Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shiba Charan Mahapatra

Inspirational

3  

Shiba Charan Mahapatra

Inspirational

ବାଜି ରାଉତ

ବାଜି ରାଉତ

1 min
405



ତେଜୋଦ୍ଦୀପ୍ତମୟ ଅମଳିନ ରବି

ଉତ୍କଳ ମାଟିର ବୀର

ବାର ବରଷର ବାଳୁତ ସନ୍ତାନ

ଲେଖିଗଲ ସ୍ବର୍ଣ୍ଣକ୍ଷାର

ଅନ୍ୟାୟ ଅନୀତି ଅଧର୍ମ ବିରୋଧେ 

ତେଜିଥିଲା ତୁମ ସ୍ୱର

ଇଂରେଜ ଶାସନ କମାଣ ଆଗରେ

ନଇଁ ନଥିଲା ସେ ଶିର..

ମାତୃଭୂମି ମାନ ମହତ ନିମନ୍ତେ

ଚୁମି ଫିରଙ୍ଗୀଙ୍କ ଗୁଳି

ଜନମ ଭୁଇଁର ପଣତେ ଶୋଇଲ

ଲୋହିତ ରକତ ବୋଳି..

ଗଡଜାତ ଆନ୍ଦୋଳନ ଶ୍ରେଷ୍ଠ ପୁତ୍ର

ଅମର ସହିଦ୍ ବାଜି

କୀରତି ବିଭବ ବୀରତ୍ବ ସୁରୁଜ

ଦିନୁ ଦିନ ଜଳେ ତେଜି..

ଝୁରେ ମା' ମମତା କାହିଁଗଲ ସୁତ

ସ୍ନେହ କୋଳ କରି ଶୂନ୍ୟ

ବ୍ରାହ୍ମଣୀ ନଦୀର ପ୍ରଶସ୍ତ ବୁକୁରେ

ଶୋଇଗଲୁ କି ମୋ ଧନ..

ପଥଭ୍ରଷ୍ଟ ଜନ ରକତେ ଐତିହ୍ୟ

ପଡିଲାଣି ଯେବେ ଶୋଇ

ଆଉଥରେ ଜାଗ ଏ ମାଟି ସନ୍ତାନ

ବୀରତ୍ବ ଗାରିମା ଗାଇ..

ଦେଶ ମାତୃକାର ଜୟଯାତ୍ରା ପାଇଁ

ଟଳିଯାଉ ପଛେ ମଥା

ପ୍ରତି ମନେ ଜାଗୁ ପରଜା ମଣ୍ଡଳ

ଅଟଳ ସପଥ ଗାଥା..

ଏ ମାଟି ଗଢିଛି କେତେ ସୁର ବୀର

ତୁହି କାଇଁ ଏତେ ଭୀରୁ

ସୁଆର୍ଥ ଲାଳସା ଅନ୍ଧ ମୁହାଣିରେ

ମଣିଷତ୍ୱ ନିତି ମାରୁ..

ପ୍ରତି ପ୍ରାଣେ ଜାଗୁ ବାଜିଆ ବୀରତ୍ବ

ହସୁ ମୋ ଉତ୍କଳ ମାଟି

ସପତ କେସରୀ ଅଟଳ ସାହସେ

ଫୁଲିଉଠୁ ବୀର ଛାତି...


Rate this content
Log in

Similar oriya poem from Inspirational