ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

0.6  

ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

କୁହୁକ ନାସଦାନୀ

କୁହୁକ ନାସଦାନୀ

6 mins
313


କୁହୁକ ନାସଦାନୀ

ମନପବନ

ଜୁଲାଇ 2019

ଗୋଟିଏ ରାଇଜରେ ପ୍ରତାପ ବୋଲି ଗୋଟିଏ ଖୁବ୍ ସୁନ୍ଦର ପିଲାଥିଲା । ସେ ଭାରି ଦୟାଳୁ । ଏମିତିକି ପଶୁପକ୍ଷୀ ମାନଙ୍କୁ ସେ ଖୁବ ଦୟା ଦେଖାଏ । ତା’ର ଆଖି ଦିଓଟି ଗାଢ ନୀଳ ଓ ମୁଖ ସର୍ବଦା ସ୍ମିତ ହାସ୍ୟଯୁକ୍ତ । ପଶୁପକ୍ଷୀମାନେ ତାଙ୍କୁ ଆଦୌ ଡରନ୍ତିନି । ଏମିତିକି ତା ସହିତ ସେମାନେ ଖେଳନ୍ତି ।

     ପ୍ରତାପ ତାର ବାପା ମାଆଙ୍କ ସହିତ ଗୋଟିଏ ନିଛାଟିଆ ଯାଗାରେ ବାସ କରୁଥିଲା । ସେଠି ଆଉ କାହାର ଘର ନଥିଲା । ତେଣୁ ପ୍ରତାପ ଅନ୍ୟ କୌଣସି ପିଲାଙ୍କ ସାଙ୍ଗ ପାଉ ନଥିଲା । ସେ ଆଗନ୍ତୁକ ଅତିଥି ମାନଙ୍କୁ ଖୁବ୍ ଭଲ ବ୍ୟବହାର ଦେଖାଉଥିଲା ।

     ପ୍ରତାପର ବାପା ସହରରେ ଅନ୍ୟ ବିଜ୍ଞ ଲୋକଙ୍କ ସାଥିରେ ବନ୍ଧୁତା କରିଥିଲେ । ସେ ତାଙ୍କୁ ଅନେକ ଭଲ କଥା ଶିଖାଉଥିଲେ । ପ୍ରତାପ ସେହି କୁଡିଆଘରଟିରେ ବଣ ମଝିରେ ତାର ବାପ ମାଆଙ୍କ ସହିତ ଦିନ କଟାଉଥିଲା ।

     କ୍ରମେ ପ୍ରତାପ ବଢି ବଢି ଆସି ଅଠର ବର୍ଷର ହେଲା । ଏଥର ସେ ବାହାର ଦୁନିଆ ଦେଖି ବୁଲିବାକୁ ସ୍ଥିରକଲା । ଏଇକଥା ଶୁଣି ପ୍ରଥମେ ତାର ବାପା, ମାଆ ରାଜିହେଉ ନଥିଲେ । ମାତ୍ର ପ୍ରତାପର ଜିଦ ଦେଖି ଶେଷରେ ସେମାନେ ରାଜି ହୋଇଗଲେ । ତାର ମାଆ ତାର ସବୁ ଚିରା ଫଟା ପୋଷାକପତ୍ର ସିଲେଇ କରିଦେଲେ ଏବଂ ତାକୁ ଗୋଟିଏ ପିଠା ଦେଇ କହିଲେ, “ପୁଅ ତୁ କାହାରି ପ୍ରତି ଅନିଷ୍ଟ କରିବୁନି । ସମସ୍ତଙ୍କ ପ୍ରତି ଦୟା ଦେଖାଇବୁ । ଭଗବାନ ତୋର ମଙ୍ଗଳ କରିବେ । ”

     ତା ବାପା ତାକୁ ଗୋଟିଏ କୁହୁକ ନାସଦାନୀ ଦେଇ କହିଲେ, “ପୁଅ ଏଇଟିକୁ ଖୁବ୍ ଯତ୍ନରେ ରଖିଥିବୁ କାରଣ ଏ ଗୋଟିଏ କୁହୁକ ନାସଦାନୀ । ଯେତେବେଳେ ତୁ ବିପଦରେ ପଡିବୁ ଏଇଟିକୁ ଖୋଲିଦେବୁ । ଏ ତୋତେ ସାହାଯ୍ୟ କରିବ । ସାହାସ ବାନ୍ଧି ଯାଆ ଈଶ୍ୱର ତୋର ମଙ୍ଗଳ କରିବେ ।

