Neelima Nivedita Behera

Romance

2  

Neelima Nivedita Behera

Romance

ସଞ୍ଜୁ ସଞ୍ଜନା ୧

ସଞ୍ଜୁ ସଞ୍ଜନା ୧

1 min
7.2K


ସଞ୍ଜୁ – ଆଜି କେମିତି ଏ ଅବେଳଟାରେ ମୋ କଥା ମନେପଡିଲା ଯେ ତୁମର ?

ସଞ୍ଜନା – ନାଇଁମ ! କଥା କ’ଣ କି ? ମୁଁ ଏଇ ଲଞ୍ଚ୍ ବ୍ରେକ୍ ରେ କ୍ୟାଣ୍ଟିନ୍ ଆସିଥିଲି । ରୋଷେଇ ସରିବାକୁ ଆଉ ଦଶ ପନ୍ଦର ମିନିଟ୍ ଲାଗିବ । ତେଣୁ ଟ୍ୟାରେସ୍ ରେ ଏପାଖସେପାଖ ହେଉଥିଲି । ଆଖି ପଡିଲା ଛକ ଉପରେ ଲାଗିଥିବା ନବୀନ୍ ପଟ୍ଟନାୟକ୍ ର ଗୋଟେ ବଡ଼ ହୋର୍ଡିଙ୍ଗ୍ ଉପରେ । ସେପାଇଁ...

ସଞ୍ଜୁ – ହେଲେ, ମୁଁ ତ ନେତା ନୁହେଁ । ରାଜନୀତି ବି କଲେଜ୍ ପଢିଲାବେଳେ ଯାହା କରୁଥିଲି । ସେବେଠାରୁ ଆଉ କେବେ ରାଜନୀତି ବି କରିନି । ତା’ ଛଡା ନବୀନ୍ ପଟ୍ଟନାୟକ୍ ର ମୁହଁ ସହିତ ମୋ ମୁହଁର ବି ତ କୌଣସି ସାମଞ୍ଜସ୍ୟ ନାହିଁ ? ତେବେ... ??? ହଉ ଛାଡ଼...। ତୁମର ଛୁଟି କେବେ ?

ସଞ୍ଜନା – ରବିବାର । କାଇଁ ? ତୁମେ ଆସୁଛ ?

ସଞ୍ଜୁ – ହଁ । ହେଲେ ମିଟିଂ ହେବ ନିଉଟ୍ରାଲ୍ ଭେନ୍ୟୁରେ ।

ସଞ୍ଜନା – ସେଟା କଉଠି ? ମୁଁ କାଇଁ ଦେଖିନି, ଜାଣିନି କି ଶୁଣିନି ।

ସଞ୍ଜୁ – ହାଃ ହାଃ ହାଃ !!!

ସଞ୍ଜନା – ହସିଲ ଯେ ?

ସଞ୍ଜୁ – ମାନେ ହେଲା ଆମେ ସ୍ପେଶିଆଲ୍ ମିଟିଂ ଆଉ କରିବାନିନା । ଯଷ୍ଟ୍ ଲାଇକ୍ ଆଜ୍ ଫ୍ରେଣ୍ଡ୍ । ସୋ...

(କେବେ ମିଛ କହୁ ନଥିବା ସଞ୍ଜନା ବି କେମିତି କହିଥାନ୍ତା ଯେ, କଥା ହେବାର ଇଚ୍ଛାକୁ ନବୀନ୍ ପଟ୍ଟନାୟକ୍ ର ହୋର୍ଡିଙ୍ଗ୍ ବୋଲି କହିବାକୁ ପଡ଼ିଲା ତାକୁ ? )


Rate this content
Log in

Similar oriya story from Romance