Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

ଓଡ଼ିଆ ଗଳ୍ପ ଓ କବିତା - ୧

Inspirational


2  

ଓଡ଼ିଆ ଗଳ୍ପ ଓ କବିତା - ୧

Inspirational


ନିଆଁ ହେଲା ଅଙ୍ଗାର

ନିଆଁ ହେଲା ଅଙ୍ଗାର

3 mins 332 3 mins 332

ନିଆଁ ହେଲା ଅଙ୍ଗାର

ମନପବନ (ଜାନୁୟାରୀ 2020)

       ଦ୍ରୋଣାଚାର୍ଯ୍ୟ କୁରୁ ଓ ପାଣ୍ଡବମାନଙ୍କ ଗୁରୁ ସେ ହସ୍ତିନାପୁରରେ ରହି ବିଦ୍ୟା ଶିକ୍ଷା ଦେଉଥିଲେ  ତାଙ୍କରି ସ୍ନେହ ଓ ନିଷ୍ଠାପର ଶିକ୍ଷାଦାନରେ ସମସ୍ତେ ଦକ୍ଷ ହେବାକୁ ଲାଗିଲେ  ସେମାନଙ୍କ ମଧ୍ୟରୁ କେତେକ ଅଭିମାନୀ ହୋଇଗଲେ  ଦୁର୍ଯ୍ୟୋଧନ ସେମାନଙ୍କ ଭିତରୁ ଅନ୍ୟତମ  ଦୁର୍ଯ୍ୟୋଧନ ନିଜକୁ ଭାରତବର୍ଷର ଶ୍ରେଷ୍ଠ ଯୋଦ୍ଧା ଓ ବିଦ୍ୱାନ ବୋଲି ଭାବିନେଇଥାଏ  ତେଣୁ ସମସ୍ତଙ୍କୁ ଉପେକ୍ଷା କରି ଏକାକୀ ସବୁଚିଛି କରି ପାରିବାର ଆଶା ବାନ୍ଧିଥାଏ

       ମନରେ ଅହଙ୍କାର ଓ ସ୍ୱାର୍ଥ ଜାଗିଉଠିଲେ ଧର୍ମ ଓ ନୈତିକତା ଲୋପପାଏ  ତେଣୁ ଗୁରୁ ଦ୍ରୋଣାଚାର୍ଯ୍ୟ ଦୁର୍ଯ୍ୟୋଧନର ସ୍ୱଭାବରେ ଚିନ୍ତିତ ହୋଇଗଲେ ତେଣୁ ଗୁର ଦ୍ରୋଣାଚାର୍ଯ୍ୟ ଦୁର୍ଯ୍ୟୋଧନ ସ୍ୱଭାବରେ ଚିନ୍ତିତ ହୋଇଗଲେ

ଗୋଟିଏ ଶୀତ ରାତ୍ରିରେ ଦ୍ରୋଣାଚାର୍ଯ୍ୟ ଶିଷ୍ୟମାନଙ୍କୁ ନେଇ ଖୋଲା ପଡିଆରେ ନିଆଁ ଲଗାଇ ଚାରି ପାଖରେ ଘେରି ବସିଥାନ୍ତି ଶରୀରକୁ ଉଷୁମ କରିବା ଅବସରରେ ମନ ଭିତରେ ଥିବା ଜଟିଳତାକୁ ଆଲୋଚନା ମାଧ୍ୟମରେ ଶିଥିଳ କରୁଥାନ୍ତି  ମଝିରେ ମଝିରେ ନିଆଁକୁ ଓଲଟ ପାଲଟ କରୁଥାନ୍ତି  ଇମିତି ଓଲଟ ପାଲଟ କରୁ କରୁ ଦ୍ରୋଣାଚାର୍ଯ୍ୟ କହିଲେ, “ସମସ୍ତେ ଦେଖିପାରୁଥିବ ନିଆଁ ଭିତରେ କେତେକ ଛୋଟ ବଡ ନିଆଁ ପିଣ୍ଡୁଳା  ସେଗୁଡିକ ନିଜେ ଜଳି ଆମକୁ ଉତ୍ତାପ ଓ ଆଲୋକ ଦେଉଛନ୍ତି ଏହି ନିଆଁଖଣ୍ଡମାନଙ୍କ ଭିତରେ ଗୋଟିଏ ବଡ ନିଆଁ ମୁଣ୍ଡା ଅଛି, ଯେ କି ତେଜୀୟାନ୍ ହୋଇ ଜଳୁଛି  ଜଣାଅଛି, ଯେ କି ତେଜୀୟାନ୍ ହୋଇ ଜଳୁଛି  ଜଣାଯାଉଛି, ସମଗ୍ର ନିଆଁ ଶିଖା ତାରି ଯୋଗୁ ସମ୍ଭବପର

