SARATA KUMAR DAS

Abstract

2  

SARATA KUMAR DAS

Abstract

ତମେ ଦେବୀ

ତମେ ଦେବୀ

2 mins
367



ଯେତେ ହାତ ବଢାଇଲେ ବି

ତମକୁ ଛୁଇଁ ହୁଏନା

ତମେ ଲମ୍ବି ଲମ୍ବି ଯାଅ ଅନ୍ତରରୁ ଅନ୍ତରୀକ୍ଷ 

ଯେତେ ଧରିବାକୁ ଚେଷ୍ଟା କଲେ ବି

ତମକୁ ଧରି ହୁଏନା  

ଘୁଞ୍ଚି ଘୁଞ୍ଚି ଯାଅ ତମେ ସାଗରରୁ ମହାସାଗର

ଯେତେ ଦେଖିବାକୁ ଚାହିଁଲେ ବି

ତମକୁ ଦେଖି ହୁଏନା 

ତମେ ଲୁଚିଯାଅ ମୋ ଅତୁଟ ବିଶ୍ବାସର ନିବିଡ ଛାଇରେ

ମୋ ସିକ୍ତ ନିଃଶ୍ବାସର ନିଷିଦ୍ଧ ଛାତିରେ ।


କେମିତି ଛୁଇଁବି ତମକୁ ଯେ

କେମିତି ଧରିବି ତମକୁ ଯେ 

ତମେ ପରା ଦେବୀ ଦଶଭୂଜା, ମହାମାୟା

ତମେ ପରା ବିଶ୍ବରୂପା ପୁଣି ଶୂନ୍ୟରୂପା

ଅଗ୍ନିସମ୍ଭୁତା , ହୁତୁହୁତୁ ଜଳୁଥିବା 

ଉର୍ଦ୍ଧ୍ବମୁଖୀ ଜ୍ୟୋତିରେଖା 


କେମିତି ଦେଖିବି ତମକୁ ଯେ

ତମର ତ ଅଧିଷ୍ଠାନ ମଣିମୟ ସିଂହାସନ

ଆକାଶ ଠୁ ଉଚ୍ଚ , ସମୁଦ୍ର ଠୁ ସ୍ବଚ୍ଛ ପୁଣି ପାହାଡ ଠୁ ବିଶାଳ

ଧୂପ ଦୀପ ଫୁଲ ଚନ୍ଦନର ମହମହ ବାସରେ

ତମେ ତ ସତତ ବିସ୍ମୟ ବିଭୋର ,

ପୁଣି ଘଣ୍ଟ ଘଣ୍ଟା ଆଳତିର ମହାମୂର୍ଚ୍ଛନାରେ

ତମେ ସଦା ଉଜାଗର, 

ପାଟଶାଢୀ ,ନାଲି ଶଙ୍ଖା, ସିନ୍ଦୁର ,ଅଳତା, କଜ୍ଜ୍ବଳରେ

ତମେ ସତ ବିଭୂଷିତା,ବୈଭବ ମଣ୍ଡିତା

ମନ୍ତ୍ରର ଛନ୍ଦରେ ,ଫୁଲର ରେଣୁରେ ତମେ ସଦା ବିରାଜିତା 

ସଦା ପ୍ରକଟିତା ସିଦ୍ଧିର ଆଦ୍ୟ ସ୍ତବକରେ 

କେବେ ପୁଣି ସାଧନାର ମୁକୁଳିତ ମହମହ ବାସରେ ।


ତମର ଆଦି ଅଛି ନା' ଅନ୍ତ

ନା' ଆଛି ଆବାହନ ନା' ବିସର୍ଜନ 

ନା' ଅଛି ରୂପ ନ' ଅଛି ରଙ୍ଗ

ନା' ଅଛି ଦିନ ନା' ଅଛି ମାସ ନା' ଅଛି ବର୍ଷ ଅବା ଦଣ୍ଡ 

ଭୂମିରୁ ଭୂମାକୁ ଛୁଉଁଥିବା ତମେ ତ ଶକ୍ତିର ଆଧାର

ଜ୍ୟୋତିର୍ମୟୀ, ସୃଷ୍ଟିର ସମ୍ଭାର ପୁଣି ଧ୍ବଂସର ତାଣ୍ଡବ  

ତମେ ଚିର ଦେଦୀପ୍ୟମାନ, ସତ୍ୟ ଓ ସୁନ୍ଦର 


