Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sachidananda Kar

Romance Tragedy

3  

Sachidananda Kar

Romance Tragedy

ସଂପୂର୍ଣ୍ଣ ପ୍ରେମ କାହାଣୀ

ସଂପୂର୍ଣ୍ଣ ପ୍ରେମ କାହାଣୀ

2 mins
200



          ଦୁଇଟି ଭିଡିଓ ବନେଇବାର ଥିଲା।


          ମୋର ସ୍ମାର୍ଟଫୋନ୍ ମୋତେ ଏ ଦିଗରେ ବହୁତ କିଛି ସହଯୋଗ ଦେଲା।


          ପ୍ରଥମଟି ଶର୍ମିଷ୍ଠାଙ୍କ ଅନୁପସ୍ଥିତରେ,ହେଲେ ଦ୍ବିତୀୟଟି ତାଙ୍କ ସହିତ ବନେଇଲି।


          ପ୍ରଥମଟି ସଂପର୍କରେ ଏତିକି କହିବାକୁ ଚାହିଁବି - - - -


          ମୋ ପାଖରେ ପଲ୍ଲବୀଙ୍କର କେତେକ ଫଟୋ ରହିଥିଲା।ହାତ ଲେଖା ଚିଠି ବି ଥିଲା।ମୋ ପାଇଁ ସେ ସୂର୍ଯ୍ୟେ।ଦୟ ଆଙ୍କିଥିବା ଓ ମୋ ନାଆଁ ଲେଖିଥିବା ରୁମାଲ୍ ମଧ୍ୟ ଥିଲା।


          ଏସବୁ ଖୁବ୍ ଯତ୍ନରେ ସାଇତି ରଖିଥିଲି ମୁଁ।ସେ ଅନ୍ୟ ଜଣକୁ ବାହା ହୋଇ ଚାଲିଗଲେ ବୋଲି ଜାଣିବା ପରେ ମଧ୍ୟ ନଷ୍ଟ କରିଦେବାକୁ ଚାହିଁ ନ ଥିଲି।ମଝିରେ ମଝିରେ ଖୋଲି ଦେଖୁଥିଲି, ପଢୁଥିଲି।


          ତାଙ୍କ ପରେ ମୁଁ ଶର୍ମିଷ୍ଠାଙ୍କୁ ବାହା ହେଲି।


          ପ୍ରେମିକା ..... ପ୍ରେମିକା।ପତ୍ନୀ ..... ପତ୍ନୀ।


          ସ୍ମୃତି ଓ ସନ୍ତକ ସବୁ ପୋଡି ଜାଳି ପାଉଁଶ କରିଦେବାକୁ ହଠତ୍ ଇଚ୍ଛା ହୁଏ କ'ଣ !


          ହେଲେ କାଳେ ମୋର ଦାମ୍ପତ୍ୟରେ ଝଡ ଆସିଯିବ - ଏମିତି ଭାବି ଦିନେ ମୁଁ ଖୁବ୍ ଭୟ ପାଇଗଲି।


           ଶର୍ମିଷ୍ଠା ଅଫିସ ଯାଇଥାନ୍ତି।ସନ୍ତକ ସବୁକୁ ପୋଡି ପାଉଁଶ କରିଦେବାକୁ ଯୋଜନା ତିଆରି କରିଦେଲି।ଗୋଟି ଗୋଟି କରି ସବୁ ଘର ପଛକୁ ନେଇଗଲି।କିଛି ବି ଛାଡିଲିନି।ଏକାଠି କଲି ଗୋଟାଏ ଜାଗାରେ।


           ଏଇଠୁ ମୋର ପ୍ରଥମ ଭିଡିଓଟିର କାମ ଆରମ୍ଭ ହେଲା।ସବୁ ପୋଡି ପାଉଁଶ ହେବାଯାଏ ଜାରୀ ରହିଲା ମୋର କାର୍ଯ୍ୟକ୍ରମ।ଶେଷରେ ମୋତେ କିଛିଟା ସାନ୍ତ୍ବନା ଓ ଖୁସି ମିଳିଗଲା।


           ତା' ପରେ ଦିନେ ଶର୍ମିଷ୍ଠାଙ୍କୁ ଏକ ହସଖୁସିର ମୁହୂର୍ତ୍ତରେ ଦେଖି ଦ୍ବିତୀୟ ଭିଡିଓଟିର କାର୍ଯ୍ୟ ଆରମ୍ଭ କରିଦେଲି।ତାଙ୍କ ସହିତ କିଛି ସୁସଂଯତ ଅନ୍ତରଙ୍ଗ ଦୃଶ୍ୟ, ଆଳାପ ଓ ଚୁମ୍ବନକୁ କ୍ୟାମେରାରେ ଧରିନେଲି।ତା' ସହିତ ତାଙ୍କ ସୌନ୍ଦର୍ଯ୍ୟ ଓ ହସ ହସ ଚେହେରାର ଝଲକ ମଧ୍ୟ ସେଥିରେ ଧରି ରଖିଲି।


           ଶର୍ମିଷ୍ଠାଙ୍କ ସହିତ ମୁଁ ଖୁସିରେ ଅଛି - ମୋଟାମୋଟି ଭାବେ ତାଙ୍କୁ ସେତିକି ଦେଖାଇ ଦେବାକୁ ଚାହିଁଥିଲି ।ତେଣୁ ସେମିତି ଦୃଶ୍ୟ ଧରି ନେଇଥିଲି।