ଏଥର ପ୍ରତାପ ବାହାରିଲା ଦୁନିଆଁ ଦେଖିବାକୁ । ସେ ବଣ ଭିତରେ ଚାଲି ଚାଲି ଯାଇ ଗୋଟିଏ ଝରଣା ପାଖରେ ପହଞ୍ଚି ଗଲା । ତାକୁ ଭୋକ କରୁଥିବାରୁ ସେ ପିଠାରୁ ଖଣ୍ଡେ ଖାଇ ଝରଣାରୁ ମୁନ୍ଦିଏ ପାଣି ପିଇ ସେଠି ଚଢେଇ, ମୂଷା ଓ ବେଙ୍ଗମାନଙ୍କ ସାଙ୍ଗରେ ଖେଳି ଟିକିଏ ବିଶ୍ରାମ କଲା ।

ଏଥର ପୁଣି ପ୍ରତାପ ଚାଲିଲା । ସେ ବଣ ଭିତରୁ ବାହାରିଯାଇ ଗୋଟିଏ ଦେଶରେ ପହଞ୍ଚିଲା । ସନ୍ଧ୍ୟା ହୋଇ ଆସିଲାଣି । ତାକୁ ମଧ୍ୟ ଭାରି ଭୋକ କଲାଣି । ସେ ରାତିଟା କେଉଁଠି ଆଶ୍ରୟ ନେବ ଏଇ କଥା ଭାବିଭାବି ଆଗକୁ ଚାଲିଲା ।

ଗୋଟିଏ ଯାଗାରୁ ସେ ଆଲୁଅ ଦେଖିପାରିଲା । ସେଇ ଆଡକୁ ଲକ୍ଷକରି ସେ ଚାଲିଲା । ସେଠି ପହଞ୍ଚି ସେ ଦେଖିଲା ସେଇଟା ଗୋଟିଏ ଦୁର୍ଗ । ତାଭିତରକୁ ଯାଇ ସେ ଦେଖିଲା ଯେ, ଦୁର୍ଗର ପୁଜାରୀ ଖାଦ୍ୟ ବାଢୁଛି । ପୂଜାରୀ ୟାକୁ ଖାଇବାକୁ ଦେଲା । ସେ ପେଟେ ଖାଇ ଚାକର ବାକରଙ୍କ ସହିତ ଆନନ୍ଦରେ ଗୀତଗାଇ ଶୋଇବାକୁ ଗଲା ।

ଦୁର୍ଗର ଅଧିକାରୀ ଜଣେ ସାମନ୍ତ । ତାଙ୍କର ଅଗାଧ ସମ୍ପତି ଥାଇ ସୁଧା ସେ ଆହୁରି ପାଇବାକୁ ଲୋଭ କରୁଥିଲେ ତାଙ୍କର ପ୍ରମୋଦିନୀ ବୋଲି ଗୋଟିଏ ଖୁବ ସୁନ୍ଦରୀ କନ୍ୟା ଥିଲା । ତାର ବ୍ୟବହାର ଭାରି ଭଲ

ପ୍ରମୋଦିନୀ ପ୍ରତାପର ଗୀତ ଶୁଣି ରୋଷେଇ ଘର ଆଡକୁ ଯାଇ ପ୍ରତାପକୁ ଦେଖିଲା । ଦୁହିଁଙ୍କର ଦେଖାହେବା ମାତ୍ରେ ପ୍ରତ୍ୟେକ ପ୍ରତ୍ୟେକଙ୍କୁ ଭଲପାଇଲେ । ପ୍ରମୋଦିନୀ ମଧ୍ୟ ଏକୁଟିଆ ଖେଳିବାକୁ ଭଲ ପାଉନଥିଲା । ଏଥର ପ୍ରତାପକୁ ପାଇ ସେ ଖୁସିହେଲା ।

ପ୍ରମୋଦିନୀ ପ୍ରତାପ ପରି ଜଣେ ଯୁବକକୁ ଦେଖି ତାକୁ ବିବାହ କରିବାକୁ ସ୍ଥିରକଲା । ସେ ଏ କଥା ତାର ବାପାଙ୍କୁ ଆସି କହିଲା ।

