STORYMIRROR

Nirupama Bhattamishra

Abstract

3  

Nirupama Bhattamishra

Abstract

ନିଃଶବ୍ଦ

ନିଃଶବ୍ଦ

1 min
303

ଧୀରେ ଧୀରେ

ହୃଦୟ ହୀନ ଲାଗୁଥିଲା ସହର

ଅହମିକା ର ଓଢଣୀ ରେ

ଢାଙ୍କି ହେଇଯାଇଥିଲା ତାର

ଦୂରଦର୍ଶୀ ଆଖି

ସବୁଠି ଛକା ପଂଜା ର ଖେଳ

ଖୁବ କରୁଣ ହେଉଥିଲା

କିଛି ନିରୀହ ମୁହଁ

ପ୍ରେମ ବିଷାଦ ରାଗରେ

ମୂର୍ଚ୍ଛନା ତୋଳୁଥିଲା

ସାରା ସହର ଟା ଛଳନା ମୁଦ୍ରାରେ

ବିଶ୍ୱାସ ର ବନ୍ଧ ଭାଙ୍ଗି ସାରିଥିଲା

ନିଅଣ୍ଟିଆ ଜୀବନରୁ

ସାଉଁଟି ଥିବା ମୁହୂର୍ତ୍ତ ର

ହିସାବ ନିକାସ ରେ କିଛି ବ୍ୟସ୍ତ ଥିଲେ

ଏତେ ଏଇସୁର୍ଯ୍ୟ ଭିତରେ ବି

ଗୋଟେ ହାହାକାର ମୟତା

ଚଳ ଚଞ୍ଚଳତା ଭିତରେ

ନିସ୍ତବ୍ଧ ହେଉଥିଲା ମନ

ଆତ୍ମୀୟ ଙ୍କ ଭିଡରେ

ଗୋଟେ ନିରୋଳା ଅସହାୟ ପଣ

ଦୀର୍ଘ ଶ୍ୱାସ ର ଦର୍ଘ୍ୟ ମାପିବାକୁ

ସାହସ ନଥିଲା, ତେଣୁ ଫେରିବାକୁ ହେଲା

ଅନେକ ପଛରେ ଛାଡି ଆସିଥିଲା

ଗୋଟେ କର୍ତ୍ତୃତ୍ୱ ହୀନ ଭାବିତବ୍ୟ

ପାଦ ଦୁଇଟି ମାଡିଚାଲିଥିଲା

କେଜାଣି କେଉଁଠିକୁ

ଆଗକୁ ଆଗକୁ ନା ପଛକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract