Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -170
ଜହ୍ନମାମୁଁ -170
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children Classics

2 Minutes   7.0K    17


Content Ranking

ପାଞ୍ଚ ପ୍ରଶ୍ନ - ୧

ପରଦିନ ଧୀରସିଂହ ଆସି ରାଜକୁମାରୀ ସୁଲୋଚନାଙ୍କୁ ପୁନର୍ବାର ସାକ୍ଷାତ୍ କଲେ । ରାଜକୁମାରୀ ତାଙ୍କୁ ଅଭିବାଦନ ଜଣାଇ କହିଲେ, “ଆପଣ ମୋର ତିନିଗୋଟି ପ୍ରଶ୍ନର ଉତ୍ତର ଦେବାରେ ଯେପରି ସଫଳ ହେଲେ, ତାହା ଆପଣଙ୍କର ଅସାଧାରଣ ସାହସ, ଧୈର୍ଯ୍ୟ ଓ ବୁଦ୍ଧିର ପରିଚୟ ବହନ କରେ । ଆପଣ ଏତେ କଷ୍ଟ ସହିବା ପରେ ଆହୁରି ପ୍ରଶ୍ନ ପଚାରିବାକୁ ମୋର ହୃଦୟ କହୁନାହିଁ । କିନ୍ତୁ ନିଜ ପ୍ରତିଜ୍ଞାରୁ ଓହରିଯିବା ମଧ୍ୟ ଅନୁଚିତ । ତେଣୁ ଆପଣଙ୍କୁ ଆହୁରି ଦୁଇଟି ପ୍ରଶ୍ନ କରିବାକୁ ମୁଁ ବାଧ୍ୟ ।”

ଧୀରସିଂହ କହଲେ, “ଖାଲି ମୋ ନିଜ ଗୁଣରୁ ଯେ ମୁଁ ଆପଣଙ୍କ ତିନୋଟି ପ୍ରଶ୍ନର ଉତ୍ତର ଦେଇ ପାରିଲି, ତାହା ନୁହେଁ । ଯୋଗାଯୋଗ କହନ୍ତୁ, ଭାଗ୍ୟ କହନ୍ତୁ, ତାହା ମୋର ସହାୟକ ହୋଇଛି । ଆପଣ ନିଃସଙ୍କୋଚରେ ଆଉ ପ୍ରଶ୍ନ କରନ୍ତୁ । ଭାଗ୍ୟରେ ଥିଲେ ମୁଁ ତା’ର ଉତ୍ତର ଆଣି ଦେଇପାରିବି ।

ରାଜକୁମାରୀ କହିଲେ, “ଏଥର ତୁମକୁ ମୋର ଚତୁର୍ଥ ପ୍ରଶ୍ନର ଉତ୍ତର ଦେବାକୁ ହେବ । ଏଠାରୁ ପ୍ରାୟ ପଚାଶ କ୍ରୋଶ ଦୂରରେ, ନୈଋତ କୋଣରେ ଗୋଟିଏ ଗୋଲାପ ସରୋବର ରହିଛି । ସେ ସରୋବର କଥା ଆମେ ଶୁଣିଥାଉ, କିନ୍ତୁ କେହି ତାକୁ ଦେଖି ନାହାଁନ୍ତି । ସେ ସରୋବରର ଇତିହାସ ଓ କେହି କାହିଁକି ତାକୁ ଦେଖିବାକୁ ଅକ୍ଷମ, ତା’ର ବ୍ୟାଖ୍ୟା ମୋର ଲୋଡା ।”

“ଯଦି କେହି ସେ ସରୋବରକୁ ଦେଖି ନାହାଁନ୍ତି, ତେବେ ନିଶ୍ଚୟ ତାକୁ ଦେଖିବା ନିମନ୍ତେ କୌଣସି ବିଶେଷ ଗୁଣ ଆୟତ କରିବାକୁ ପଡିବ!” ଧୀରସିଂହ ତାଙ୍କ ମନକୁ ମନ ଏହା କହି ଟିକିଏ ଚିନ୍ତାମଗ୍ନ ରହିଲେ ।