ସାମନ୍ତ ଏ କଥା ଶୁଣି ବଡ ଅଡୁଆରେ ପଡିଲେ । ସେ ଭାବିଲେ ପ୍ରତାପ ଖୁବ ଗରିବ ନ ହୋଇଥିଲେ ଏମିତି ଚିରାଫଟା ପୋଷାକ କାହିଁକି ପିନ୍ଧିଥାନ୍ତା । ମାତ୍ର ତାର ସୁନ୍ଦର ଚେହେରା, ସାହସ ଓ ବଳିଷ୍ଠ ବପୁଃ ଦେଖି ସାମନ୍ତ ଭାବିଲେ ୟା ଠାରୁ କିଛି କାମ ଆଦାୟ କରିବା ।

ଏଥର ସେ ପ୍ରତାପକୁ ପଚାରିଲେ ଆଚ୍ଛା ଯୁବକ ତୁମେ ଯଦି ମୋ ଝିଅକୁ ବିବାହ କରିବାକୁ ଚାହୁଁଛ ତେବେ ମୋ ପାଇଁ କି ଆଶ୍ଚର୍ଯ୍ୟ କଥା କରିପାରିବ କୁହ ।

ପ୍ରତାପ କହିଲା ଆପଣ ଯାହା କହିବେ

ସାମନ୍ତ କହିଲେ ତୁମେ ମୋ ପାଇଁ ପ୍ରଥମେ ଗୋଟିଏ କାମ କରିବ । କାଲି ସକାଳ ଆଠଟା ସୁଦ୍ଧା ମୋ ଦୁର୍ଗ ସାମନାରେ ଗୋଟିଏ ହ୍ରଦ ହୋଇଥିବ । ସେଥିରେ ଯୁଦ୍ଧ ଜାହାଜସବୁ ଭାସୁଥିବ । ଆଠଟା ବାଜିବାକ୍ଷଣି ସେମାନେ ଏମିତି ତୋପ ଆବାଜ କରିବେ ଯେ ମୋ ଝିଅ ତା ଶବ୍ଦରେ ତାଖଟ ଉପରୁ ତଳକୁ ଗଳି ପଡିବ । ନଚେତ୍ ତୁମକୁ ବନ୍ଦୀ କରାଯିବ ।

ଏକଥାକହି ସାମନ୍ତ ଓ ପ୍ରମୋଦିନୀ ସେଠାରୁ ଚାଲିଗଲେ ।

ପ୍ରତାପକୁ ଗୋଟିଏ ଏକୁଟିଆ ଘରେ ବନ୍ଦ କରାଗଲା । ସେ ବାଟ ଚାଲି ଚାଲି ଏତେ ହାନିଆ ହୋଇଯାଇଥିଲା ଯେ, ଏ କଥା ଆଦୌ ଚିନ୍ତା ନକରି ଶୋଇପଡିଲା । ଆଠଟା ବାଜିବାକୁ ଆଉ କେତେ ସମୟ ବାକିଥିଲା । ପ୍ରତାପର ନିଦ ଭାଙ୍ଗିଲା । ସେ ସାମନ୍ତଙ୍କ କଥା ମନେପକାଇ ଖୁବ୍ ବ୍ୟସ୍ତ ହେଲା । ସେ ଭାବିଲା ସାମନ୍ତଙ୍କ କଥା ମନେପକାଇ ଖୁବ୍ ବ୍ୟସ୍ତ ହେଲା । ସେ ଭାବିଲା ସାମନ୍ତଙ୍କ ଇଚ୍ଛା ପୂର୍ଣ୍ଣନକଲେ ତାକୁ କଏଦି ଖଟିବାକୁ ହେବ । ତେଣୁ ସେ ଏ ବିପଦ ସମୟରେ ନାସଦାନୀଟିକୁ ଖୋଲିଦେଲା ।

ନାସଦାନୀ ଭିତରୁ ତିନୋଟି ବାମନ ବାହାରି ଆସି କହିଲେ ଆଜ୍ଞା ଆମକୁ କାହିଁକି ଡାକିଲେ ଆମେ କଣ କରିବୁ କୁହନ୍ତୁ

