ କୁ, ସୁ ,ବିପଦ ଆପଦରେ ମୋ ହାତ ଛାଡିବନି କଥା ଦେଇଥିଲା, ସିଏ କରୋନା ହୋଇଛି ଜାଣି ପାଖ ମାଡୁନି। ଖଣ୍ଡେ ଦୁରେ ବି ରହି ଚାହୁଁନି।


ପୁଅ ଝିଅ ମାନେ ପଳେଇଲେଣି ଘର ଛାଡି। ଯେଉଁ ମାନେ ମୋର ସମ୍ପତ୍ତି ବୋଲି ଗର୍ଵ କରୁଥିଲି।ସନ୍ତାନର ବାପା ବୋଲି ଫାଟି ପଡୁଥିଲେ!


ସାଇଭାଇ ତାଟି କବାଟ ପକେଇ ବାସନ୍ଦ କରି ରଖିଛନ୍ତି;, ଯେଉଁ ମାନଙ୍କୁ ସମୟ ଅସମୟ ରେ ଆକୁଣ୍ଠ ଚିତ୍ତରେ ସାହାଯ୍ୟ କରିଥିଲେ।


ସତେକି ହଜାର ମଣିଷ ମାରି ଆସିଛନ୍ତି ଆମେ।କରୋନା ପଜିଟିଭରୁ ନେଗେଟିଭ ହୋଇଗଲି।ତଥାପି ଆମ ସଂଗେ କେହି ଭଲରେ ମିଳାମିଶା କରୁନାହାନ୍ତି।ଏଇ ମାନଙ୍କ ଟିକିଏ ଟିକିଏ ସୁଖ ପାଇଁ ଆମେ ଚୋରି କରିଛନ୍ତି।ଲାଞ୍ଜ ନେଇଛନ୍ତି।ଏମାନଙ୍କ ଜୀବନ ହସିବ ବୋଲିକେତେ ଜୀବନ କନ୍ଦାଇଛନ୍ତି। ସବୁ ବିପଦ ପଡିଲା ବେଳେ ଭାବି ହେଉଛନ୍ତି। କିନ୍ତୁ ଭଲ ହୋଇଗଲା ପରେ ଆମେ କଣ ଆମ ପ୍ରକୃତି ଛାଡୁଛନ୍ତି !


ନିରପେକ୍ଷ ହୋଇ ପାରୁ ନାହାଁନ୍ତି କେବେ।ନିଜ ଭଉଣୀ,ଝିଅ ଆମ ଆଖିକୁ ଭଉଣୀ ଝିଅ ଦେଖା ଗଲା ବେଳେ ଅନ୍ୟ ଭଉଣୀ,ଝିଅ ସେମିତି ଦିଶନ୍ତି ନାହିଁ।କଣ ଥାଏ ଏ ଆଖିରେ!।ଅତ୍ୟାଚାର,ବଳତ୍କାର ପରି ପାଶବିକ କ୍ରିୟାରେ ମଜ୍ଜୁଛନ୍ତି। କଅଁଳ, କଷି ଛୁଆକୁ ବି କେମିତି କରି ପାରୁଛନ୍ତି ଦୁଃଷ୍କର୍ମ! ଅନ୍ୟର ମୁଣ୍ଡ ଶିଡି କରି ଚଢି ଯାଉଛନ୍ତି ଉପରକୁ।କିନ୍ତୁ 'ସିଏ' ହସୁଛି। ମୁଁ ତାର ଆହୁରି ପାଖ ହୋଇ ଯାଉଛି।ଶେଷକୁ ସେ ଏଇଠି କରିଦେବ ମୋର ହିସାବ।ସେ ବାକି ରଖେନି କି ବାକି ଦିଏନି ବି। ସବୁ ନଗଦ ଏଇଠି ସଜାଡି ଥୋଇଛି। କେହିତ ନିଶ୍ଚିନ୍ତ ନୁହେଁ ;ଆଉ ଏମିତି ଗୋଟିଏ ଦୁର୍ଲ୍ଲଭ ଜନ୍ମ ମିଳିବ କି ନାହିଁ।ତେବେ ଏଇ ଜନ୍ମଟି ଖୁସି ଖୁସି ହିସାବ ଖାତାରେ ବାକି ବୁକର ନରଖି ଜୀଇଁ ଗଲେ କେମିତି ହୁଅନ୍ତା??


ବିଚିତ୍ର ସତରେ ଏ ଜୀବନ ନଈ !! 




Rate this content
Log in

Similar oriya story from Classics