“ମୋତେ ତିନିମାସ ସମୟ ଦିଅନ୍ତୁ ।” ଏହା କହି ଧୀରସିଂହ ସେଠାରୁ ବିଦାୟ ନେଇ ବାହାରିଗଲେ । ସେ ନିଜ ଘୋଡାକୁ ନୈଋତ କୋଣ ଦିଗରେ ଛୁଟାଇ ଦେଲେ । ବାଟରେ ସେ ଯାହାକୁ ଦେଖିଲେ ସମସ୍ତଙ୍କୁ ସେ ସେହି ଗୋଲାପ ସରୋବର କଥା ବିଷୟରେ ପଚାରୁଥାନ୍ତି, ସେ କହୁଥାଏ ଯେ ମଧ୍ୟେ ମଧ୍ୟେ ଜଣେ ଜଣେ ରାଜକୁମାର ସେ ସରୋବର ଦିଗରେ ଯାଆନ୍ତି, କିନ୍ତୁ ସେଠାରୁ କେହି ଫେରି ଆସିବାର ଜଣାନାହିଁ ।

ଧୀରସିଂହ ଏ ପ୍ରଶ୍ନ କରନ୍ତି “ସେ ସରୋବର କିଏ ଦେଖିଛି?” କିନ୍ତୁ ସମସ୍ତେ ଏହାର ଉତ୍ତରରେ କହନ୍ତି, “ଆମେ ଖାଲି ତାହା ବିଷୟରେ ଶୁଣି ଆସିଛୁ, କିନ୍ତୁ କେହି ପଥିକ ତାକୁ କେବେ ସ୍ୱଚକ୍ଷୁରେ ଦେଖିଛି ବୋଲି କହିବାର ଜାଣି ନାହୁଁ ।”

ଧୀରସିଂହ କୌତୁହଳୀ ହୋଇ ନିଜ ଗନ୍ତବ୍ୟ ମାର୍ଗରେ ଗଲେ । ଠାଏଁ ସେ ଦେଖିଲେ, ଗୋଟିଏ କୂଅକୁ ଘେରି ଦଳେ ଲୋକ ଠିଆ ହୋଇଛନ୍ତି । ସେ ସେମାନଙ୍କୁ ପଚାରିଲେ, “ଗୋଲାପ ସରୋବରକୁ ରାସ୍ତା କିଏ ଜାଣିଛି?” ଏଭଳି କଥା ଶୁଣି ସେମାନେ ପରସ୍ପର ପରସ୍ପରକୁ ଅନାଇଲେ । ହଠାତ୍ ଜଣେ ବୃଦ୍ଧ କାନ୍ଦି ଉଠିଲେ ଓ ସେ କହିଲେ, “ରାସ୍ତା ଯିଏ କରିପାରିଥାନ୍ତା, ସିଏ ଏ କୂଅ ଭିତରେ ।”

ସେତେବେଳେ ଯାଇ ଧୀରସିଂହ ଲକ୍ଷ୍ୟ କଲେ ଯେ ସେଠାରେ ସମସ୍ତେ ବିଷର୍ଣ୍ଣ ଦିଶୁଛନ୍ତି । କ୍ରମେ ସେ ସେମାନଙ୍କଠାରୁ ବୁଝିଲେ ଯେ ସେହି ବୃଦ୍ଧଙ୍କର ଶେଖର ନାମକ ଜଣେ ପୁଅ ଏ କୂଅ ଭିତରକୁ ଡେଇଁ ପଡି ଅଦୃଶ୍ୟ ହୋଇଯାଇଛି । ସେ ଯେ ଏପରି କାହିଁକି କଲା, କେହି ବି ସେକଥା ଜାଣି ନାହାଁନ୍ତି । ସେ ମରିନାହିଁ ବୋଲି ସମସ୍ତଙ୍କ ଧାରଣା । ଏ ଭିତରେ ତ ସାତଦିନ ବିତିଗଲାଣି । ମରିଥିଲେ ତା’ ଦେହ ନିଶ୍ଚୟ ପାଣିରେ ଭାସୁଥାନ୍ତା । କିନ୍ତୁ ସେ ଏବେ ଗଲା କୁଆଡେ? କେହି ଏ କୂଅ ଭିତରକୁ ଯାଇ ସନ୍ଧାନ କରିବେ, ସେଭଳି ସାହସ କାହାରି ନଥିଲା । କାରଣ ସେ କୂଅରେ କିଛି ରହସ୍ୟ ଅଛି ବୋଲି ସମସ୍ତେ ଜାଣୁଥିଲେ ।

ପରଦିନ ଧୀରସିଂହ ସୁଲୋଚନା

Rate the content


Originality
Flow
Language
Cover design

Comments

Post

Some text some message..