ଉପଦେଶ
ଉପଦେଶ




ଉପଦେଶ
ମନପବନ (ଜାନୁୟାରୀ 2020)
ଅନେକ ଦିନ ତଳର କଥା ଧର୍ମପୁର ବୋଲି ଗୋଟିଏ ରାଜ୍ୟ ଥିଲା ରାଜଧାନୀର ଶେଷ ମୁଣ୍ଡରେ ଏକ ବିରାଟ ବରଗଛ ଥାଏ ସେଇ ବରଗଛରେ ଗୋଟାଏ କୋଇଲି ରହୁଥାଏ ତା’ର ମିଠା ସ୍ୱର ସଭିଙ୍କୁ ମୁଗ୍ଧ କରୁଥିଲା ସେଇ ରାଜ୍ୟର ରାଜା ଧର୍ମବୀର ଏବଂ ପ୍ରଜାମାନେ କୋଇଲିର ମଧୁର ଗୀତ ଶୁଣି ସୁଖ ଅନୁଭବ କରନ୍ତି କୋଇଲିଟି ସେଇ ବରଗଛରେ ରହିବା ପରଠାରୁ ରାଜ୍ୟରେ ସୁଖ ସମୃଦ୍ଧି ବୃଦ୍ଧି ପାଉଥିଲା ବୋଲି ରାଜାଙ୍କର ଧାରଣା ରାଜା ଧର୍ମବୀରଙ୍କ ସ୍ୱଭାବ ମଧ୍ୟ ସରଳ ଓ ଉଦାର
ଧର୍ମପୁରର ପଡୋଶୀ ରାଜ୍ୟ ହେଲା ବ୍ରହ୍ମପୁର ଦୁଇ ରାଜ୍ୟକୁ ଭାଗ କରୁଥିଲା ଏକ ବିରାଟ ଜଙ୍ଗଲ ଧର୍ମପୁରରେ ସବୁବେଳେ ସୁଖ ସମୃଦ୍ଧି ବିରାଜମାନ କରୁଥିବା ବେଳେ ବ୍ରହ୍ମପୁରରେ ସବୁବେଳେ ଲଢାଇ ଝଗଡା ଲାଗି ରହୁଥିଲା ପ୍ରଜାମାନେ ପରସ୍ପରକୁ ଘୃଣା କରୁଥିଲେ ରାଜା ମଧ୍ୟ ଖୁବ୍ ନିଷ୍ଠୁର ଥିଲେ
ବ୍ରହ୍ମପୁରର ରାଜା ଥରେ ଶିକାର କରିବା ପାଇଁ ଜଙ୍ଗଲକୁ ଗଲେ ସେଠାରେ ସେ କୋଇଲିର ମଧୁର ସଙ୍ଗୀତ ଶୁଣିବାକୁ ପାଇଲେ ତାଙ୍କୁ ଖୁବ୍ ଭଲ ଲାଗିଲା ମନେମନେ ସେ ଠିକ୍ କଲେ ଯେ କୌଣସି ପ୍ରକାରେ କୋଇଲିକୁ ନିଜ ରାଜ୍ୟକୁ ନେଇ ଆସିବେ
ରାଜା ଜଙ୍ଗଲ ଭିତରେ କୋଇଲିକୁ ଠାବ କରିବାକୁ ଅନେକ ଚେଷ୍ଟା କଲେ ; ମାତ୍ର କେଉଁଠାରେ ହେଲେ ପାଇଲେ ନାହିଁ
ରାଜା ବ୍ରହ୍ମଭଟ୍ଟ ନିଜ ରାଜ୍ୟକୁ ଫେରି ଆସିବା ପରେ ମନ୍ତ୍ରୀଙ୍କୁ କହିଲେ, “ଆଜି ଶିକାର କରିବାକୁ ଯାଇଥିଲି, ଜଙ୍ଗଲ ଭିତରେ ଏକ କୋଇଲିର ମଧୁର ସଙ୍ଗୀତ ମୋତେ ବେଶ୍ ବିମୋହିତ କରିଛି ତୁମେ ସେଇ କୋଇଲିକୁ ଖୋଜି ଆଣ ଆମେ ତାକୁ ରାଜମହଲରେ ରଖିବା
ମନ୍ତ୍ରୀ ନିଜର ସିପାହୀମାନଙ୍କୁ ସେଇ କୋଇଲିକୁ ଖୋଜିବା ପାଇଁ ପଠେଇଲେ ସିପାହୀମାନେ କୋଇଲି ସମ୍ପର୍କରେ ସବୁ ତଥ୍ୟ ସଂଗ୍ରହ କରି ମନ୍ତ୍ରୀଙ୍କୁ ଦେଲେ ମନ୍ତ୍ରୀ ରାଜାଙ୍କୁ କହିଲେ, “ମହାରାଜ ସେଇ କୋଇଲିଟି ଧର୍ମପୁର ରାଜ୍ୟର ଶୁଭ ପକ୍ଷୀ, ସେଇ ପକ୍ଷୀଟି ଧର୍ମପୁରରୁ ଆସିବା ପରେ ସେ ରାଜ୍ୟରେ ସୁଖ ସମୃଦ୍ଧି ବଢିଛି
