ରାଜଧାନୀ ବର୍ଷା
ରାଜଧାନୀ ବର୍ଷା
ବରଷା ପାଣିରେ ଉବୁଟୁବୁ ଏବେ
କଟକ ଭୁବନେଶ୍ଵର
ଜୀବନ ଯାପନ ହରଡଘଣାରେ
ରାଜଧାନୀ ବାସୀଙ୍କର ।।
ଯେଉଁଠି ଅଛନ୍ତି ସବୁ ନେତା ମନ୍ତ୍ରୀ
ଚାକିରିଆ ଅଫିସର
ସେହିଠାରେ ଯଦି ଏଭଳି ଅବସ୍ଥା
ଗାଁ କଥା ଭାବିବା ଦୂର ।।
ନା କେନ୍ଦ୍ର ଦାୟୀ ନା ରାଜ୍ୟ ଦାୟୀ
ସେ କଥା ପ୍ରଭୁଙ୍କୁ ଜଣା
ଆମେ ଖାଲି ଜାଣୁ ପ୍ରତି ଯୋଜନାର
ହୁଏ ଏଠି ବାଟ ବଣା ।।
ଓଡିଶା ବିକାଶ ସ୍ଵପ୍ନ ଦେଖିବାଟା
ଛାଡିଦିଅ ସରକାର
ଡ୍ରେନ୍ କରିକି ମାନ ରଖ ଫାଷ୍ଟ୍
ଦୁଇ ରାଜଧାନୀଙ୍କର ।।