ତୁମେ ଦୁର୍ଯ୍ୟୋଧନ ସେହି ନିଆଁମୁଣ୍ଡାକୁ ବାହାର କରି ଆଣି ଗୋଟିଏ ସ୍ଥାନରେ ରଖ

ଗୁରୁଙ୍କର ଆଦେଶରେ ଦୁର୍ଯ୍ୟୋଧନ ବଡ ଜଳନ୍ତା ଅଗ୍ନିପିଣ୍ଡକୁ ବାହାର କରି ଆଣି ଖୋଲା ସ୍ଥାନରେ ରଖିଲେ  କିଛି ସମୟ ପରେ ଦେଖାଗଲା ତାହା ମଳିନ ହୋଇ ତା’ପରେ ଧଳାବର୍ଣ୍ଣର ପାଉଁଶ ପଲସ୍ତରା ପଡି ରହିଛି  ସେ ଆଲୋକ କି ଉତ୍ତାପ ଦେଇପାରୁନାହିଁ ରଡ ନିଆଁଟି ବଡ ଅଙ୍ଗାରରେ ପରିଣତ ହୋଇଯାଇଛି

ଅଙ୍ଗାରକୁ ଦେଖାଇ ଗୁରୁଦ୍ରୋଣ ପଚାରିଲେ, “ବତ୍ସ ଦୁର୍ଯ୍ୟୋଧନ ତୁମ ଆଗରେ ଥିବା ବଡ ଅଙ୍ଗାରଟି ଏଥି ପୂର୍ବରୁ କ’ଣ ଥିଲା ” ଦୁର୍ଯ୍ୟୋଧନ କହିଲେ,“ଗୁରୁଦେବ, ଏହା ଏକ ଜଳନ୍ତା ଅଗ୍ନି ପିଣ୍ଡୁଳା ଥିଲା ”  

“ତେବେ ବର୍ତ୍ତମାନ କାହିଁକି ମଳିନ ହୋଇ ଅଙ୍ଗାରରେ ପରିଣିତ ହୋଇଗଲା ?”

ଦୁର୍ଯ୍ୟୋଧନ ନମ୍ର ଭାବରେ କହିଲେ,“ଗୁରୁଦେବ, ଜଳନ୍ତା ନିଆଁ ଭିତରେ ରହି ନିଜର ଶକ୍ତି ଦେଖାଇ ପାରୁଥିଲା, କିନ୍ତୁ ଯେତେବେଳେ ସେ ପୃଥକ ହୋଇଗଲା, ବାହାର ଶୀତଳ ପବନର ଜଳୀୟକଣା ଓ ଆର୍ଦ୍ର ମାଟି ତା’ର ତେଜ ହରଣ କରି ନେଲେ ଯା’ ଫଳରେ ନିଆଁ ହେଲା ଅଙ୍ଗାର ” 