ପ୍ରତାପ ତାଙ୍କୁ ସବୁକଥା କହିବାମାତ୍ରେ ସେମାନେ ଝରକା ନିକଟକୁ ଯାଇ ତିନିଥର ଛିଙ୍କିଲେ ଓ ପୁଣି ନାସଦାନୀ ଭିତରକୁ ଫେରି ଆସିଲେ । ବାହାରେ ଗୋଟିଏ ସୁନ୍ଦର ହ୍ରଦ ହୋଇଗଲା । ତହିଁରେ ଯୁଦ୍ଧଜାହାଜମାନ ସବୁ ଭାଷିଲେ । ଠିକ୍ ଆଠଟାବେଳେ ସେମାନେ ତୋପ ଆବାଜ କଲେ । ସେ ଶବ୍ଦ ଏତେ ବିରାଟ ଓ ଭୟଙ୍କର ହେଲା ଯେ, ପ୍ରମୋଦିନୀ ତା ଖଟଉପରୁ ଭୟରେ ତଳକୁ ଖସି ପଡିଲା ।

ଏଥର ପ୍ରତାପକୁ ବାହାରକୁ ନିଆଗଲା । ସାମନ୍ତ ତାକୁ ଦେଖି ଖୁସି ହୋଇଗଲେ ଓ କହିଲେ ତମେ ଯଦି ମୋ ଝିଅକୁ ବିବାହ କରିବାକୁ ଚାହୁଁଛ, ତାହେଲେ ତମକୁ ଆଉ ଦୁଇଟି ଆଶ୍ଚର୍ଯ୍ୟ କଥା କରିବାକୁ ହେବ ।

ପ୍ରତାପ ଏଥିରେ ରାଜି ହୋଇଗଲା । କାରଣ ସେ ଜାଣିଥିଲା ଯେ, ଯେ କୌଣସି କାର୍ଯ୍ୟ କରିବା ତାର ବାମନ ମାନଙ୍କ ପକ୍ଷରେ ଖୁବ୍ ସହଜ ।

କାଲି ସକାଳ ଆଠଟା ସୁଦ୍ଧା ଏଇ ଆଗରେ ଦେଖା ଯାଉଥିବା ଜଙ୍ଗଲକାଟି ସଫା କରା ହୋଇଥିବ । ସାମନ୍ତ କହିଲେ । ପ୍ରତାପ ଓ ପ୍ରମୋଦିନୀ ଏହାପରେ ଦିନସାରା ଖେଳିବୁଲି ଓ ଆମୋଦ ପ୍ରମୋଦ ଭଳି ସମୟ କଟାଇଲେ । ରାତି ହେବାରୁ ପ୍ରତାପକୁ ଗୋଟାଏ ଘରେ ବନ୍ଦକରି ଦିଆଗଲା ।

ସେ ନାସଦାନୀ ଖୋଲିଲା ଏବଂ ପୂର୍ବପରି ବାମନ ମାନଙ୍କୁ ସବୁ କହିଲା । ସେମାନେ ଜଙ୍ଗଲକୁ ଚାହିଁ ତିନିଥର ଛିଙ୍କି ପୁଣି ନାସଦାନୀ ଭିତରକୁ ଫେରି ଆସିଲେ । ପ୍ରତାପ ଆନନ୍ଦରେ ଶୋଇଲା ।

ଆଠଟା ବାଜିଲାବେଳକୁ ଆସି ଦେଖେ ସେ ଜଙ୍ଗଲ ସଫା ହୋଇଯାଇଛି।

ଏଥର ସାମନ୍ତ ପ୍ରତାପକୁ ଦେଖି ଆହୁରି ଖୁସି ହୋଇଗଲେ ଓ କହିଲେ ତମେ ଜଣେ ଉତ୍ତମ କର୍ମଠ ଯୁବକ । ମୋ ଝିଅପାଇଁ ଗୋଟିଏ ସୁନ୍ଦର ଘର ଆବଶ୍ୟକ । କାଲି ଆଠଟା ସୁଦ୍ଧା ସୁନା ଖୁଣ୍ଟଉପରେ ଗୋଟିଏ ସୁନ୍ଦର ରାଜପ୍ରାସାଦ ନିର୍ମାଣ ହୋଇଥିବ । ସେଥିରେ ଦାସଦାସୀ ଓ ସୈନ୍ୟସାମନ୍ତ ଭର୍ତ୍ତି ହୋଇଥିବେ ।

ପ୍ରତାପ ଏହାଶୁଣି ମଧ୍ୟ ରାଜିହେଲା ଏହାପରେ ସେ ପ୍ରମୋଦିନୀ ସାଥିରେ ଭୋଜନ କରି ଆମୋଦରେ ଦିନଟି କଟାଇଲା ।

