ଓଡ଼ିଆ ଗଳ୍ପ ଓ କବିତା - ୧

Abstract

2  

ଓଡ଼ିଆ ଗଳ୍ପ ଓ କବିତା - ୧

Abstract

କୋଟର ଭୋଜିଖିଆ

କୋଟର ଭୋଜିଖିଆ

2 mins
238


କୋଟର ଭୋଜିଖିଆ

ମନପବନ

ମୁଲ୍ଲାଙ୍କର ଖ୍ୟାତି ଚାରିଆଡେ ତାଙ୍କର ହାଜିର ଜବାବ ଯୋଗୁ ସଭିଏଁ ତାଙ୍କୁ ଆଦର କରୁଥାନ୍ତି ଏମିତିକି ସହରର ମାନ୍ୟଗଣ୍ୟ ଲୋକମାନେ ସେମାନଙ୍କ ଘରେ ଭୋଜିଭାତ ହେଲେ ମୁଲ୍ଲାଙ୍କୁ ନିମନ୍ତଣ କରିବାକୁ ଗର୍ବ ଅନୁଭବ କରନ୍ତି l

     ସହରର ଜଣେ ଧନୀଲୋକ ତାଙ୍କ ଭୋଜି ସଭାକୁ ମୁଲ୍ଲାଙ୍କୁ ନିମନ୍ତ୍ରଣ କଲେ l ଧନୀଲୋକ ଜଣକ ପ୍ରକୃତରେ ନିଜର ଥାଟବାଟ ମୁଲ୍ଲାଙ୍କୁ ଦେଖାଇବାକୁ ଚାହୁଁଥିଲେ l ଯଦ୍ୱାରା ସେ ଜଣେ ବଡଲୋକ ଏବଂ ଖୁବ ସମ୍ମାନାସ୍ପଦ ଏକଥା ମୁଲ୍ଲା ବିଭିନ୍ନ ଜାଗାରେ କହି ପାରିବେ, ଯାହା ଫଳରେ ତାଙ୍କର ସମ୍ମାନ ବଢିଯାବ l ସେ ନିଜ ଭୋଜିସଭାକୁ ମୁଲ୍ଲାଙ୍କୁ ନିମନ୍ତ୍ରଣ କଲେ ଆଉ ଭୋଜିରେ ଯୋଗଦେବାକୁ ମୁଲ୍ଲା ମଧ୍ୟ ସମ୍ମତି ଜଣାଇଲେ l

     ଭୋଜିଦିନ ନିର୍ଦ୍ଦିଷ୍ଟସମୟର ବହୁ ପୂର୍ବରୁ ମୁଲ୍ଲା ଯାଇ ଧନୀଲୋକଙ୍କ ଘରେ ପହଞ୍ଚିଲେ l ମୁଲ୍ଲା ତ ସବୁବେଳେ ସାଧାରଣ ପୋଷାକରେ ଥା ନ୍ତି l ଏଣୁ ଫାଟକପାଖରେ ଦରଓ୍ୱାନ ତାଙ୍କୁ ଅଟକାଇ ଦେଲା l ଦରୱାନ ପଚାରିଲା ତୁମେ କିଏ

     ଏ ଭୋଜି ସଭାର ମୂଖ୍ୟ ଅତିଥି ମୁଲ୍ଲା ଉତ୍ତର ଦେଲେ l

     ଯା, ପଳା ପାଗଳ ଟା ଏହାକହି ଦରୱାନ ଜଣକ ତାକୁ ଭିତରକୁ ନଛାଡି ଦୂରେଇ ଦେଲା l

ମୁଲ୍ଲା କଣକହି ଦରୱାନକୁ ବୁଝେଇବେ ଯେ ସେ ହେଉଛନ୍ତି ପ୍ରକୃତରେ ଏ ଭୋଜିର ମୁଖ୍ୟ ଆକର୍ଷଣ l ପୋଷାକ ଭଲ ନ ଥିବାରୁ ଦରୱାନ ଜଣକ ତାଙ୍କୁ ଖାତିର କରୁନାହିଁ l ଏ ଦୁନିଆ ତ ସେଇଆ ହୋଇଛି ଭେକନଥିଲେ କେହି ଭିକ ଦେଉନାହାନ୍ତି l ଏ କଥା ଭାବି ମୁଲ୍ଲା ସେଠାରୁ ମନଦୁଃଖରେ ଫେରି ଆସିଲେ l

