Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lina Mohanty

Romance Fantasy

5.0  

Lina Mohanty

Romance Fantasy

ଆଜି ବି ଖୋଜୁଛି

ଆଜି ବି ଖୋଜୁଛି

1 min
344


ସେଦିନ ସେ ଅନ୍ଧାର ରାତିରେ

ଘଡଘଡିର ଚିତ୍କାରରେ,

ବିଜୁଳିର ଲୁଚକାଳି ଖେଳରେ

ହଠାତ୍ କିଛି ପଡ଼ିଲା ଆଖିରେ ।।


ଜଣେ ଧଳା ଲୁଗା ପିନ୍ଧା ଯୁବତୀ

ଆଖିରେ ଭରା କ୍ରୋଧର ଅଗ୍ନି,

ସତେ ଯେମିତି ସେ ଆଡେସାଡ଼େ

କାହାକୁ ଖୋଜି ଚାଲିଛି ।।


ଚାଲିବାର ଗତି ନ ଥିଲା ତାର

ସାଧାରଣ ମଣିଷ ଭଳି,

ଆଖି ପିଛୁଳାକେ ଉଭାନ ହେଉଥିଲା

ବର୍ଷା ରାତିର ବିଜୁଳି ପରି ।।


ମୋ ପାଦ ତ ପଛକୁ ଫେରିଲା

ଭୟରେ କମ୍ପିଲା ଶରୀର,,

ନା ଥିଲା ପାଖରେ କେହି ମୋର

ନା ପାଖେ କିଛି ଘର ।।


ସାହସ କରି ବଢ଼ାଇଲି ଆଗକୁ ପାଦ

ଦୃତ ଗତିରେ ମାଡ଼ି ଆସୁଥଲା,

ଲାଗୁଥିଲା ଅଟକି ଯିବ ମୋ ସ୍ପନ୍ଦନ

ତା ଆଖିରେ ଯେଉଁ ନିଆଁ ଥିଲା ।।


ହଠାତ୍ ସେ ଚିତ୍କାର କରି ଉଠିଲା

ଲୁହ ଥିଲା ତା ପଲକରେ,

କହିଲା ଆଜି ବି ଖୋଜୁଛି ତୁମକୁ

ଖୋଜୁଥିବି ସବୁ ଜନମରେ ।।



Rate this content
Log in

Similar oriya poem from Romance