ରାତି ହେବାରୁ ଆଉ ଗୋଟାଏ ଘରେ ବନ୍ଦୀ କରାଗଲା । ଶୋଇଲା ବେଳକୁ ପ୍ରତାପ ନାସଦାନୀ ଖୋଲି ସବୁ କହିଲା । ବାମନ ମାନଙ୍କ ପକ୍ଷରେ ଏହା ଏକ ବିଚିତ୍ର ନୁହେଁ । ସେମାନେ ପୂର୍ବଭଳି ତିନିଥର ଛିଙ୍କି ପୁଣି ନାସଦାନୀ ଭିତରକୁ ଫେରି ଆସିଲେ ।

ତା ପରଦିନ ଆଠଟା ବେଳକୁ ସବୁ ଠିକଠାକ୍ । ଖୁବ ଜାକଜମକରେ ପ୍ରତାପ ଓ ପ୍ରମୋଦିନୀର ବିବାହ ହେଲା । ବହୁତ ଭୋଜିଭାତ ହୋଇଥିଲା । ସେମାନେ ଏଇ ନୂଆ ପ୍ରାସାଦରେ ରହିଲେ ।

ଦିନେ ସାମନ୍ତ ଶିକାରକୁ ଯିବାକୁ ପ୍ରତାପକୁ ଡକାଇବାରୁ ସେ ତରତରରେ ପୋଷାକ ପାଲଟି ଶିକାରୀ ପୋଷାକ ପିନ୍ଧି ବାହାରି ଗଲା ତାର ଆଉ ନାସଦାନୀକୁ ସାଙ୍ଗରେ ନେବାକୁ ମନ ନାହିଁ ।

ସେ ଯିବାପରେ ଅନ୍ୟ ଜଣେ ଯୁବକ ସେ ଘର ଭିତରକୁ ଯାଇ ଟେବୁଲ ଉପରେ ନାସଦାନୀ ଥୁଆ ହୋଇଥିବାର ଦେଖି ତାକୁ ଖୋଲି ଦେବା ମାତ୍ରେ ସେ ତିନୋଟି ବାମନ ବାହାରି ତାକୁ କଣ କରିବେ ବୋଲି ପଚାରିଲେ ।

ଲୋକଟି କହିଲା ଏ ରାଜ ପ୍ରାସାଦକୁ ସମୁଦ୍ର ସେପାଖକୁ ନେଇଯାଅ ତାହାହିଁ ହେଲା

ଶିକାରରୁ ଫେରି ସମସ୍ତେ ଦେଖିଲେ ଯେ, ରାଜପ୍ରାସାଦ ଆଉନାହିଁ । ସାମନ୍ତ ଏଥର ଗାଗିଯାଇ ପ୍ରମୋଦିନୀ କୁ ତା ନିଜଘରେ ବନ୍ଦୀକଲେ ।

ପ୍ରତାପକୁ କହିଲେ ଏକବର୍ଷ ଏକଦିନ ମଧ୍ୟରେ ଯଦି ତମେ ଏଠାରେ ଥିବା ରାଜପ୍ରସାଦ ନଆଣ ତା ହେଲେ ତୁମର ମୁଣ୍ଡକାଟ ହେବ । ଏଥର ପ୍ରତାପ ମହା ମୁସ୍କିଲରେ ପଡିଲା ।

ସେତାର ରାଜପ୍ରାସାଦ ଖୋଜିବାକୁ ବାହାରିଲା । ସେ ଚାଲି ଚାଲିଆସି ମୂଷା ରାଜାଙ୍କ ରାଇଜରେ ପହଞ୍ଚିଲା । ମୂଷାରାଜା ପ୍ରତାପକୁ ଦେଖି ଭାରି ଖୁସି ହେଲେ କାରଣ ସେ ପଶୁପକ୍ଷୀମାନଙ୍କୁ ଭାରି ଦୟା ଦେଖାଏ । ସମସ୍ତ ମୂଷାମାନଙ୍କୁ ଡକାଯାଇ ପଚରା ଗଲା । ମାତ୍ର କେହି ଦେଖିନାହାନ୍ତି ବୋଲି କହିଲେ । ମୂଷାରାଜା କହିଲେ ମୋର ଭାଇ ବେଙ୍ଗରାଜା ଓ ଗଣ୍ଡଭୈରବ ଚଢେଇଙ୍କ ରାଇଜକୁ ଆପଣ ଯାଆନ୍ତୁ । ପ୍ରତାପ ତାହାହିଁ କଲା । ବେଙ୍ଗରାଜାଙ୍କୁ ଭେଟିଲା। ବେଙ୍ଗରାଜା ଗୋଟିଏ ବେଙ୍ଗଦେଇ ତାକୁ ଗଣ୍ଡଭୈରବ ଚଢେଇରାଜାଙ୍କ ନିକଟକୁ ପଠାଇଲା । ସେ ସେଠି ପହଞ୍ଚି ସବୁକଥା କହିଲା ।