ଦୁର୍ଯ୍ୟୋଧନର କଥା ଶେଷ ନ ହେଉଣୁ ଗୁରୁ ଦ୍ରୋଣାଚାର୍ଯ୍ୟ କହିଲେ,“ଶୀତଳ ପବନ ଓ ଆର୍ଦ୍ରମୃତ୍ତିକା ଯଦିଚ ଆଗରୁ ଥିଲା, ତଥାପି ଅନେକ ଛୋଟ ଛୋଟ ନିଆଁଖଣ୍ଡ ସାଙ୍ଗରେ ଥିବା ସମୟରେ ତେଜୀୟାନ ହୋଇ ଜଳୁଥିଲା  ତାକୁ ବାହ୍ୟଶତ୍ରୁ କେହି କିଛି କରିପାରୁନଥିଲା, ଅଥଚ ସେ ବାହ୍ୟ ଜଗତରେ ନିଜ ପ୍ରଭାବ ବିସ୍ତାର କରିପାରିଥିଲା  ଯେହେତୁ ସେ ସମାଜ ବା ଗୋଷ୍ଠୀ ଭିତରେ ଥିଲା, ଛୋଟ ବଡ ନିଆଁଖଣ୍ଡମାନଙ୍କ ସହତି ସେ ଏକାକାର ହୋଇଯାଇଥିଲା  ବାସ୍ତବରେ ଯେ କେହି ହେଉନା କାହିଁକି ସମସ୍ତଙ୍କ ସାଙ୍ଗରେ ଜଣେ ହୋଇଥିବା ଯାଏ ନିଶ୍ଚିତ ଭାବେ ତା’ର ଗୁଣ, ଶକ୍ତି ପ୍ରାଧାନ୍ୟ ବିକଶିତ ହେଉଥିବ, କିନ୍ତୁ ଯେତେବେଳେ ସେ ସମସ୍ତଙ୍କୁ ଛାଡି ଚାଲିଆସେ, ସେ ଯେତେ ତେଜସ୍ୱୀ, ଶକ୍ତିଶାଳୀ ହେଇଥାଉନା କାହିଁକି, ଏହି ଅଙ୍ଗାର ପରି ହେବାକୁ ହିଁ ହେବ  ଏଣୁ ମୋର ପ୍ରିୟ ଶିଷ୍ୟମାନେ, ତୁମ୍ଭେମାନେ କେବେ ହେଲେ ସମାଜ, ଗୋଷ୍ଠୀକୁ ପରିତ୍ୟାଗ କରିବ ନାହିଁ  ଯଦି ଅହଙ୍କାର ମନରେ ସମାଜ, ପରିଜନଙ୍କୁ ଛାଡି ପୃଥକ୍ ହୋଇଯାଅ, ତେବେ ଅଙ୍ଗାରର ଦଶା ଭୋଗିବାକୁ ପଡିବ  ଅତି ସରୁ ଦୁର୍ବଳ ସୂତାଗୁଡିକ ଏକତାବଦ୍ଧ ହୋଇ ଶକ୍ତିଶାଳୀ ହାତୀକୁ ବାନ୍ଧି ରଖିପାରୁଛି, କିନ୍ତୁ ସେହି ସୂତା ସମୂହରୁ ଗୋଟିଏ ଶକ୍ତ ସୂତା ହାତୀକୁ ବାନ୍ଧି ରଖିବାକୁ ଚେଷ୍ଟା କରେ, ତା’ର ଦଶା ଯାହାହେବ, ପୃଥକ୍ ହୋଇ ପ୍ରତିଷ୍ଠିତ ହେବାକୁ ଚେଷ୍ଟା କରିବା ସେହିପରି ହାସ୍ୟାସ୍ପଦ ” 

ଗୁରୁଙ୍କ କଥାର ମର୍ମ ଉପଲବ୍ଧି କରି ଦୁର୍ଯ୍ୟୋଧନ ସମେତ ଅନେକ ଲଜ୍ଜିତ ହୋଇ ମୁଣ୍ଡ ନୁଆଁଇ ଦେଲେ  


Rate this content
Log in

More oriya story from ଓଡ଼ିଆ ଗଳ୍ପ ଓ କବିତା - ୧

Similar oriya story from Inspirational