Quotes New

Audio

Forum

Read

Contests


Write

Sign in
Wohoo!,
Dear user,
"କବିତା"
"କବିତା"
★★★★★

© Neelima Nivedita Behera

Romance

2 Minutes   7.5K    14


Content Ranking

 - କହିଲନି ତ ! କେମିତି ଲାଗିଲା ମୋ କବିତା ?

ପବନର ସାଇଁ ସାଇଁ ଶବ୍ଦ ଚିରି ଅତଶୀର ପ୍ରଶ୍ନ ସୌମେନ୍ କାନ ପାଖରେ ପହଞ୍ଚିଲା । ପହଞ୍ଚିବନି ବି କେମିତି ? ଯେତେ ଚେଷ୍ଟାକଲେ ଅତଶୀ କୋଉ ନିଜକୁ ରୋକି ପାରେ ! ଅଭିମାନ ତା'ର ପାଣିର ଗାର । କେବେ ତାକୁ ସେ ସେତେ ବଡ଼ କରିପାରେନା, ଯାହା ସୌମେନ୍ ଓ ତା’ ଭିତର ଦୂରତାକୁ ଇଞ୍ଚେ ବି ବଢାଇଦେବ ।

- କହିଲନି ତ ?

ପ୍ରଶ୍ନକୁ ଦୋହରାଇଲା ଅତଶୀ । ଦୋହରୁ ନଥିଲା କିନ୍ତୁ ପଚିଶି ବର୍ଷ ତଳର ସ୍ମୃତି । ଉଖୁରାଇଲେ କ’ଣ ସବୁ ପାଉଁଶ ତଳୁ ନିଆଁ ବାହାରେ ? କିଛି ପାଉଁଶ ମଲା ସ୍ମୃତି ସଦୃଶ । ଯାହା କେବଳ ଅତୀତକୁ ଫେରାଏ ସିନା, ନିଆଁ ଭଳି ଦହଗଞ୍ଜ କରେନା । ସବୁଦିନ ଭଳି ଦୁଇ ପାଖକୁ ଗୋଡ଼କୁ ଝୁଲେଇ ବସି ନଥିଲା ଅତଶୀ, ସୌମେନର ଘଟର-ଘଁ ଘଟର-ଘଁ ସ୍ପ୍ଲେଣ୍ଡରରେ । ଧଳା ଗାର ଟଣା ହେଇଥିବା ରାସ୍ତା କଡ଼ରେ କେତୁଟା ସରକାରୀ ଗଛ ଗଣିବା ସହିତ ସୌମେନ ଉତ୍ତରକୁ ଅପେକ୍ଷା ବି କରି ନଥାଏ ସେ । ଓଦା ବାଲିରେ, ସମୁଦ୍ର କୂଳରେ ଗୋଡ଼ ଛନ୍ଦି ବନ୍ଦୀ କରୁଥାଏ ପରସ୍ତ ପରସ୍ତ ଅଭିମାନକୁ । ସହଜ ହେବା ପ୍ରୟାସରେ ପଚାରୁଥାଏ ସରଳ ପ୍ରଶ୍ନ ଗୋଟିଏ ହାତକୁ କବିତା ଲେଖା କାଗଜ ଖଣ୍ଡିଏ ବଢେଇ ଦେଇ । ଗାଡ଼ି ସ୍ପିଡୋମିଟର କଣ୍ଟା ୪୦ ଟପୁ ନଥିଲା ଭଳି ଲହଡିମାନେ ବି ଛୋଟ ଛୋଟ ହେଇ ଆସି ଅଳ୍ପ ଗର୍ଜି ଫେରୁ ଯାଉଥିଲେ ସମୁଦ୍ର ଗର୍ଭକୁ । ଭାବିଚିନ୍ତି ଉତ୍ତର ଦେଉଥିବା ସୌମେନ୍ ଚଟ୍ କି କହିଲା,

-‘ଚମତ୍କାର’ ଶବ୍ଦଟା ବୋଧେ ଛୋଟ ପଡ଼ିବ ପ୍ରଶଂସା ପାଇଁ । ତୁମର ସବୁ କବିତା ପରି ଏ କବିତା ବି ଜୀବନ୍ତ, ଅତଶୀ !

କିଛିକ୍ଷଣ ପାଇଁ ନିର୍ବାକ ପାଲଟିଗଲା ଅତଶୀ । ଏତେ ସମୟ ଧରି ଯେଉଁ ଲହଡ଼ି ପାଦକୁ ଛୁଇଁ ପାରି ନଥିଲା ଯେମିତି ଅକସ୍ମାତ୍ ଅତଶୀର ଛାତିକୁ ବତୁରାଇ ଦେଲା ! କିଛି କହିବା ପୂର୍ବରୁ ସୌମେନ୍ ପୁଣି କହିଲା,

- କ’ଣ ? ବିଶ୍ଵାସ ହେଉନି ମୋ କଥା ? ମୋ ରାଣ ଖାଇ କହୁଛି.....

ଏବେଳେ ଅତଶୀ ସୌମେନ୍ ପାଟିରେ ହାତ ଦେଲା । ପାଟିରେ ହାତ ଦେଇ ଅଟକାଇବାକୁ ଚାହିଁଲା ବର୍ତ୍ତମାନର ସମୟକୁ । ଜମାଟ ବାନ୍ଧିଥିବା ବର୍ଷ ବର୍ଷର କ୍ଷୋବ, ମେଘ ହେଇ ବର୍ଷୁଥିଲା ଅତଶୀ ଆଖିରୁ । ସେପଟେ ସୌମେନ୍ କୁହୁଳି ସାରିଥିଲା ଅତଶୀ ହାତର ସ୍ପର୍ଶରେ । ଅଥୟପଣ ଭାଙ୍ଗୁଥିଲା ଶ୍ଵାସରେ । ଦିଗବଳୟ ସେପାଖରେ ସୂର୍ଯ୍ୟ ଲୁଚିବା ସହିତ ଲୁଚୁଥିଲେ ଦୁଇଟା ଶବ୍ଦ- ଏକପତ୍ନୀବ୍ରତା ଓ ସତୀତ୍ଵ !

କବିତା ଚମତ୍କାର ଲହଡ଼ି

Rate the content


Originality
Flow
Language
Cover design

Comments

Post

Some text some message..