          ତା' ପରେ ଦୁଇଟି ଯାକ ଭିଡିଓ ପଲ୍ଲବୀଙ୍କ ପାଖକୁ ତାଙ୍କ ହ୍ଵାଟ୍ସଆପରେ ପଠାଇଦେଲି।


          ତଳେ ତାଙ୍କୁ ଲେଖିଦେଲି - - - - - 


          ପଲ୍ଲବୀ,ଏବେ ଆମ ଦୁହିଙ୍କ ଭିତରେ ଦୂରତା ଅନେକ।ତେଣୁ ଅଚାନକ ସାକ୍ଷାତ ହୋଇ ଯିବାର ଆଶଙ୍କା ମନକୁ ଆଣିବନି।ମୋ ପାଖରେ ଥିବା ତୁମର ସବୁତକ ଦସ୍ତାବିଜକୁ ମୁଁ ପୋଡି ପାଉଁଶ କରିଦେଇଛି।କେବଳ ସ୍ମୃତିକୁ ଛାଡିଦେଲେ ଆଉ କେଉଁଠି ନାହିଁ ତୁମ ଭଲପାଇବାର ଅକ୍ଷର।


           ହଁ,ଯେଉଁମାନେ ଆମ କଥା ଜାଣିଥିଲେ ସେମାନଙ୍କ ଭିତରୁ ଅନେକଙ୍କ ଘରେ ଏବେ ଆଣ୍ଠୁଏ ପାଣି।କବାଟ, ଝରକା ବନ୍ଦ କଲେ ବି ଛାତରୁ ପାଣି ଗଳୁଛି।ଭଲ ହେଲା ଆମ କାହାଣୀ ଅସମ୍ପୂର୍ଣ୍ଣ ହୋଇ ରହିଗଲା।


          ମନେ ପକେଇଲେ ପିଲାଟି ଦିନରୁ ଏଯାବତ କେତେ ନା କେତେ କାହାଣୀ ଅସମ୍ପୂର୍ଣ୍ଣ ଅବସ୍ଥାରେ ଛାତି ଭିତରେ ପଡି ରହିଛି।ଇଏ ସେଭଳି ଗୋଟିଏ।ତୁମେ ଦେଖିବ ଘୋର ଅନ୍ଧକାର ଭିତରେ ଦିନେ ନା ଦିନେ ଆମର ଏ ଅସମ୍ପୂର୍ଣ୍ଣ କାହାଣୀଟି ବିଲୁପ୍ତ ହୋଇଯିବ।


           କାଳେ କେବେ ତୁମକୁ ଅସୁବିଧାରେ ପକାଇଦେବି - ମୋ ରାଣ,ଏମିତି ଆଉ ଭାବିବ ନାହିଁ।ତୁମେ ଖୁସିରେ ଅଛ,ହେଲେ ମୁଁ ଆଦୌ ଦୁଃଖରେ ନାହିଁ।ମୁଁ ବି ଖୁସିରେ ଅଛି।ଭିଡିଓ ଦୁଇଟି ଭଲକରି ଦେଖିବ।ବଳେ ବୁଝି ପାରିବ।


          ପଠାଇବାର ଠିକ୍ ପରେ ପରେ ଭିଡିଓ ଦୁଇଟି ସେ ଦେଖିଥିବା ସୂଚନା ମିଳିଲା।ହେଲେ କୌଣସି ପ୍ରତିକ୍ରିୟା ମିଳିଲା ନାହିଁ।


          ଆଶ୍ଚର୍ଯ୍ୟ ହେଲି।ଅପେକ୍ଷାରେ ରହିଲି।


          ଏମିତିରେ କିଛି ଦିନ ବିତିଗଲା।


          ଏବେ ସବୁ ସୁଖ ଓ ଖୁସି ଭିତରେ ବି ନିଜର ବ୍ୟର୍ଥତାକୁ ହିଁ ମୁଁ ଦେଖୁଛି କେବଳ।ଲୁଚି ଲୁଚି ଲୁହ ଗଡାଉଛି।ହାୟ ପଲ୍ଲବୀ !


          ଦିନେ ତାଙ୍କ ହ୍ବାଟ୍ସଆପରେ ତାଙ୍କୁ ପୁଣି ଏତିକି ଲେଖି ଦେବାକୁ ଚାହିଁଲି।ହେଲେ କାହିଁକି କେଜାଣି ସେଇ ଅକ୍ଷର ସବୁକୁ ଟାଇପ୍ କରିବାକୁ ଆଦୌ ହାତ ଗଲାନି।ନା,......।


          ଅସମ୍ପୂର୍ଣ୍ଣ ହୋଇ ବି ମୋତେ ଏବେ ଆମର ପ୍ରେମ କାହାଣୀଟି ବେଶ୍ ସଂପୂର୍ଣ୍ଣ ଲାଗୁଥିଲା।ହଁ,ସଂପୂର୍ଣ୍ଣ ପ୍ରେମ କାହାଣୀ।


Rate this content
Log in

Similar oriya story from Romance