STORYMIRROR

Arup kumar Bhoi

Abstract

3  

Arup kumar Bhoi

Abstract

କଲମ

କଲମ

1 min
188

କଲମ,

ମତେ ଲାଗେ 

ମଣିଷର ପ୍ରତିଛବି ତୁ ।

ତୋ ଶରୀରରେ ଯେମିତି

ରହିଅଛି କାଳି

ଠିକ୍ ମଣିଷ ଶରୀରରେ ରକ୍ତ ।

ଖାଲି ଏତିକି ଅନ୍ତର

ତୋ ରକ୍ତ କଳା

ମଣିଷର ରକ୍ତ ଲାଲ୍ ।

କଲମ,

ତୋ ଠାରେ ଯେମିତି ରହିଅଛି

ଶାନ୍ତ, ସରଳ, ଧୈର୍ଯ୍ୟ ଗୁଣ 

ମଣିଷ ଠାରେ ମଧ୍ୟ ସେ ସବୁ ଗୁଣ ନିହିତ ।

କଲମ,

ତୁ ଯେମିତି ଚାଲୁ ଚାଲୁ 

ଅକସ୍ମାତ୍ ରହିଯାଇ ପୁଣି ଆଗକୁ ବଢୁ 

ସେମିତି ମଣିଷ ଜୀବନର ଜଞ୍ଜାଳରେ ରହିଯାଇ

ଆଗକୁ ଗତିକରେ ଜୀବନରେ ।

କଲମ,

ତୋ ଆୟୁ ଅର୍ଥାତ୍ କାଳି

ଯେମିତି ଧୀରେ ଧୀରେ କମେ

ମଣିଷ ଆୟୁ ମଧ୍ୟ ଧିରେ ଧିରେ ନ୍ୟୁନ ହୁଏ ।

କଲମ,

ତୋ ସୁରକ୍ଷା ପାଇଁ ଯେମିତି ରହିଥାଏ ଢାଙ୍କୁଣି

ମଣିଷ ମୁଣ୍ଡରେ ମଧ୍ୟ ରହିଥାଏ

ଢାଙ୍କୁଣି ସଦୃଶ ମାତାପିତାଙ୍କର ଆଶୀର୍ବାଦ ।

କଲମ,

ତୋ କାଳି ସରିଲେ ଯେମିତି

ତୋର ହୋଇଥାଏ ମୃତ୍ୟୁ

ସେମିତି ରକତ ବିନା ହୁଏ

ମଣିଷର ମୁତ୍ୟୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Arup kumar Bhoi

କଲମ

କଲମ

1 min ପଢ଼ନ୍ତୁ

Similar oriya poem from Abstract