ପକ୍ଷୀରାଜ ତାକୁ କହିଲେ “ମୁଁ ସମୁଦ୍ର ସେପାଖେ ଆଜି ସକାଳେ ତମର ପ୍ରାସାଦ ଦେଖିଛି । ତମେ ମୋ ପିଠିରେ ବସ । ମୁଁ ସେଠିକି ନେଇଯିବି । ”

ୟାପରେ ପକ୍ଷୀଗାଜ ପ୍ରତାପକୁ ଉଡେଇନେଇ ସମୁଦ୍ର ସେପଟେ ପହଞ୍ଚିଲେ । ମାତ୍ର ପ୍ରତାପ ପ୍ରାସାାଦ ଭିତରକୁ ଯାଇ ପାରିଲା ନାହିଁ । କାଗଣ ସୈନ୍ୟମାନେ ଜଗିଥିଲେ । ମୂଷାଟି କହିଲା “ମତେ ଆପଣମାନେ ଛାଡନ୍ତୁ । ମୁଁ ନାସଦାନୀ ଘେନି ଆସିବି । ”

ପ୍ରତାପ ତାକୁ ଛାଡିବାରୁ ସେ ନାସଦାନୀକୁ ତା ଲାଞ୍ଜରେ ବାନ୍ଧି ଘେନି ଆସିଲା । ପ୍ରତାପ ତାକୁ ଖୁବ୍ ହୁସିଆରରେ ତାକୁ ପକେଟରେ ରଖି ପୁଣି ଗଣ୍ଡଭୈରବ ପିଠିରେ ବସିଲା । ଉଡି ଆସୁ ଆସୁ ସମୁଦ୍ର ଭିତରେ ପୁଣି ନାସଦାନୀଟି ଗଳି ପଡିଲା । ଏଥର ପ୍ରତାପ ନାସଦାନୀ ପାଇବାର ସବୁ ଆଶା ତ୍ୟାଗ କଲା ଏବଂ ଭାରି କାନ୍ଦିଲା । ତା’ କଥା ଶୁଣି ବେଙ୍ଗ କହିଲା ମତେ ସମୁଦ୍ରକୁ ଗଳେଇପକା । ମୁଁ ନାସଦାନୀ ଆଣି ଦେବି । ପ୍ରତାପ ସାଙ୍ଗରେ ନେଇଥିବା ବେଙ୍ଗଟିକୁ ସମୁଦ୍ରରେ ଗଳେଇ ପକେଇଲା । ବେଙ୍ଗଟି ପୁଣି କିଛି ସମୟପରେ ନାସଦାନୀକୁ ଠେଲିଠେଲି ଆଣିକୂଳରେ ପହୁଞ୍ଚିଲା । ଏଥର ସେମାନେ ସମୁଦ୍ର ପାର ହୋଇ ଆସିଲେ । ପ୍ରତାପ ନାସଦାନୀକୁ ନେଇ ଖୋଲିଲା ଆଉ କହିଲା । “ମୋ ରାଜପ୍ରାସାଦ ଯେଉଁଠି ଥିଲା- ସେଠିକୁ ନେଇଯାଅ । ”

ବାମନ ମାନେ ତାହାହିଁ କଲେ । ସାମନ୍ତ ଏହା ଦେଖି ଭାରି ଖୁସି ହେଲେ । ପ୍ରମୋଦିନୀ କୁ ପାଇ ପ୍ରତାପ ଖୁସିରେ ରହିଲା କିଛିଦିନ ପରେ ତାର ବାପମାଆଙ୍କୁ ଦେଖିବାକୁ ସପରିବାରେ ଗଲେ । ଏଥର ସେ ନାସଦାନୀର ଖୁବ ଯତ୍ନ ନେଲେ ।


Rate this content
Log in