Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଚେଟ୍ଟିଆର ପୁଅ
ଚେଟ୍ଟିଆର ପୁଅ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Classics Others

3 Minutes   7.5K    19


Content Ranking

ପୃଥି୍ବୀର ଲୋକକଥା,

ପଣ୍ଡିଚେରୀ ଲୋକକଥା (1)

ଚେଟ୍ଟିଆର ପୁଅ

ଗୋଟିଏ ବଡ ଗାଁ । ବିଭିନ୍ନ ଜାତିର ଲୋକ ସେଠାରେ ରହନ୍ତି । ଗାଁ ମଝିରେ ଗୋଟିଏ ବଡ ଦୋକାନ । ସେଠାରେ ସବୁ ଜିନିଷ ମିଳେ । ତା’ର ମାଲିକ ଜଣେ ଧନୀ ଲୋକ । ସାରା ଗାଁରେ ତାକୁ ଚେଟ୍ଟିଆର ବୋଲି ଜାଣନ୍ତି । ସେ ଚେଟ୍ଟିଆର ଜାତିର ଲୋକ । ସେଥିପାଇଁ ତାକୁ ଏମିତି ଡାକନ୍ତି । ଏମିତିକି ତା’ର ଦୋକାନକୁ ଚେଟ୍ଟଆର ଦୋକାନ, ସ୍ତ୍ରୀକୁ ଚଟ୍ଟିଆର ସ୍ତ୍ରୀ, ପୁଅକୁ ଚେଟ୍ଟିଆର ପୁଅ, ତା’ର କୁଟୁମ୍ବକୁ ଚେଟ୍ଟିଆର କୁଟୁମ୍ବ ବୋଲି ଡାକନ୍ତି ।

ଚେଟ୍ଟିଆର ପୁଅଟି ଭାରି ଦୁଷ୍ଟ । କିନ୍ତୁ ତା’ର ମୁଣ୍ଡ ଚୁଟିକୁ ସେ ଏକାଠି କରି ବାନ୍ଧିଦିଏ । ତେଣୁ ନିର୍ବୋଧ ଭଳି ଦେଖାଯାଏ । କିନ୍ତୁ ଯାହା ସେ କରେ , ଭାବିଚିନ୍ତି କରେ ,ତାହା ଅର୍ଥ ପୂର୍ଣ୍ଣ ।

ଥରେ ଚେଟ୍ଟିଆର ପଡିଶା ଘର ପୁଅ ପାଗଳ ହୋଇଗଲା । ଦ୍ୱିପହରକୁ ପାଗଳ ପିଲାଟି ଅସମ୍ଭାଳ ହୁଏ । ଯେଉଁ ଗ୍ରାହକମାନେ ଚେଟ୍ଟିଆର ଦୋକାନକୁ ଆସନ୍ତି, ତାଙ୍କୁ ସେ ଟେକା ପକାଏ । ବହୁତ ଲୋକ ରାଗିଯାଇ ପାଗଳକୁ ଚିତ୍କାର କରି ଗାଳି ଦିଅନ୍ତି । ଅନ୍ୟମାନେ ବୁଲା ବାଟରେ ଯାଆନ୍ତି । କେତେକ ଦୋକାନକୁ ଆସନ୍ତି ନାହିଁ । ଫଳରେ ଦୋକାନରେ ଗ୍ରାହକ କମିଗଲା । ଏଥିପାଇଁ ଚେଟ୍ଟିଆର ମନ ଦୁଃଖିତ । ଅସନ୍ତୁଷ୍ଟ । ସେ ଯାଇ ପାଗଳ ବାପ ମା ପାଖରେ ଅଭିଯୋଗ କଲା । ସେମାନେ ଏକଥା ଶୁଣିବାକୁ ନାରାଜ । ସେ ଗାଁର ମୁଖିଆକୁ ଗୁହାରି କଲା ମୁଖିଆ କଥାଟା ଶୁଣିଲେ । ତାପରେ ସେ କହିଲେ - “ଏହା ପାଗଳ ପିଲାର ନିର୍ବୋଧତା । ଏହାକୁ ନିଘା କର ନାହିଁ । ବରଂ ପିଲାଟିକୁ କ୍ଷମା କରିଦିଅ ।

ଚେଟ୍ଟିଆର ପୁଅଟି ବାପାର ଦୁଃଖରେ ଦୁଃଖିତ । ପରଦିନ ଦୋକାନ ଖୋଲା ହେଲା । ସେ ଦୋକାନକୁ ଜଗିରହିଲା । ପାଗଳ ପିଲାଟି ଘର ଉପରେ ତା’ର ଲକ୍ଷ୍ୟ । ଯେତେବେଳେ ପାଗଳ ପିଲା ଘରୁ ଟେକାଟି ଆସେ, ତାକୁ ସେ ସଂଗ୍ରହ କରେ । ତାକୁ ନେଇ ନିଜ ଘରେ ରଖେ । ସେ ନିତି ଜଗିଥାଏ । ସେ ପାଗଳ ଘରୁ ଆସୁଥିବା ଗୋଟିଏ ପଥର ବି ଏପଟ ସେପଟ ହେଲାନାହିଁ । ସବୁ ସଂଗ୍ରହ କରି ରଖାଗଲା । ଦୋକାନ ବନ୍ଦ ହେବା ପର୍ଯ୍ୟନ୍ତ ଚେଟ୍ଟିଆର ପୁଅ ଠିଆ ହୋଇ ରହେ ।