କେମିତି ତମକୁ କହିବି ଯେ 

ତମେ ଦେବୀ ,ତମେ ମଧୁମୟୀ ,ତମେ ଦିବ୍ୟ ତନୟା

ତମେ ପୁଣି ଅପରୂପା ,ଶ୍ବେତପଦ୍ମା ,ଯୋଗମାୟା

କେମିତି ତମକୁ ବୁଝାଇବି ଯେ

ମୁଁ ସାମାନ୍ୟ ଅସ୍ତିତ୍ବହୀନ ମାଟିର ପିଣ୍ଡୁଳାଟିଏ

କେତେବେଳେ ଭାଙ୍ଗିଯାଏ ତ,ପୁଣି କେତେବେଳେ

ଗଢି ହୋଇଯାଏ ଆପଣା ଛାଏଁ ଏକା ଏକା

ନାଚୁଥାଏ ଯନ୍ତ୍ରବତ୍ ନିୟତିର ନିର୍ଦ୍ଦେଶରେ

ସକାଳରୁ ସଞ୍ଜ ପୁଣି ରାତ୍ରିର ନୀରୋଳା ପ୍ରହରେ

କେତେବେଳେ ଗଢୁଥାଏ ନୀଡଟିଏ ନିର୍ଜନଦ୍ବୀପରେ

ପୁଣି କେତେବେଳେ ମଧୁମାଳତୀର ମଧୁର କୁଂଜରେ


ତମେ ଦେବୀ,

ସେଥିପାଇଁ ତ ମୁଁ ସମର୍ପି ଦିଏ ତମକୁ

ମୋ ବିଶ୍ବାସର ସରଳ ଓ ମହାର୍ଘ ଅର୍ଘ୍ଯ,

କରୁଥାଏ ମହାସ୍ନାନ ମୋ ଭକ୍ତିର ନୀଳପାରାବାରେ  

ଢାଳିଦିଏ କେତେ ଘିଅବତି , ତମ ସହ ଯୁଗଯୁକ୍ତ ହୁଏ

ମୋ ଭାବାବେଗ ହୁଏ ରୁଦ୍ରାକ୍ଷମଣ୍ଡିତ

ଉଦ୍ଭାସିତ ହୁଏ ମୋ ପ୍ରୀତିପୂର୍ଣ୍ଣ ବିମୁଗ୍ଧ ଚେତନା

ଆକାଶକୁ ଛୁଇଁଯାଏ ମୋ ଦିବ୍ୟ ଉନ୍ମାଦନା 

ଯେତେ ଅନ୍ଧକାର ହୁଏ ଅରୁଣ ଅର୍ଚ୍ଚିତ 

ସ୍ବପ୍ନ ମୋର ସଜ୍ଜିତ ହୁଏ ତମର ଅନିଦ୍ୟ ସତ୍ତାରେ

କେଉଁ ଏକ ମଧୁର ଲଗ୍ନରେ


ଏବେ ବୋଧେ ଘଟିଲାଣି ଅନ୍ତ ମହାପ୍ରତୀକ୍ଷାର

ଶରତ ଆକାଶ ତଳେ ହସିଲାଣି କାଶତଣ୍ଡୀ 

ପୂଜାବେଦୀ ସଜାଇହେଲାଣି ରଙ୍ଗବେରଙ୍ଗର ଦିବ୍ୟ ଓଢଣିରେ

ଅପେକ୍ଷାରେ ତମ ପାଇଁ ସସାଗରାଧରା ବୀନିତ ମୁଦ୍ରାରେ

ଚତୁର୍ଦ୍ଦିଗ ଶୁଭିଲାଣି ମଙ୍ଗଳାଚରଣ ବେଦଧ୍ବନି

ଅକୁଳ ନିବେଦନ ତମ ଆବାହନୀ ପାଇଁ 

ଅବତାରି ଆସ ତମେ ଏ ଧରାଧାମକୁ

ହଟାଯାଉ ଅଶୁଭ ,ପାପୀର ପାପାଚାର ଯେତକ ଯନ୍ତ୍ରଣା 

ଗୁଳିଗୋଳା କମାଣର ଗନ୍ଧ, ଦୁଃଖତାପ ଯେତେ ନିର୍ଯ୍ଯାତନା 

ନେସିହୋଇଯାଉ ହାତ ପାପୁଲିରେ ଆଶିଷର ରେଣୁ  

ବାଜିଉଠୁ ପାଞ୍ଚଜନ୍ୟ ଜୀବନର ମହାସଂଗ୍ରାମରେ 



Rate this content
Log in

Similar oriya poem from Abstract