Neelima Nivedita Behera

Inspirational

1.0  

Neelima Nivedita Behera

Inspirational

*** ବାଳୁଙ୍ଗା ***

*** ବାଳୁଙ୍ଗା ***

2 mins
14.8K


 [୧]

“ରାମ ଗୋଟିଏ ଭଲ ପିଲା ।“ ପଥର ଭଳି ପୁରୁଣା କଥା । ନିର୍ଜୀବ । ଭଲ ପିଲାମାନେ କ’ଣ କରନ୍ତି ? ଛୋଟ ବେଳେ ପାଠ ପଢି ବାପମାଙ୍କ ନାଁ କମାନ୍ତି, ଆଉ ବଡ ହେଲେ ମାନବିକତା ।

- ମାନେ ?

- ମାନେ କ’ଣ ବୁଝିପାରୁନ ଯେ ? ମୁଁ ଖାଣ୍ଟି ଓଡ଼ିଆ ଭାଷାରେ କହିଲି ପା’ !

- ହେଲା ଯେଏଏଏ...! ହେଲେ ଭଲହେବା ପାଇଁ କିଏ ନଚାହେଁ, କହିଲୁ ସାଙ୍ଗ ? ବାକ୍ୟରଣର ସେ ଧାଡ଼ିଟି ତ ସମସ୍ତେ ନିଜ ଜୀବନରେ ପ୍ରତିଫଳିତ କରିବାକୁ ଉତ୍ସୁକ ଯେମିତି !!!

- ମୁଁ କିନ୍ତୁ ନୁହେଁ । ବୋଧେ ସେଇଦିନୁ ଯଉଦିନ ମୁଁ ତାକୁ ଦେଖିଥିଲି ଜତୁରସରେ ।

- ତେବେ... ???

- ତେବେ ଆଉ କ’ଣ ? ସବୁ ମିଛ ଲାଗିଲା । ଏ କାଗଜର ସାର୍ଟିଫିକେଟ୍ ସବୁ ମିଛ । ଭଲ ପିଲାହେବା ପାଇଁ ଖାଲି ଅଧିକ ମାର୍କ ରଖିଲେ ହେବନିରେ ସାଙ୍ଗ, ସରକାରୀ ଚାକିରି ବିନା ସବୁ ବକବାସ୍ ।

[୨]

ସଞ୍ଜ ବଢି ରାତି ଘନେଇଲାଣି । ରାସ୍ତାରେ ଭିଡ ବି କମିବାକୁ ଲାଗିଲାଣି । ମନ ତଳ କୋହ କିନ୍ତୁ ବଢୁଥିଲା ଆଉ ବିଅର ବୋତଲ ଗଡୁଥିଲା ଏପାଖରୁ ସେପାଖକୁ ।

- ତା’ ପରେ କ’ଣ ହେଲା ସାଙ୍ଗ ?

- କ’ଣ ଆଉ ହେଇଥାଆନ୍ତା ? ସେ ଡେଇଁଗଲା ଏରୁଣ୍ଡିବନ୍ଧ । ମୋତେ ଛାଡି ଚାଲିଗଲା ସାଙ୍ଗ । ଚାଲିଗଲା.... ସେଦିନୁ ଜାଳିଦେଲି ସବୁ ସାର୍ଟିଫିକେଟ୍ ।

- କାହା ପାଇଁ କ’ଣ ସମୟ ଅଟକେ ନା କାହାର ଜୀବନ ? ପ୍ରେମରେ ବିଫଳତା ପାଇଁ କ’ଣ କିଏ ଜୀବନର ପୁଞ୍ଜିକୁ ଏମିତି ନିଆଁରେ ଝାସ ଦିଏ ?

- ପୁଞ୍ଜି ....? ହାଁ ..... ପୁଞ୍ଜି ...!!! ଶଃ ..... ନିଶ୍ଵାସଟା ଏଇନା ଚାଲୁଛି, ପରମୁହୂର୍ତ୍ତରେ ଚାଲିବ କି ନା, ଗ୍ୟାରେଣ୍ଟି ଦେଇପାରିବୁ ମୋତେ କାଳିଆ ???

