STORYMIRROR

Sukadev Mahanta

Romance

3  

Sukadev Mahanta

Romance

ଅବଶୋଷ

ଅବଶୋଷ

1 min
229

ତୁମେ ଦିନେ ଆସି    ଜୀବନରେ ମୋର

     ମେଘର ମହ୍ଲାର ରଚି

ଯାହାକୁ ଦେଖି ମୋ    ମନର ମୟୂରୀ

    ଆନନ୍ଦେ ଉଠିଲା ନାଚି ||

ନାଚର ଭୋଳରେ    ପାଦେ ମୋ ଫୁଟିଲା

     ବୟସ ଦୋଷର କଣ୍ଟା

ଯାହାର ଆଘାତେ     କ୍ଷତାକ୍ତ ହେଲି ମୁଁ

     ଭାଙ୍ଗିଗଲା ମୋର ଅଣ୍ଟା ||

 ଯେଉଁ ଦମ୍ଭେ ମୁହିଁ    କଥା କହୁଥିଲି

      ସେ ଦମ୍ଭ ହେଲା ଚୂନା

ମାନି ମୁଁ ନ ଥିଲି       ଗୁରୁଜନ କଥା

    ହୋଇଥିଲି  ଆନମନା ||

ମାୟା ମରିଚିକା  ପଛେ ଧାଇଁ ଧାଇଁ

   ମେଣ୍ଟିଲାନି ମୋର ଶୋଷ

ବୁଝିଲାବେଳକୁ   ବହୁ ଡେରି ହେଲା

    ସାରହେଲା ଅବଶୋଷ।।


Rate this content
Log in

Similar oriya poem from Romance