ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

0.2  

ଓଡ଼ିଆ ଗଳ୍ପ ଓ କବିତା - ୧

Children Stories

ସୁଲତାନ ଓ ଚିକିତ୍ସକ

ସୁଲତାନ ଓ ଚିକିତ୍ସକ

3 mins
453



ମନ ପବନ 2020-01-27

ଅନେକ ଦିନ ତଳର କଥା । ସେତେବେଳେ ଗ୍ରୀସ ଦେଶର ଜଣେ ସୁଲତାନ ଶାସନ କରୁଥାନ୍ତି । ତାଙ୍କର ସ୍ୱଭାବ ଭାରି କ୍ରୂର । ଥରେ ତାଙ୍କୁ କୁଷ୍ଠରୋଗ ହୋଇଥିଲା । କୁଷ୍ଠରୋଗ ସହଜରେ ଭଲ ହୁଏନାହିଁ । ଏଣୁ ସୁଲତାନ ଚିନ୍ତାରେ ପଡିଗଲେ । ସେ ମରିବାକୁ ଚାହୁଁ ନଥିଲେ । ଏଣୁ ନିଜରାଜ୍ୟରେ ଘୋଷଣା କରିଦେଲେ, “ଯିଏ ମୋର ରୋଗ ଭଲ କରିଦେବ, ମୁଁ ତାକୁ ଅନେକ କିଛି ପୁରସ୍କାର ଦେବି । କିନ୍ତୁ ଯିଏ ଚିକିତ୍ସାରେ ଅସଫଳ ହେବ ତାକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବ । ”

     ପୁରସ୍କାର ଲୋଭରେ ଅନେକ ଚିକିତ୍ସକ ଚିକିତ୍ସା କରିବାକୁ ଆସିଥିଲେ । ଗ୍ରାମର ସବୁଠାରୁ ବଡ ଚିକିତ୍ସକ ସୁଲତାନଙ୍କର ଚିକିତ୍ସା କଲେ । ହେଲେ, ରାଜା ରୋଗମୁକ୍ତ ହୋଇପାରିଲେ ନାହିଁ ।

ଚିକିତ୍ସକଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଗଲା । ପଡୋଶୀ ଦେଶର ଅନେକ ଭଲ ଭଲ ଚିକିତ୍ସକ ଆସିଥିଲେ । ଚିକିତ୍ସାକଲେ ହେଲେ, ନପାରିବାରୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହେଲେ ।

     ଦିନକର କଥା । ସେଦିନ ରାଜଦରବାରକୁ ଜଣେ ଲୋକ ଆସିଲା । ସେବିଭିନ୍ନ ଜଡିବୁଟି ମାଧ୍ୟମରେ ସୁଲତାନଙ୍କର ଚିକିତ୍ସା କରିବାକୁ ଜଣାଇଲା ।

     ସୁଲତାନ କହିଲେ, “ତୁମେ ଏକଥା ମଧ୍ୟ ଜାଣି ରଖିବା ଦରକାର ଯେ, ଯଦି ତୁମେ ମୋତେ ଭଲକରିବାକୁ ଅସମର୍ଥ ହୁଅ ତେବେ ତୁମକୁ ମୃତ୍ୟୁ ଦଣ୍ଡ ଭୋଗ କରିବାକୁ ହେବ । ”

     “ଜାଣିଛି ମହାରାଜ,” ଚିକିତ୍ସକ କହିଲା ।

     ଏହାପରେ ଦିନେ ଶୁଭଦିନ ଦେଖି ଚିକିତ୍ସକ ଜଣକ ରାଜାଙ୍କର ଚିକିତ୍ସା ଆରମ୍ଭ କରିଦେଲା । ନିଜେ ତିଆରି କରିଥିବା ଏକ ଲେପକୁ ରାଜାଙ୍କ ଦେହରେ ବୋଳି ଦେଲା । ଏହାପରେ ତାଙ୍କୁ ଏକ ଚାଦର ଘୋଡେଇ ଶୁଆଇ ଦେଲା ।

     ସକାଳୁ ସୁଲତାନଙ୍କର ନିଦ ଭାଙ୍ଗିଲା । ଆଶ୍ଚର୍ଯ୍ୟର କଥା ହେଉଛି, ତାଙ୍କ ଦେହରେ ରୋଗର ଚିହ୍ନବର୍ଣ୍ଣ ନଥିଲା ।