[୩]

ପ୍ରଶ୍ନ ସିନା ପଚାରିଦେଲୁ ହେଲେ ଉତ୍ତର ଶୁଣିବାକୁ ତୋର ଆଉ ହୋସ୍ ନଥିଲା ସାଙ୍ଗ । ତୁ ନିଶାରେ ଚୁର୍ ନିଦ ମାଉସୀ କୋଳରେ ଶୋଇସାରିଥିଲୁ ।

- ହାଃ ହାଃ ହାଃ ...!!! ଭଲ ହେଲା ତୋ ଉତ୍ତର ଶୁଣିନି, ନଇଲେ ସବୁତକ ନିଶା ଉତୁରି ଯାଇଥାନ୍ତା ।

- ତୋର ସେ ଥଟ୍ଟା କରିବା ଅଭ୍ୟାସ ଗଲାନି । ଭଲ ଭଲ, ଜୀବନଟାକୁ ସହଜ କରିବାର ଏଇଟା ତ ମନ୍ତ୍ର !

- ଛାଡ୍ କାଳିଆ । ତୋ କଥା କହ । (କହୁ କହୁ ସିଗାରେଟ୍ ରେ ନିଆଁ ଧରେଇଲା କାଳିଆ)

[୪]

ଏବେ ବି ଆକାଶରେ ଥାଏ ଖରା ହେଲେ କାଟୁ ନଥାଏ । ରାସ୍ତା କଡ଼ର ଇଉକାଳିପଟାସ୍, ଚାକୁଣ୍ଡା, କୃଷ୍ଣଚୂଡା ଗଛମାନଙ୍କରେ ଦୋହଲୁଥାଏ ଥିରିଥିରି ପବନ । ଢଳିଲା ବୟସରେ ବି ସତେଯେମିତି ପୁଣିଥରେ ବଞ୍ଚି ଉଠୁଥାଏ ସେ ଚହଲା ଯୌବନ ।

- ଇସ୍ !!!

- କି ମର୍ମଦୁନ୍ତ ମୃତ୍ୟୁ !!!

- କିଏ ଶଳାଟା ଚଢେଇଦେଇ ଯାଇଛି ।

- ବଡଚକ ଗାଡି ହେଇଥିବ ନିଶ୍ଚୟ, କାଳିଆ !

ପାଦ ବଢୁଥାଏ ଆଗକୁ ହେଲେ ମନ ଯେମିତି ସେଇଠି ଅଟକିଗଲା କି ଆଉ ? ଆଠ ଦଶ ପାଦ ଗଲାପରେ ଫେରିଲା ସେ । ପାଖ ଗଛରୁ ଦି’ଖଣ୍ଡ ଡାଳ ଭାଙ୍ଗିଲା । ଉଠାଇଲା ମଲା କୁକୁର ଛୁଆଟିକୁ ଯାହାକୁ ଚିହ୍ନିବା ଥିଲା କଷ୍ଟ । ମୁହଁଟା ପୁରା ଚେପା, ଲାଞ୍ଜରେ ବେଶି ଆଘାତ ବାଜିନି । ତୀବ୍ର ଗନ୍ଧ । ବୋଧେ ସକାଳର ଘଟଣା ।

[୫]

- ଆହାଃ !!! ଚଢେଇ ଦେଲା ବୋଧେ କୁନି କୁକୁର ଛୁଆଟା ଉପରେ । ଆଜିକାଲିକା ଟୋକା ତ ! ଷ୍ଟାଇଲ୍ ମାରିବାରୁ ଫୁରସତ୍ କାହିଁ ???

ରାସ୍ତାରେ ଯାଉଥିବା ଜଣେ ପଥଚାରୀଙ୍କ ବାକ୍ୟ ଶୁଣି

- ସାଙ୍ଗ !!! ଏ ତ ମୁନିସିପାଲଟିର କାମ, ତୁ କାଇଁ ଏସବୁ କଲୁ ଯେ ??? ଦେଖିଲୁ ତ, ସେ ଲୋକଟା କ’ଣ କହି ଦେଇଗଲା ? ତୁ ମୋ ହାତ ଧରି ନଥିଲେ; ଏବେ ଦେଖିଥାଆନ୍ତୁ….

- ହାଃ ହାଃ ହାଃ .... । ମୁଁ ତ ବାଳୁଙ୍ଗାଟା । ତୁ କାହିଁ ବାଳୁଙ୍ଗାମି କରୁଛୁ କାଳିଆ ??? ଚାଲ୍...

@ନୀଳିମାନିବେଦିତା


Rate this content
Log in

Similar oriya story from Inspirational