ଓଡ଼ିଆ ଗଳ୍ପ ଓ କବିତା - ୧

Children Stories Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୧

Children Stories Inspirational

ପ୍ରକୃତ ଜ୍ଞାନୀ

ପ୍ରକୃତ ଜ୍ଞାନୀ

3 mins
163


ପ୍ରକୃତ ଜ୍ଞାନୀ

ମନପବନ (ଜାନୁୟାରୀ 2020)

       ନରସିଂହପୁରର ଆଦର୍ଶ ସ୍କୁଲରେ ଶିକ୍ଷକତା କରୁଥାନ୍ତି ବିକ୍ରମ ସାର । ଜଣେ ଭଲ ଶିକ୍ଷକ ଭାବରେ ସେ କେବଳ ସ୍କୁଲରେ ସେ କେବଳ ପିଲାମାନଙ୍କ ମଧ୍ୱରେ ନୁହେଁ, ଆଖପାଖ ଅଞ୍ଚଳରେ ମଧ୍ୟ ବେଶ୍ ଖ୍ୟାତି ଲାଭ କରି ଥାନ୍ତି । ଏଣୁ ଛାତ୍ର ଓ ଅଭିଭାବକମାନେ ତାଙ୍କୁ ଗୁରୁଜୀ ବୋଲି ଡାକୁଥିଲେ । ପିଲାମାନଙ୍କୁ ସେ ବିଭିନ୍ନ ଉଦାହରଣ ମାଝ୍ୟମରେ ବୁଝାନ୍ତି ।

       ଥରେ ଗୁରୁଜୀ ସ୍କୁଲରେ ଟେବୁଲ ଉପରେ ଏକ ଖାଲି ପାତ୍ର ଓ କିଛି ପଥର ରଖିଥିଲେ । ପିଲାମାନେ ଏହା ଦେଖି ଆଶ୍ଚର୍ଯ୍ୟ ହେଲେ । ଗୁରୁଜୀ ଆଜି ସେମାନଙ୍କୁ କ’ଣ ପଢାଇବ ତାହା ସେମାନେ ଜାଣିପାରୁ ନଥିଲେ ।

       ଗୁରୁଜୀ ପିଲାମାନଙ୍କୁ କହିଲେ “ତୁମେମାନେ ଦେଖିପାରୁଛ, ମୋ ଟେବୁଲଉପରେ କଣସବୁ ରଖାଯାଇଛି ?”

       “ହଁ” ସବୁ ଛାତ୍ର ଏକା ସାଙ୍ଗରେ କହିଉଠିଲେ । ”ସାର ଆପଣଙ୍କ ଟେବୁଲ ଉପରେ ଗୋଟାଏ ଖାଲି ପାତ୍ର ଏବଂ ତା ପାଖରେ କିଛି ପଥର ଖଣ୍ଡ ରହିଛି । ”


       “ହଁ ତୁମେମାନେ ଠିକ୍ ଦେଖିଛ ଏବେ ଦୁଇଜଣ ପିଲା ମୋ ଟେବୁଲ ପାଖକୁ ଆସ,” ଗୁରୁଜୀ ଡାକିଲେ ।

ଆଗରେ ବସିଥିବା ଦୁଇଜଣ ପିଲା ଟେବୁଲ ପାଖକୁ ଗଲେ । ଗୁରୁଜୀ କହିଲେ, “ଏଇ ଖାଲି ପାତ୍ରରେ ପଥର ତକ ଭରିଦିଅ । ”

ଦୁଇଜଣଯାକ ପିଲା ପଥର ତକ ଖାଲି ଥିବା ପାତ୍ରରେ ଭର୍ତ୍ତି କରିଦେଲେ । ପାତ୍ରଟି ଭର୍ତ୍ତି ହୋଇଗଲା ।

ଗୁରୁଜୀ ପଚାରିଲେ “ତୁମ ଭିତରୁ କେହି ଏଥିରେ ଆଉ ଅଧିକା ପଥର ଭର୍ତ୍ତି କରି ପାରିବ?”

”ନାଇଁ ଗୁରୁଜୀ” । ସବୁଛାତ୍ର ଏକା ସାଙ୍ଗରେ କହି ଉଠିଲେ ।

       ଏଥରକ ଗୁରୁଜୀ କିଛି ଛୋଟ ଗୋଡି ଆଣିଲେ । ଜଣେ ଜଣେ ଛାତ୍ରକୁ ପାଖକୁ ଡାକି ଗୋଡିତକ ପାତ୍ରରେ ଭର୍ତ୍ତି କରିବା ପାଇଁ କହିଲେ । ଏହାପରେ ପାତ୍ରଟିକୁ ହଲେଇ ଦେଲେ । ଯାହା ଫଳରେ ଛାତ୍ରମାନେ ପାତ୍ର ଉପରେ ରଖିଥିବା ଗୋଡିତକ ପାତ୍ର ଭିତରେ ତହିଗଲା ।

ଏହା ଦେଖି ପିଲା ମାନେ ଆଶ୍ଚର୍ଯ୍ୟ, କେମିତି ଏତେ ଗୁଡାଏ ଗୋଡି ପାତ୍ର ଭିତରେ ରହିଗଲା ? ଗୁରୁଜୀ ପଚାରିଲେ ଏହା ଭିତରେ ଆଉକିଛି ଗୋଡି ରହିପାରିବକି ସବୁ ଛାତ୍ର ଉଚ୍ଚ ସ୍ୱରରେ କହିଉଠିଲେ, “ନାଇଁ ସାର୍ । ”