     ଫେରି ଆସିଲେ ସିନା, ମନଟା କିନ୍ତୁ ତାଙ୍କର ଖଟକା ହୋଇଗଲା l ସେ ମନେ ମନେ ଠିକ୍ କଲେ, ଯେମ୍ତିହେଲେ ଏଇ ବଡଲୋକଙ୍କୁ ଏକ ଶିକ୍ଷା ଦେବାକୁ ହେବ l ତାଙ୍କ ମନରେ ଏକ ଯୁକ୍ତି ଆସିଲା l ସେଇ ପାଖରେ ତାଙ୍କର ଜଣେ ଧନୀ ଲୋକଙ୍କ ସହିତ ବନ୍ଧୁତା ଥିଲା l ମୁଲ୍ଲା ତାଙ୍କ ପାଖରେ ଯାଇ ପହଞ୍ଚିଲେ l

     ଧନୀ ବନ୍ଧୁ ଜଣକ ମୁଲ୍ଲାଙ୍କୁ ଦେଖି ଖୁବ ଖୁସି ହେଲେ, ସ୍ୱାଗତ କଲେ l ଆଳାପ ଆଲୋଚନା ହେଲା, ତା ପରେ ଧନୀ ବନ୍ଧୁ ଜଣକ ଆସିବାର କାରଣ ପଚାରିଲେ l

ମୁଲ୍ଲା ତଙ୍କୁ ଡାକିଥିବା ଧନୀ ବ୍ୟକ୍ତି ଜଣକ କଥା କହିଲେ l ଭଲ ପୋଷାକ ନଥିବାରୁ ତାଙ୍କୁ କିପରି ଫାଟକ ପାଖରୁ ହଟହଟା ହୋଇ ଫେରିବାକୁ ପଡିଲା ସେ ସମ୍ପର୍କରେ ଜଣାଇଲେ l ତା ପରେ କହିଲେ ମୁଁ ସେ ଲୋକଙ୍କୁ ପାନେ ଦେବାକୁ ଚାହେଁ l

     ତେବେ ମୁଁ କିପରି ଏ କାମରେ  ଆପଣଙ୍କୁ ସାହାଯ୍ୟ କରିପାରିବି l ଧନୀବ୍ୟକ୍ତି ଜଣକ ପଚାରିଲେ l

     ମିତ୍ର, ଥରେ ତୁମେ ମୋତେ ଏକ ସିଲକ ପୋଷାକ ଉପହାର ଦେଇଥିଲ, କିନ୍ତୁ ମୁଁ ତାହାକୁ ଗ୍ରହଣ କରିନଥିଲି l ସେଇ ପୋଷାକ ତୁମ ପାଖରେ ଅଛିକି

     ଧନୀ ବନ୍ଧୁ ଜଣକ କହିଲେ , ହଁ, ସେଇ ପୋଷାକ ଏବେ ବି ମୋ ପାଖରେ ରହିଛି l ତୁମ ହାଜିର ଜବାବରେ ଖୁସିହୋଇ ତୁମକୁ ଉପହାର ଦେଇଥିଲି l ଏହା କହି ମିତ୍ର ଜଣକ ଘର ଭିତରକୁ ଯାଇ ଆଲମାରି ଭିତରୁ ସେଇ ସିଲକପୋଷାକ ଆଣି ମୁଲ୍ଲାଙ୍କୁ ଦେଲେ l

     ମୁଲ୍ଲା ସୁପର କପଟାକୁ ଧରି ଠିଆ ହେଲେ l କପଟାକୁ ନିଜ ପକେଟରେ ଢାଳି ଦେଲେ l

     ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଚାହିଁଥାନ୍ତି l ଧନୀଲୋକଜଣକ ହଡବଡେଇ ଯାଇ କହିଲେ, “ଆରେ ଆରେ, ଇଏ ଆପଣ କ’ଣ କଲେ ?”

       ମୁଲ୍ଲା ନିଜ କୋଟ ପକେଟକୁ ଭଲ ଭାବରେ ଚାହିଁ କହିଲେ, “ହେ କୋଟ୍ ! ମୁଁ ଆଶା କରୁଛି ସୁପ୍ ତୁମକୁ ନିଶ୍ଚିତ ଭାବରେ ଭଲ ଲାଗିଥିବ ! କାରଣ ତୁମେ ହିଁ ହେଉଛ ଆଜିର ଭୋଜି ସଭାର ମୁଖ୍ୟ ଅତିଥି, ମୁଁ ନୁହେଁ l


Rate this content
Log in

Similar oriya story from Abstract