ମନ୍ତ୍ରୀଙ୍କ ଠାରୁ ଏପରି କଥା ଶୁଣିବାପରେ ରାଜା ଯେକୌଣସି ଉପାୟରେ ନିଜ ରାଜ୍ୟକୁ ଆଣିବାକୁ ଚାହେଁ ଏଣୁ ତୁମେ ତା’ର ବ୍ୟବସ୍ଥା କର
ମନ୍ତ୍ରୀ କିଛି ଗୁପ୍ତଚରଙ୍କୁ ସେଇ କୋଇଲି ଖୋଜି ନିଜ ରାଜ୍ୟକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଲେ ଗୁପ୍ତଚରମାନେ ଅନେକ ଖୋଜାଖୋଜି କରିବା ପରେ ସେଇ କୋଇଲିଟିକୁ ନେଇ ଆସିଲେ
ରାଜା ବ୍ରହ୍ମଭଟ୍ଟ କୋଇଲିଟିକୁ ପାଇ ଖୁବ୍ ଖୁସି ହେଲେ ତା’ ପାଇଁ ଏକ ସୁନାର ପିଞ୍ଜରା ତିଆରି କରିଦେଲେ ; ମାତ୍ର କୋଇଲିଟି ପିଞ୍ଜରା ଭିତରେ ରହି ଖୁବ୍ ଉଦାସ ହୋଇ ଉଠିଲା ସେ ଗୀତ ଗାଇବା ପୁରାପୁରି ବନ୍ଦ କରିଦେଲା
ଅନ୍ୟପକ୍ଷରେ ଧର୍ମପୁର ରାଜ୍ୟରୁ କୋଇଲିଟି ଗାଏବ ହୋଇଯିବାପରେ ହା-ହାକାର ପଡିଗଲା ରାଜା ସୈନ୍ୟ ପଠାଇ ଖୋଜିବାର ବ୍ୟବସ୍ଥା କଲେ ସୈନ୍ୟମାନେ ଖୋଜାଖୋଜି କରି ଫେରି ଆସିଲେ ଗୁପ୍ତଚରମାନେ ଆସି ଖବର ଦେଲେ ଯେ ପଡୋଶୀ ରାଜା ବ୍ରହ୍ମଭଟ୍ଟ ସେଇ କୋଇଲିକୁ ଚୋରାଇ ନେଇଛନ୍ତି ଏବେ ତାକୁ ପିଞ୍ଜରା ଭିତରେ ରଖିଛନ୍ତି
ଧର୍ମବୀର ଜାଣିଥିଲେ ପଡୋଶୀ ଦେଶର ରାଜା ଖୁବ କ୍ରୂର ମନ୍ତୀଙ୍କୁ ଡକାଇ ପଚାରିଲେ, “କୋଇଲି ପକ୍ଷୀଟି କିପରି ଫେରାଇ ଅଣାଯିବ ତାର ଉପାୟ କୁହନ୍ତୁ ରାଜା ବ୍ରହ୍ମଭଟ୍ଟ କେବେହେଲେ ନିଜ ଇଚ୍ଛାରେ କୋଇଲିଟିକୁ ଦେବେନାହିଁ କଣ ଆମକୁ ସେଥିପାଇଁ ଯୁଦ୍ଧ କରିବାକୁ ହେବ ?”
କିଛି ସମୟ ଚିନ୍ତାକରି ମନ୍ତ୍ରୀ କହିଲେ, “ମହାରାଜ !ମୁଁ ମଧ୍ୟ ସେ ବିଷୟରେ ଚିନ୍ତା କରୁଥିଲି ପାହାଡର ପାଦଦେଶରେ ଜଣେ ମହାତ୍ମା ରହୁଛନ୍ତି ବ୍ରହ୍ମଭଟ୍ଟ ତାଙ୍କ ପାଖକୁ ଆଶିର୍ବାଦ ନେବାକୁ ଯାଆନ୍ତି ଏଣୁ ଆମେ ତାଙ୍କ ପାଖକୁ ଯାଇ ତାଙ୍କଠାରୁ ସାହାଯ୍ୟ ନେବା ”
ରାଜା ଧର୍ମବୀର ମନ୍ତ୍ରୀଙ୍କ ସହିତ ମିଶି ପାହାଡର ପାଦଦେଶରେ ରହୁଥିବା ମହାତ୍ମାଙ୍କ ପାଖକୁ ଗଲେ ରାଜାଙ୍କୁ ଦେଖି ମହାତ୍ମା ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ମହାରାଜା ଆପଣ! ମୋ ପାଖକୁ କଣପାଇଁ ଆସିଛନ୍ତି ? ପ୍ରଜା ମାନଙ୍କ ଉପରେ କୌଣସି ବିପଦ ଆପଦ ପଡିଲାକି ?”