ପ୍ରତିଦିନ ସେ ପଚାଶରୁ ଷାଠିଏ ଟେକା ପଥର ସଂଗ୍ରହ କରେ । ଏହା ପ୍ରତିଦିନ ଚାଲିଲା ।

ଦିନେ ଛୋଟ ପଥର ଦୋକାନ ଆଡକୁ ଲକ୍ଷ୍ୟ କରି ଫିଙ୍ଗାହେଲା । ଚେଟ୍ଟିଆର ପୁଅ ସେ ସବୁ ସଂଗ୍ରହ କରି ଘରେ ରଖିଲା । କିଛି ଦିନ ପାଇଁ ଟେକା ପଡିବା ବନ୍ଦ ହେଲା । କିନ୍ତୁ ଚେଟ୍ଟିଆର ପୁଅର ଜଗିବା ବନ୍ଦ ହେଲାନାହିଁ ।

ତା’ର ଅଳ୍ପଦିନ ପରେ ପାଗଳ ପିଲାଟି ଚେଟିଆର ପୁଅକୁ ଖତେଇ ହେଲା । ତାକୁ ଲକ୍ଷ୍ୟ କରି ଗୋଟିଏ ଛୋଟିଆ ପ୍ୟାକେଟଟିଏ ପକାଇଲା । ତାପରେ ଘର ଭିତରେ ପଶି ଅଦୃଶ୍ୟ ହୋଇଗଲା ପ୍ୟାକେଟ ଭିତରେ କଣ ଅଛି ଜାଣିବା ପାଇଁ ଚେଟ୍ଟିଆର ପୁଅ ଖୁବ୍ ଆଗ୍ରହୀ । ସେ ତାକୁ ଖୋଲିଲା । ସେ ଦେଖିଲା - ସେଥିରେ ଗୋଟିଏ ଚେନ୍ , ହଳେ କାନଫୁଲ ଏବଂ ମୂଲ୍ୟବାନ ପଥର ବସିଥିବା ହାରଟିଏ ଅଛି । ଏହା ଦେଖି ସେ ଆଶ୍ଚର୍ଯ୍ୟ । ତାକୁ ସେ ନେଲା । ଚାଉଳ ଅଖା ଭିତରେ ଲୁଚାଇ ବେଲା । ସେ ପୁଣି ଫେରି ଆସି ତା ଦୋକାନ ଆଗରେ ଠିଆହେଲା । ଏତିକିବେଳେ ପାଗଳ ପିଲାର ବାପ ମାଆ ତା ପାଖକୁ ଧାଇଁ ଆସିଲେ । ପାଗଳପିଲା ପକେଇ ଥିବା ପ୍ୟାକେଟଟିକୁ ମାଗିଲେ । ଚେଟ୍ଟିଆପୁଅର ଉତ୍ତର ଥିଲା - “ମୁଁ ତ ଖାଲି ପଥର ରଖେ । ପ୍ୟାକେଟ କେଉଁଠୁ ପାଇବି ?” କିନ୍ତୁ ପାଗଳ ପିଲାର ବାପ ମାଆ ତା’ କଥାକୁ ବିଶ୍ୱାସ କଲେ ନାହିଁ । ସେମାନେ କଥାଟା ଗାଁର ମୁଖିଆ ପାଖକୁ ନେଲେ । ମୁଖିଆ ଉଭୟ ପକ୍ଷର କଥା ଶୁଣିଲେ । କଥାଟା ବୁଝିଲେ । ଲୋକମାନେ ତାଙ୍କ ନିଷ୍ପତ୍ତି ଶୁଣିବାକୁ ଆଗ୍ରହୀ । ସବୁଆଡେ ଶାନ୍ତ । ସମସ୍ତେ ନୀରବ । ଏମିତିକି କାଉ ‘କା’ କଲାନାହିଁ । ଚଢେଇମାନେ କିଚିରି ମିଚିରି ହେଲେ

ନାହିଁ । ସତେ ଯେମିତି ସମସ୍ତେ ତାଙ୍କର ନିଷ୍ପତ୍ତିକୁ ଚାହିଁ ରହିଛନ୍ତି ।

ମୁଖିଆ ସମସ୍ତଙ୍କୁ ଚାହିଁଲେ । ସେ ପାଟି ମେଲା କଲେ । ଏତିକିବେଳେ ଚେଟ୍ଟିଆର ପୁଅ କହିଲା - “ବାପା, ଆସ ଯିବା । ଆମ ମୁଖିଆ ଅତ୍ୟନ୍ତ ନ୍ୟାୟବନ୍ତ । ଆଗରୁ ସେ କହିଛନ୍ତି, ପାଗଳ ପିଲାଟିକୁ ବଦଳାଇ ପାରିବେନାହିଁ । ସେ କହିଛନ୍ତି ଯେ, ପାଗଳ ପିଲାଟି ନିର୍ବୋଧ । ତା’ କଥାକୁ ନିଘା କରନାହିଁ । ତାକୁ କ୍ଷମା କରିଦିଅ । ଆମେ ମଧ୍ୟ ତାକୁ କ୍ଷମା କରିଦେଇଛୁ ।”

ଗାଁର ମୁଖିଆ ଏକ ଜଣିକିଆ ହୋଇଗଲେ । ଭିନ୍ନ ମତ ଦେବାକୁ ଏବେ ସେ ଅକ୍ଷମ । ସେଥିପାଇଁ ଲୋକେ କହନ୍ତି - ଚେଟ୍ଟିଆର ପୁଅକୁ ଟପିବା ପାଇଁ ଅତ୍ୟନ୍ତ ବୁଦ୍ଧିର ପ୍ରୟୋଜନ ।

ଶ୍ରୀ ଲକ୍ଷ୍ମୀଧର ମହାନ୍ତି

ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତି

ଗାଁ ଚେଟ୍ଟିଆର ପାଗଳ

Rate the content


Originality
Flow
Language
Cover design

Comments

Post

Some text some message..