କଲମ
କଲମ
କଲମ,
ମତେ ଲାଗେ
ମଣିଷର ପ୍ରତିଛବି ତୁ ।
ତୋ ଶରୀରରେ ଯେମିତି
ରହିଅଛି କାଳି
ଠିକ୍ ମଣିଷ ଶରୀରରେ ରକ୍ତ ।
ଖାଲି ଏତିକି ଅନ୍ତର
ତୋ ରକ୍ତ କଳା
ମଣିଷର ରକ୍ତ ଲାଲ୍ ।
କଲମ,
ତୋ ଠାରେ ଯେମିତି ରହିଅଛି
ଶାନ୍ତ, ସରଳ, ଧୈର୍ଯ୍ୟ ଗୁଣ
ମଣିଷ ଠାରେ ମଧ୍ୟ ସେ ସବୁ ଗୁଣ ନିହିତ ।
କଲମ,
ତୁ ଯେମିତି ଚାଲୁ ଚାଲୁ
ଅକସ୍ମାତ୍ ରହିଯାଇ ପୁଣି ଆଗକୁ ବଢୁ
ସେମିତି ମଣିଷ ଜୀବନର ଜଞ୍ଜାଳରେ ରହିଯାଇ
ଆଗକୁ ଗତିକରେ ଜୀବନରେ ।
କଲମ,
ତୋ ଆୟୁ ଅର୍ଥାତ୍ କାଳି
ଯେମିତି ଧୀରେ ଧୀରେ କମେ
ମଣିଷ ଆୟୁ ମଧ୍ୟ ଧିରେ ଧିରେ ନ୍ୟୁନ ହୁଏ ।
କଲମ,
ତୋ ସୁରକ୍ଷା ପାଇଁ ଯେମିତି ରହିଥାଏ ଢାଙ୍କୁଣି
ମଣିଷ ମୁଣ୍ଡରେ ମଧ୍ୟ ରହିଥାଏ
ଢାଙ୍କୁଣି ସଦୃଶ ମାତାପିତାଙ୍କର ଆଶୀର୍ବାଦ ।
କଲମ,
ତୋ କାଳି ସରିଲେ ଯେମିତି
ତୋର ହୋଇଥାଏ ମୃତ୍ୟୁ
ସେମିତି ରକତ ବିନା ହୁଏ
ମଣିଷର ମୁତ୍ୟୁ ।