ଏଥର ଶୀତରେ
ଏଥର ଶୀତରେ
ଏଥର ଶୀତରେ ...
ବରଫ ହେଇଯାଆନ୍ତା କି ହୃଦୟ ମୋର,
ତୁମ ହୃଦୟରେ ପଡନ୍ତା ,
ଚୁର୍ ମାର୍ ହୋଇ....
ତରଳି ଯାଆନ୍ତା ନିମିଷକେ,ଆଉ
ତନୁ ମନ ତୁମ ଦିଅନ୍ତି ଭିଜାଇ।
ପ୍ରଜ୍ଜଳିତ ହେଇ ଆମ ପ୍ରେମର ଅଗ୍ନି,
ନିବିଡତାରେ, ଉଷ୍ଣତାର ଅନୁଭୂତି ଓ
ସ୍ୱର୍ଗୀୟ ଅନୁରାଗରେ .....
ସ୍ୱର୍ଣ୍ଣିମ ହେବ, ଶୀତର ରଜନୀ ।
କାମନା,ବାସନାର ହିମସ୍ରୋତରେ,
ଲାଖି ହୋଇ ରହିଯିବି,
ତୁମ ମନ ମସ୍ତିଷ୍କରେ...
ହିମପିଣ୍ଡ ପରି ,
ଏଥର ଶୀତରେ।