     ସୁଲତାନ ବହୁତ ଖୁସି ହେଲେ ଏବଂ ଚିକିତ୍ସକଙ୍କୁ ରାତ୍ରିଭୋଜନ ପାଇଁ ଆମନ୍ତ୍ରଣ ଜଣାଇଲେ । ଚିକିତ୍ସକଙ୍କୁ ଅନେକ ଉପହାର ଦେଲେ । ଏମିତିକି ଗୋଟାଏ ବର୍ଷ ନିଜ ରାଜମହଲରେ ରହିବାକୁ ଅନୁରୋଧ କଲେ । ଚିକିତ୍ସକ ଦଣକ ରାଜାଙ୍କ ଅନୁରୋଧ ରକ୍ଷାକରି ରାଜମହଲରେ ରହିଲେ । ସେଇଦିନଠାରୁ ସେ ସୁଲତାନଙ୍କର ବନ୍ଧୁ ପାଲଟିଗଲେ ।

ସୁଲତାନ ଚିକିତ୍ସକଙ୍କ ଦ୍ୱାକରା ଖୁବ ପ୍ରଭାବିତ ହୋଇଥିଲେ । ଅଧିକାଂଶ ସମୟରେ ରାଜକାର୍ଯ୍ୟ ପରିଚାଳନାରେ ସୁଲତାନ ଚିକିତ୍ସକଙ୍କର ପରାମର୍ଶ ନିଅନ୍ତି, ତେବେ ହୁଏତ ଚାକିରି ହୁଏତ ରହିବ ନାହିଁ । ତେଣୁ ଏ ଚିକିତ୍ସକଙ୍କୁ ଯେ କୌଣସି ଉପାୟରେ ରାଜାଙ୍କ ପାଖରୁ ଅନ୍ତର କରିବାକୁ ହେବ ।

     ଦିନେ ସଞ୍ଜବେଳେ ଜଣେ ଓ୍ୱଜୀର ଯାଇ ସୁଲତାନଙ୍କ ପାଖରେ ପହଞ୍ଚି କହିଲେ, “କ୍ଷମା କରିବେ ହଜୁର ! ମୁଁ ଅବଶ୍ୟ କହିବା କଥା ନୁହେଁ, ତେବେ ଆପଣ ଏ ଚିକିତ୍ସକଙ୍କ ଉପରେ ଜମାରୁ ଭରସା କରିବା ଉଚିତନୁହେଁ । ମୁଁ କାହିଁକି ଭାବୁଛି ଆମ ଶତ୍ରୁମାନେ ତାଙ୍କୁ ଆମ ପାଖକୁ ପଠାଇଛନ୍ତି । ଏହା ପଛରେ ନିଶ୍ଚିତ ଭାବେ କିଛି ଗୋଟାଏ ଯୋଜନା ରହିଛି । ”

     ସୁଲତାନ ଏକଥା ଶୁଣି କ୍ଷୁବଧ୍ ହେଲେ । ପଚାରିଲେ “ତୁମ ପାଖରେ ଏକଥାର କିଛି ପ୍ରମାଣ ଅଛି? ସେ ମୋତେ ଭଲକରିଛନ୍ତି । ”

     ଓ୍ୱଜୀର କହିଲେ, “ତାହା ତ ଠିକ୍ ଅନ୍ୟମାନେ ଆପଣଙ୍କୁ ଭଲକରିପାରିଲେ ନାହିଁ ସେ କିନ୍ତୁ ପାରିଲେ ସେଇଥିରେ ତ ମୋର ସନ୍ଦେହ ହେଉଛି । ଆମେ ତାଙ୍କ ବିଷୟରେ କିଛି ହେଲେ ଜାଣିନେ । ତେବେ ଆପଣଙ୍କୁ ସାବଧାନ କରିବା ହେଉଛି ମୋ କାମ । ”

     ଓ୍ୱଜୀଙ୍କ କଥାରେ କିଛି ଦମ ଥିଲା । ଏଣୁ ସୁଲତାନ ସେଇଦିନଠାରୁ ସତର୍କ ହେଲେ । ସେ ଧରିନେଲେ ଚିକିତ୍ସକ ଜଣକ ହେଉଛନ୍ତି କୌଣସି ଏକ ଶତ୍ରୁପକ୍ଷର ଗୁପ୍ତଚର । ସେ ନିଜର କିଛି ବିଶ୍ୱସ୍ଥ ସିପାହିଙ୍କୁ ନିଯୁକ୍ତ କଲେ ।

