Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Tragedy

2  

Writer Roja Panda

Tragedy

ଭିନ୍ନ ଏକ ମାଆ

ଭିନ୍ନ ଏକ ମାଆ

1 min
7.1K


ରୋଜା ପଣ୍ଡା


ଭିନ୍ନ ଏକ ମାଆ ଯିଏ ତାର ପୁତ୍ରକୁ କହେ,

"ତୁ ଗାନ୍ଧୀ , ଗୋପବନ୍ଧୁଙ୍କ ପରି ହବୁ"

"ତୁ ଜନ୍ମମାଟି ପାଇଁ ଜୀବନ ଦବୁ"

ସେଇ ମାଆ , ଯିଏ ଆଜିର ମାଆ ନୁହେଁ

ଏ ଯୁଗର ମାଆ ନୁହେଁ

ଯେଉଁ ମାଆ ତାର ସନ୍ତାନକୁ ଶିଖାଇବ ଯେ,

"ପୁଅ ତୁ ଡାକ୍ତର ,କି ଇଞ୍ଜିନିଅର ହବୁ,

ଓକିଲ କି ଅଫିସର ହବୁ"

ଇଏ ସେଇ ମାଆ , ଭିନ୍ନ ଏକ ପୃଥିବୀର ମାଆ

ଯିଏ ତାର ପୁତ୍ର କୁ ହାତ ଧରି ଶିଖାଏ,

"ଗାନ୍ଧୀ ,ଗୋପବନ୍ଧୁଙ୍କ ପରି ଏ ଦେଶ ପାଇଁ ଜୀବନ ଦବୁ"

କାରଣ ପଚାରିଲେ ପୁତ୍ର ---

ମାଆ ତାର ଉତ୍ତରରେ କହେ,

"ଡାକ୍ତର କି ଇଞ୍ଜିନିଅର

ଓକିଲ କି ଅଫିସର ହେଲେ ଅବସର ପରେ ତତେ ସମସ୍ତେ ଭୁଲିଯିବେ

ହେଲେ ଗାନ୍ଧୀ ଓ ଗୋପବନ୍ଧୁ ପରି ହେଲେ ଏ ପୃଥିବୀର ପ୍ରତ୍ୟେକ ଜନତା , ଜୀବଜନ୍ତୁ , ପାଣି ପବନ

ତତେ ଚିରକାଳ ମାନେ ରଖିବେ" I

ଭିନ୍ନ ଏକ ପୃଥିବୀର ମାଆ

ନିଜ ଛାତିରେ ପଥର ଲଦି ପୁତ୍ର ମଥାରେ ବିଜୟ ଟୀକା ଲଗାଇ

ପଠାଇଦିଏ ନିଜର ବହୁମୂଲ୍ୟ ଜୀବନ ବିନିମୟରେ

ରକ୍ଷା କରିବାକୁ ଅନ୍ୟର ଜୀବନ

ସେଇ ମାଆ ପୁଣି ଯନ୍ତ୍ରଣା ଓ ଦୁଃଖରେ ପୁତ୍ରକୁ ଅନ୍ୟର ଜୀବନ ପାଇଁ

ହରାଇବାର ଶୋକରେ କାନ୍ଦି ଉଠେ

ଥରାଇ ହୃଦୟ ଆଉ ଅସ୍ଥିର ହୁଏ ତାର ମନ I



ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର, ମଧୁପାଟଣା,

କଟକ- ୭୫ ୩୦୧୦

E Mail: roja.saumya@gmail.com


Rate this content
Log in

Similar oriya poem from Tragedy