ଚିରସ୍ଥାୟୀ ପ୍ରଣୟର ବର୍ଣ୍ଣ
ଚିରସ୍ଥାୟୀ ପ୍ରଣୟର ବର୍ଣ୍ଣ
ଏହି ହୃଦୟରେ ସର୍ବଦା ବିଦ୍ୟମାନ ରୁହେ ପ୍ରଣୟ,
ଅଜଣା ଯେ ମନ କେବେ ନେବ ପ୍ରେମର ନିର୍ଣ୍ଣୟ,
ଏ ଅଦ୍ଭୁତ ଅନୁଭୂତିର ନାହିଁ କୌଣସି କ୍ରୟ ବିକ୍ରୟ,
ଜୀବନ ଯୌବନରେ ଯିଏ ଆଣି ଦିଏ ଅଭିନବ ଲୟ |୧|
ଅନଙ୍ଗ ପ୍ରେମର ଅଛି କେତେ ଯେ ରୂପ ରଙ୍ଗ,
ଚିତ୍ତରେ ସୃଜନ କରେ କେତେ ନୂତନ ସୁରଙ୍ଗ,
ହର୍ଷରେ ଯୁଗଳ-ପ୍ରେମୀ ପାଆନ୍ତି ଆନନ୍ଦ ତରଙ୍ଗ,
ପ୍ରେମିକା ସ୍ୱରରୁ ପ୍ରେମିକ ମାନେ ପକାଏ ସାରଙ୍ଗ |୨|
ଏହି ବିଶାଳ ଦୁନିଆ ଏକ ରଙ୍ଗବେରଙ୍ଗ ରଙ୍ଗାଳୟ,
ବଳିଦାନ ଅସଚେତନରେ କରେ ପ୍ରଣୟରେ ନିଳୟ,
ଯେମିତି କୃଷ୍ଣପ୍ରେୟସୀ ରାଧାଙ୍କ ମନ ଯେ ଦେବାଳୟ,
ଦୂର ରହି କରିଲେ ନିଜ ମନକୁ କହ୍ନେଇଙ୍କ ପ୍ରେମାଳୟ |୨|
ମୁରଲୀଧରଙ୍କର ସ୍ମୃତି ହେଲା ପୂର୍ଣ୍ଣଚନ୍ଦ୍ରଙ୍କର କିରଣ,
ଶ୍ୟାମା ସ୍ମରଣ କରନ୍ତି ମାଧବଙ୍କର ସୁମଧୁର ସମ୍ଭାଷଣ,
ପୁନଃ ସନ୍ଦର୍ଶନ କେବେ ହେବ ପୀତାମ୍ବରଙ୍କ ପଦ୍ମଚରଣ,
ଅସାଧ୍ୟ ଏହି ଶାଶ୍ୱତ ବସନ୍ତରାସ ପ୍ରେମରାସର ବିବରଣ|୩|
ବୃନ୍ଦାବନର ବଂଶୀଧର ହେଲେ ରାଧିକାଙ୍କର ସଂସାର,
ଗୋବିନ୍ଦଙ୍କ ସାମୀପ୍ୟ ସହ ସୁନ୍ଦର ଲାଗେ ଯମୁନା ତୀର,
ତାଙ୍କର ରାସଲୀଳା ହେଲା ଅନୁରାଗର ଚିରସ୍ଥାୟୀ ସାର,
ପ୍ରଣୟର ଏହି ବର୍ଣ୍ଣକୁ ନିତ୍ୟେ କରୁଛନ୍ତି ଜଗତରେ ପ୍ରସାର |୪|