     କୌଣସି ପ୍ରକାରେ ଏକଥା ଚିକିତ୍ସକ ଜଣକ ଜାଣିପାରିଲେ । ସୁଲତାନଙ୍କ ପାଖରେ ପହଞ୍ଚି କହିଲେ “ହଜୁର, ମୁଁ ମୋର ସବୁ ବିଦ୍ୟା ଉପଯୋଗକରି ବିଶେଷ ଜଡିବୁଟି ସାହାଯ୍ୟରେ ଆପଣଙ୍କୁ ଭଲ କଲି । ତା’ର ପ୍ରତିବଦଳରେ ଆପଣ ମତେ ମାରିବାକୁ ଚାହୁଁଛନ୍ତି ?ଏହାତ ନିଶ୍ଚିତ ଭାବରେ ଅନ୍ୟାୟ । ତେବେ ମରିବା ପୂର୍ବରୁ ମୁଁ ଆପଣଙ୍କୁ ଏକ ତୋଫା ଦେବାକୁ ଚାହେଁ । ଆଉ ତୋଫା ବ୍ୟବସ୍ଥା କରିବାକୁ ମୋତେ ଏଠାରେ ରହିବା ପାଇଁ ଗୋଟାଏ ଦିନ ସମୟ ଦିଆଯାଉ । ”

     ସୁଲତାନଙ୍କର ଅନୁମତି ପାଇ ଚିକିତ୍ସକ ରାଜମହଲରେ ରହି ତୋଫାର ବ୍ୟବସ୍ଥା କରିବାକୁ ଲାଗିଲେ । ତହିଁପରଦିନ ଚିକିତ୍ସକ ଜଣକ ଏକ ବହି ନେଇ ସୁଲତାନଙ୍କ ପାଖକୁ ପହଞ୍ଚିଲେ ।

      ସୁଲତାନଙ୍କୁ ଚିକିତ୍ସକ କହିଲେ, “ହଜୁର !ଏବେ ଆପଣ ମୋ ମୁଣ୍ଡକୁ କାଟି ଗୋଟାଏ ପ୍ଳେଟରେ ରଖି ଦିଅନ୍ତୁ । ଏହାପରେ ଆପଣ ଏ ବହିର ଏକୋଇଶ ପୃଷ୍ଠା ପର୍ଯ୍ୟନ୍ତ ଯିବେ, ଏ କଟାମୁଣ୍ଡ କଥା କହିବାକୁ ଆରମ୍ଭ କରିବ । ଆପଣଙ୍କ ପ୍ରଶ୍ନର ଉତ୍ତର ଦେବ । ” ସୁଲତାନ ଚିକିତ୍ସକଙ୍କ କଥା ଶୁଣି ତାଙ୍କ ମୁଣ୍ଡ କାଟିବାକୁ ଆଦେଶ ଦେଲେ । କଟାମୁଣ୍ଡକୁ ଏକ ପ୍ଳେଟରେ ରଖାଗଲା ।

     ଏହାପରେ ବହିର ଏକୋଇଶ ପୃଷ୍ଠା ପର୍ଯ୍ୟନ୍ତ ସୁଲତାନ ଓଲଟାଇବାକୁ ଲାଗିଲେ । ପୃଷ୍ଠା ଗୁଡିକ ପରସ୍ପର ସହିତ ଲାଗି ଯାଉଥିଲେ । ଏଣୁ ସୁଲତାନ ଜିଭରେ ହାତମାରି ଓଲଟାଇଲେ । ଯେମିତି ଏକୋଇଶ ପୃଷ୍ଠା ହୋଇଛି, ସୁଲତାନ ଟଳି ପଡିଲେ ।

     କଥା କଣ କି ଚିକିତ୍ସକ ଜଣକ ବହିର ସବୁ ପୃଷ୍ଠାରେ ବିଷ ବୋଳି ଦେଇଥିଲେ । ଜିଭ ମାରି ପୃଷ୍ଠା ଗୁଡିକ ଗଣିବାରୁ ବିଷ ସୁଲତାନଙ୍କ ପେଟକୁ ଚାଲିଗଲା ।

     ମରିବା ପୂର୍ବରୁ ସୁଲତାନ କଟା ମୁଣ୍ଡକୁ ପଚାରିଲେ “ତୁମେ ମୋ ସହିତ ଏପରି କାହିଁକି କଲ?”

କଟା ମୁଣ୍ଡ କହିଲା , “ତୁମେ ଜଣେ ନିର୍ଦ୍ଦୟ ଏବଂ ଉଦଣ୍ଡ ସୁଲତାନ, ଏଣୁ ତୁମେ ଶାସନ କରିବାର ଅଧିକାର ହରେଇବସିଛି,” ଏହାକହି କଟାମୁଣ୍ଡ ଶାନ୍ତ ହୋଇଗଲା

     ବିଷର ପ୍ରଭାବରେ ସୁଲତାନଙ୍କର ମୃତ୍ୟୁ ହେଲା ।


Rate this content
Log in