Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Romance

3  

Prasant Kumar Nath

Romance

ବର୍ଷା ଓ ପ୍ରିୟା

ବର୍ଷା ଓ ପ୍ରିୟା

1 min
6.5K


ପ୍ରିୟାଟା ମୋହର ବହୁତ ସୁନ୍ଦର

ଅଟେ ଟିକେ ଲାଜକୁଳୀ

ବରଷା ଆସିଲେ କୁନି ପିଲା ପରି

ଭିଜିବାକୁ କରେ ଅଳି ।

ଆଜିବି ମୋ ପ୍ରିୟା ବରଷା ଆସିଲେ

ଖାତାରୁ କାଗଜ ଚିରି

ଅଗଣାକୁ ତାର ଧାଇଁ ସେ ଯାଉଛି

କାଗଜ ଡଙ୍ଗା ଟେ କରି ।

ହସି ହସି ପ୍ରିୟା ବରଷା ଜଳକୁ

ପାପୁଲିରେ ନିଏ ତୋଳି

ନାଚି ନାଚି ପୁଣି ବରଷାରେ ଖେଳେ

ଦେହରେ କାଦୁଅ ବୋଳି ।

ଜଳରେଣୁ ଦେଖି ଆନନ୍ଦରେ ପ୍ରିୟା

ଟିପରେ ଫୁଟାଉ ଥାଏ

ସାଧବ ବୋହୂକୁ ଧରିବା ପାଇଁକି

ପଛେ ପଛେ ଧାଉଁ ଥାଏ ।

ନିଜ ଭିଜା ଦେହେ ଦେଖିଦିଏ ଯେବେ

ଲାଜରେ ଝାଉଁଳି ଯାଏ

ଲାଜେଇ ଲାଜେଇ ତଳକୁ ଚାହିଁ ସେ

ମୋ ଦେହେ ଆଉଜି ହୁଏ ।


Rate this content
Log in

Similar oriya poem from Romance