ନିଃଶବ୍ଦ
ନିଃଶବ୍ଦ
ଧୀରେ ଧୀରେ
ହୃଦୟ ହୀନ ଲାଗୁଥିଲା ସହର
ଅହମିକା ର ଓଢଣୀ ରେ
ଢାଙ୍କି ହେଇଯାଇଥିଲା ତାର
ଦୂରଦର୍ଶୀ ଆଖି
ସବୁଠି ଛକା ପଂଜା ର ଖେଳ
ଖୁବ କରୁଣ ହେଉଥିଲା
କିଛି ନିରୀହ ମୁହଁ
ପ୍ରେମ ବିଷାଦ ରାଗରେ
ମୂର୍ଚ୍ଛନା ତୋଳୁଥିଲା
ସାରା ସହର ଟା ଛଳନା ମୁଦ୍ରାରେ
ବିଶ୍ୱାସ ର ବନ୍ଧ ଭାଙ୍ଗି ସାରିଥିଲା
ନିଅଣ୍ଟିଆ ଜୀବନରୁ
ସାଉଁଟି ଥିବା ମୁହୂର୍ତ୍ତ ର
ହିସାବ ନିକାସ ରେ କିଛି ବ୍ୟସ୍ତ ଥିଲେ
ଏତେ ଏଇସୁର୍ଯ୍ୟ ଭିତରେ ବି
ଗୋଟେ ହାହାକାର ମୟତା
ଚଳ ଚଞ୍ଚଳତା ଭିତରେ
ନିସ୍ତବ୍ଧ ହେଉଥିଲା ମନ
ଆତ୍ମୀୟ ଙ୍କ ଭିଡରେ
ଗୋଟେ ନିରୋଳା ଅସହାୟ ପଣ
ଦୀର୍ଘ ଶ୍ୱାସ ର ଦର୍ଘ୍ୟ ମାପିବାକୁ
ସାହସ ନଥିଲା, ତେଣୁ ଫେରିବାକୁ ହେଲା
ଅନେକ ପଛରେ ଛାଡି ଆସିଥିଲା
ଗୋଟେ କର୍ତ୍ତୃତ୍ୱ ହୀନ ଭାବିତବ୍ୟ
ପାଦ ଦୁଇଟି ମାଡିଚାଲିଥିଲା
କେଜାଣି କେଉଁଠିକୁ
ଆଗକୁ ଆଗକୁ ନା ପଛକୁ