ଧର୍ମବୀର ମହାତ୍ମାଙ୍କୁ କହିଲେ, “ବ୍ରହ୍ମଭଟ୍ଟ ମୋ କୋଇଲି ପକ୍ଷୀକୁ ଚୋରିକରି ନେଇଛନ୍ତି
ତାକୁ ନେଇ ପିଞ୍ଜରା ଭିତରେ ଆବଦ୍ଧକରି ରଖିଛନ୍ତି ସେଇ ପକ୍ଷୀଟି ରାଜ୍ୟ ସମୃଦ୍ଧିର ପ୍ରତୀକ ଆପଣ ମୋତେ ସେଇ ପକ୍ଷୀଟି ଫେରାଇବାର ଉପାୟ କୁହନ୍ତୁ ”
ମହାତ୍ମା କିଛି ସମୟ ଚିନ୍ତାକରି କହିଲେ, ତୁମେ ସେ ନେଇ ଚିନ୍ତା କରନା, ମୁଁ ତାର ବ୍ୟବସ୍ଥା କରିବି ପିଞ୍ଜରା ଭିତରେ ରହିବା ପରେ କୋଇଲିଟି ନିରାଶ ହୋଇ ପଡିଥିଲା ଗୀତଗାଇବା ବନ୍ଦ କରି ଦେଇଥିଲା ରାଜା ବ୍ରହ୍ମଭଟ୍ଟ ଭାବିଲେ କୋଇଲିଟି ପୁଣି କେମିତି ଗୀତ ଗାଇବ, ସେ ବିଷୟରେ ମହାତ୍ମାଙ୍କ ପଚାରି ବୁଝିବେ ସେ ମହାତ୍ମାଙ୍କ ପାଖରେ ପହଞ୍ଚି ନିଜର ସମସ୍ୟା ସମ୍ପର୍କରେ କହିଲେ ସବୁ ଶୁଣି ସାରିବା ପରେ ମହାତ୍ମା ପଚାରିଲେ, “ତୁମେ ସେ ପକ୍ଷୀଟିକୁ କଏଦକରି ରଖିଛ ?”
ରାଜା ଉତ୍ତର ଦେଲେ, “ମୁଁ ଚାହେଁ ମୋ ରାଜ୍ୟ ଉନ୍ନତି କରୁ, ମୋ ପ୍ରଜାମାନେ ସୁଖଶାନ୍ତିରେ ରୁହନ୍ତୁ ସେ କୋଇଲି ପକ୍ଷୀଟି ବହୁତ ଶୁଭ, ତାରି ଯୋଗୁଁ ଧର୍ମପୁର ରାଜ୍ୟରେ ସୁଖଶାନ୍ତି ବିରାଜମାନ କରୁଛି ଏଣୁ ମୁଁ ତାକୁ ପିଞ୍ଜରା ଭିତରେ ରଖିଛି ”
ମହାତ୍ମା ଜଣକ ରାଗିଯାଇ କହିଲେ “ଆରେ ମୁର୍ଖ! ତୁମକୁ କିଏ କହିଲା ଯେ ପକ୍ଷୀ ଶୁଭ ବା ଅଶୁଭ ବୋଲି ଗୋଟାଏ ପକ୍ଷୀକୁ ଜୋରଜବରଦସ୍ତ କଏଦକରି ରଖିଲେ କଣ ଧର୍ମପୁର ରାଜ୍ୟ ଅସମୃଦ୍ଧ ହୋଇଯିବ ରାଜ୍ୟର ସମୃଦ୍ଧି ପକ୍ଷୀଦ୍ୱାରା ନୁହେଁ, ରାଜାର ଯୋଗ୍ୟତା ଦୱାରା ହୋଇଥାଏ ରାଜା ପରୋପକାର ସଦଭାବନା ଏବଂ ପ୍ରେମକୁ ନେଇ ଉନ୍ନତିକରେ କୋଇଲିଟି ଏକ ପକ୍ଷୀମାତ୍ର ଏଣୁ ତୁମେ ତାକୁ ଧର୍ମପୂର ରାଜ୍ୟକୁ ଫେରାଇଦିଅ ତା ର ଯେଉଁଠି ଇଚ୍ଛା ହେବ ରହିବ ଖୁସିରେ ଗୀତ ଗାଇବ ”
ମହାତ୍ମାଙ୍କ କଥାକୁ ଭଲଭାବରେ ଚିନ୍ତାକଲେ ରାଜା ତାଙ୍କ ଭିତରେ ପରିବର୍ତ୍ତନ ଆସିଲା ସେ ନିଜର ମନ୍ତ୍ରୀଙ୍କୁ ଆଦେଶଦେଲେ କୋଇଲିଚିକୁ ନେଇ ଧର୍ମପୁର ରାଜ୍ୟରେ ଛାଡିଦେବାକୁ
ଗୁପ୍ତଚରମାନେ କୋଇଲିଟିକୁ ନେଇ ସେଇ ଗଛରେ ଛାଡିଦେଇ ଆସିଲେ ଏହାପରଠାରୁ ସେହି ରାଜ୍ୟରେ ସୁଖ ଓ ସମୃଦ୍ଧି ଦେଖାଦେଲା