ଗୁରୁଜୀ ଆଉଜଣେ ଛାତ୍ରକୁ ପାଖକୁ ଡାକି କହିଲେ । ଏକ ବାଲିପୁଡିଆ ତା ହାତକୁ ବଢାଇଦେଇ କହିଲେ, “ଏହାକୁ ପାତ୍ରଭିତରେ ଭର୍ତ୍ତିକର । ”

ପିଲାଟି ବାଲିତକ ଭର୍ତ୍ତିକଲାବେଳେ ଗୁରୁଜୀ ପାତ୍ରଟିକୁ ହଲାଇ ଦେଲେ । ବାଲିତକ ଖାଲି ଯାଗାରେ ଯାଇ ରହିଗଲା । ଛାତ୍ରମାନେ ଖୁସିହୋଇ ଏସବୁ ପ୍ରକ୍ରିୟା ଦେଖୁଥାନ୍ତି ।

ଗୁରୁଜୀ ପୁଣି ପଚାରିଲେ, “ଏହା ଭିତରେ ଆଉ କିଛି ଜିନିଷ ରହିପାରିବ କି?”

ଏଥର ପିଲାମାନେ ନାଇଁ ବୋଲି କହିପାରିଲେ ନାହିଁ । କାରଣ ସେମାନେ ଧରି ନେଇଥିଲେ ଗୁରୁଜୀ ପୁଣି ଆଉ କିଛି ନୂଆ କରି ଦେଖାଇବେ ।

ପିଲାମାନେ ଚୁପ୍ ରହିବାର ଦେଖି ଗୁରୁଜୀ ହସିଲେ । ଗୋଟିଏ ପିଲାକୁ କିଛିପାଣି ଆଣିବାକୁ କହିଲେ ।

ପିଲାଟିଏ ପାଣି ନେବାରୁ ଗୁରୁଜୀ ପଚାରିଲେ, “ଏହି ପାତ୍ରରେ ପାଣି ରହିପାରିବ?”

“ହଁ” ସବୁ ପିଲା ଏକା ସାଙ୍ଗରେ କହିଉଠିଲେ , କାରଣ ସେମାନେ ଜାଣିଯାଇଥିଲେ ପାତ୍ରରେ କିଛି ପାଣି ରହିପାରିବ ।

“ଏଥିରୁ ତୁମେମାନେ କ’ଣ ଶିଖିଲ ପିଲାମାନେ?” ଗୁରୁଜୀ ପିଲାଙ୍କୁ ପଚାରିଲେ ।

ପିଲାମାନେ କେହି ଉତ୍ତର ଦେଇପାରିଲେ ନାହିଁ । ଏଣୁ ଚୁପ୍ ରହିଲେ ।

ଆମର ମସ୍ତିଷ୍କ ହେଉଛି ଏଇ ପାତ୍ର ଭଳି ଆମେ କିଛି ପାଠପଢି ସାରିଲା ପରେ ମନେ କରୁ ଆମର ଶିକ୍ଷା ସମାପ୍ତ ହୋଇଗଲା ବୋଲି: ମାତ୍ର ଆମ ଭିତରୁ ଅନେକ ଅଛନ୍ତି ଯେଉଁମାନେ ଅଧିକରୁ ଅଧିକ ଯାଣିବା ପାଇଁ ଚାହାନ୍ତି । ଗୋଡି ଭଳି ସେମାନଙ୍କର ଜ୍ଞାନ ମସ୍ତିଷ୍କରେ ଖାଲି ଯାଗାରେ ରୁହେ । ଯିଏ ଆଉ ଅଧିକ ଉପରକୁ ଯିବାକୁ ଚାହେଁ, ପାଣି ଭଳି ଜ୍ଞାନକୁ ଶୋଷିନିଏ ।

ଗୁରୁଜୀଙ୍କ କଥା ଶୁଣି ସବୁପିଲା ଚୁପ୍ ରହିଲେ ।

ଜଣେ ଶିଷ୍ୟ ପଚାରିଲା , “ଗୁରୁଜୀ ଆମର କେଉଁ ପ୍ରକାରର ଜ୍ଞାନର ଆବଶ୍ୟକତା

ରହିଛି ?”

ଆମେ ଭାବୁ ସ୍କୁଲ କଲେଜରେ ଯାହା ପଢିଲୁ ସେଇଥିରେ ଆମର ସବୁ ଜ୍ଞାନ ପ୍ରାପ୍ତି ହୋଇଗଲା । କିନ୍ତୁ ନୁହେଁ, ପରିବାର, ପରିବାର ସମାଜ ଏବଂ ଆମର ଜୀବନକୁ ନେଇ ଅନେକ କଥା ଶିଖୁବାର ରହିଛି । ବ୍ୟବହାରିକ ଜ୍ଞାନ ଧିରେ ଧିରେ ଶିଖିବାକୁ ମିଳିଥାଏ । ଯିଏ ଏହାକୁ ଜାଣିପାରିବ ସେ ହିଁ ପ୍ରକୃତରେ ଜ୍ଞାନୀ ।



Rate this content
Log in