ବିଚରା ଜୀବନ
ବିଚରା ଜୀବନ
କାଲି ରାତିରେ
ରାସ୍ତାରେ ଭେଟିଲି ଜୀବନକୁ
ଦେଖାହେଲା ଆଉ କଥା ବି ହେଲା,
ହେଲେ ମଉଳି ଯାଇଥିଲା
ତା ମନରେ ଥିବା ଆଶା ଓ ଆକାଂକ୍ଷା
ସ୍ୱପ୍ନ ପୂରଣ କରିବାକୁ ଯାଇ
ସର୍ବହରା ହୋଇପଡ଼ିଥିଲା ସେ
ସ୍ୱପ୍ନ ତାହାର ପୂର୍ଣ୍ଣାଙ୍ଗ ରୂପ ନ ନେଇ,
ପଡ଼ିରହିଛି ତା ମନର କେଉଁ ଅନ୍ଧାରି କୋଣରେ
ଗଲାବେଳେ
ଗୋଟେ କଥା କହି ଦେଇଗଲା
ସ୍ୱପ୍ନ ଦେଖିବାକୁ ରାତି ନୁହେଁ,
ଏବେ ସାଥୀଟେ ଖୋଜୁଛି
କାଳେ ମିଳିଯିବ ତାକୁ
ସେ ଅଦେଖା ସାଥୀ,
ଏଇ ଆଶାରେ
ଘୁରି ବୁଲୁଛି ଏ ସହରର ଗଳି ,କନ୍ଦି ଆଉ ରାଜ ରାସ୍ତାରେ