ଶୁନ୍ୟ ହୋଇ ଆସିଥିଲି
ଶୁନ୍ୟ ହୋଇ ଆସିଥିଲି
ଆସିଥିଲି ଆଜି ଶ୍ରୀମନ୍ଦିର ତୁମ
ଦରଶନ ସାରି ଯାଉଛି
ଭେଟିବାର ଥିଲା ତୁମକୁ ହେ ପ୍ରଭୁ
ମନସ୍କାମ ମୋର ପୁରିଛି
ଏତେ ଦିନ ପରେ ପାଇ ତୁମ ଦେଖା
ଭାବରେ ବିଭୋର ହୋଇଛି
ତୁମ ଆଖି ସହ ମୋ ଆଖି ମିଶେଇ
ସବୁ ନୂଆ ନୂଆ ଦିଶୁଛି
ହେ ଜଗନ୍ନାଥ
ଶୁନ୍ୟ ହୋଇ ଆସିଥିଲି
ମୁଁ ପୁର୍ଣ ହୋଇ ଯାଉଛି
ରିକ୍ତ ହୋଇ ଆସିଥିଲି
ମୁଁ ମୁକ୍ତ ହୋଇ ଫେରୁଛି।
ତୁମ ଦରଶନ କରି ମୁଁ ନଥିଲି
ସଂସାର ଭିତରେ ସରୁଥିଲି,
କରମ ଭିତରେ ମରମେ ମରମେ
ତୁମକୁ ହିଁ ନିତି ଝୁରୁଥିଲି।
ଆଜି କି ଦେଖିଲି ତୁମେ ବି ମୋ ପାଇଁ
ବାଟ ଜଗି ସତେ ବସିଥିଲ,
ଗରୁଡ଼ ପଛରୁ ଯେବେ ମୁଁ ଚାହିଁ
ଲି
ମୋତେ ଦେଖି ଟିକେ ହସିଦେଲ।
ହେ ଜଗନ୍ନାଥ
ଦୀନ ହୋଇ ଆସିଥିଲି
ମୁଁ ଧନ୍ୟ ହୋଇ ଯାଉଛି
ବିନ୍ଦୁ ହୋଇ ଆସିଥିଲି
ମୁଁ ସିନ୍ଧୁ ହୋଇ ଫେରୁଛି।
ତୁମ ଅପରୂପ ରୂପର ମୋହରେ
ଆଉ ଥରେ ପ୍ରଭୁ ପଡ଼ି ଗଲି,
ଅନ୍ତର ଚକ୍ଷୁରେ ତୋଳି ନେଇଛି ମୁଁ
ଆଖି ବୁଝି ନିରେଖିବି ବୋଲି।
ପ୍ରାଣ ମୋର ପରିତ୍ରାଣ ଗଲା ହୋଇ
ମଣ୍ଡପେ ଅଭଡ଼ା ପାଇ ସାରି,
ପତିତ ପାବନ ବାନା ତୁମ ଦେଖି
ପାପ ମୋର ସବୁ ଗଲା ସରି।
ହେ ଜଗନ୍ନାଥ
ଅଭାବରେ ଆସିଥିଲି,
ମୁଁ ଭାବ ନେଇ ଯାଉଛି
ଖାଲି ହାତେ ଆସିଥିଲି,
ମୁଁ ଭରା ହାତେ ଫେରୁଛି।୩।