STORYMIRROR

Anam Charan Sahoo

Abstract Others

3  

Anam Charan Sahoo

Abstract Others

ଆଲୋକ ପଥ

ଆଲୋକ ପଥ

1 min
344

ଆମ ଗାଆଁ ଶେଷ ବରଗଛ ପାଶ

ଯହିଁ ବିଦ୍ୟାଳୟ ଠିଆ

ମାଆ ବାପା ମୋତେ ସାଥେ ନେଇ ଗଲେ

ପଢ଼ିବାକୁ ପାଠ ନୂଆ।

ହେଲା ମୋ ବୟସ ଯେବେ ପାଞ୍ଚ ବର୍ଷ

ଖଡ଼ି ଧରାଇଲେ ଗୁରୁ

ତ୍ରିନାଥ ଦେବଙ୍କୁ ସୁମରଣା କଲି

ପାଠପଢା ହେଲା ସୁରୁ।

ସିଲଟରେ କାଟି ମୁଣ୍ଡୁଳା ତିନୋଟି

ଚିହ୍ନାଇଲେ ଗୁରୁ ମୋତେ

ଜଣେ ବ୍ରହ୍ମା, ଜଣେ ବିଷ୍ଣୁ, ମହେଶ୍ୱର

ଜଗତ ପାଳକ ସତେ।

ନୂଆ ସାଥୀ ସହ ହେଲା ପରିଚୟ

ନଥିଲାତ ଭେଦଭାବ

ହସି ଖେଳି ମୋର ଦିବସ ସରିଲା

ବାହିଲି ଜ୍ଞାନର ନାବ।

ଗୁରୁ ଗୁରୁମାଙ୍କ ଅପାର ଆଶିଷ

ଝରୁଥିଲା ସୁଧା ବିନ୍ଦୁ

ବହୁ ତପ ଫଳେ ମିଳଇ ସକଳେ

ଜ୍ଞାନର ଅମୃତ ସିନ୍ଧୁ।

ଗୁରୁ ପାଦତଳେ ପ୍ରଣତି ମୁଁ ଢାଳେ

ଯୋଡି ବେନି ହସ୍ତ ମୋର

ଜାହ୍ନବୀ ରୁପରେ ସଦା ବହିଯାଏ

ଯାହାଙ୍କ କରୁଣା ଝର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract