STORYMIRROR

Bijay Prusty

Abstract

3  

Bijay Prusty

Abstract

ଲାଗିଛି ଡୋରୀ ଯିବା ପୁରୀ

ଲାଗିଛି ଡୋରୀ ଯିବା ପୁରୀ

1 min
209


ଶିରୀକ୍ଷେତ୍ର ଧାମ ଡାକିଲାଣି ସଖୀ

ଲାଗିଛି କାଳିଆ ଡୋରୀ

ତା ଡାକରା ବିନା କେହି କଣ କେବେ

ଯାଇ ପାରିଲାଣି ପୁରୀ ।


ହଳଦୀ ରଙ୍ଗର ପାଟଶାଢୀ ଟିଏ

ବେଗି ବେଗି ଦେ' ପିନ୍ଧି

ପାଟ କାନିରେ ତୁ ନିର୍ମାଲ୍ୟ କଣିକା

ଯତନେ ଦେଇଥା ବାନ୍ଧି I


ଧୋବ ଧୋତି ଆଉ ଓତା ଯୋଡଟିଏ

କାଢିଦେ ପେଡିରୁ ତୋର

ତାକୁ ପିନ୍ଧିଦେଇ ଖୁସି ମନେ ସଖୀ

ଯିବି ମୁଁ କାଳିଆ ଘର I


ଆମରି ଗଛର ନଡିଆ ଗୋଟିଏ

କାଳିଆ ପାଇଁକି ନେବୁ

ଘର ଗାଈ ଘିଅ ନେଇଥିବୁ ଟିକେ

ଘିଅ ଦୀପ ଜଳାଇବୁ I


ବାଟଚଲା କ୍ଳାନ୍ତି ବାଧିବନି ଜମା

ଚାଲୁଥିଲେ ଥିରି ଥିରି

ତା ନାମ ସୁମରି ବାଟଯିବ ସରି

ପହଞ୍ଚିବା ଆମେ ପୁରୀ I


କଳା ଶ୍ରୀମୁଖକୁ ଦର୍ଶନ କରିବା

କିଛି ତୁ ମାଗିବୁ ନାହିଁ

ସବୁ ମିଳିଯିବ ଯଦି ସେ ଟିକିଏ

କୃପାନେତ୍ରେ ଦେବ ଚାହିଁ I

  


Rate this content
Log in

Similar oriya poem from Abstract