ସଖି
ସଖି
କେତେ କାଳରୁ ଏମିତି
ଠିଆ ହୋଇ ଚାହିଁ ଥିବୁ
ପ୍ରଚ୍ଛନ୍ନ ଏକ ସକାଳର ଗୋଲାପ ଟିପରି
ମୃଦୁ ହାସ୍ୟ ଢ଼ାଳି ତୋର ବାଗ୍ମୀ ଅଧରରେ।
ସତେଯେପରି ଗପିଯିବୁ
ତୋ ହୃଦୟର ସାଇତା
ପାର୍ଥିବ ବାସନାର ଅନିଶ୍ଚିତ କଥାକଳ୍ପ
ବିରକ୍ତିକର ଯାହା ସବୁ ଏ
ଜଗତର ନିରାନନ୍ଦ ବିଳାପକୁ।
ଉଦ୍ଧାରିବେ ନାହିଁ କେହି
ଲମ୍ଫଦେଇ ଜୀବନର ସେତୁବନ୍ଧ
ଉପରେ ପ୍ରବାହିତ ଜଳ ପ୍ଲାବନକୁ।
କେତେ ଆଉ ଦେଖୁଥିବୁ
ବିସ୍ମୟର ସଖି ଟିଏ ହୋଇ,
ଭଲହେବ ବରଂ ଚପଳାଟିଏ ହୋଇ
ମିଳେଇଯିବୁ ଏକ ଦ୍ରଷ୍ଟା ଶିଖରରେ
ଭ୍ରମଣ କରି କରି ତୋ ଶୋଭନ ସାଥିସହ
ବୁଝିଯିବୁ ତୋଲୀଳାର
ଆରମ୍ଭରୁ ଅନ୍ତଯାଏଁ।
।।।ରାଜଲକ୍ଷ୍ମୀ।।।