Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ବଧୂ-ପ୍ରବେଶ

ବଧୂ-ପ୍ରବେଶ

1 min
6.8K


ରୋମାଣ୍ଟିକ କବି ମାୟାଧର ମାନସିଂହ


ଗୃହେ ବଧୂ-ବୃନ୍ଦ-ମୁଖେ ଶୁଭ ହୁଳହୁଳି,

ଗ୍ରାମଦାଣ୍ଡେ ଶୁଭ ଶଙ୍ଖ,ମଙ୍ଗଳ ମହୁରି,

ଦ୍ୱାରେ ତୁଙ୍ଗ ବାଦ୍ୟରୋଳ,ଚନ୍ଦ୍ରାତପ ତଳେ

ପ୍ରଦୀପ ଆଲୋକ ପାଶେ ମହା କୋଳାହଳେ

ଆଣିଲେ କୁଟୁମ୍ବଜନେ ବାହି ନବବଧୂ

ଦରିଦ୍ର କୁଟୀର ଦ୍ୱାରେ ।କ୍ଷୁଦ୍ର ଦୁଇ ପଦୁ

ଅଲକ୍ତ-ରକ୍ତିମ ଶୋଭା ନିଃସରି ତାହାର

ପ୍ରାଣହୀନ ମୃତ୍ତିକାରେ ଜୀବନ-ସଞ୍ଚାର

ସହସା କରିଲା କ୍ଷଣେ ।ପଟ୍ଟ-ପରିହିତା,

ନିଖିଳ କନକ-ଅଙ୍ଗେ ଭୂଷଣ-ଭୂଷିତା,

ମସ୍ତକେ ସିନ୍ଦୁର ବିନ୍ଦୁ,ନୟନେ କଜ୍ଜଳ,

ଚଉପାଶ କବରୀର ସୌରଭେ ଉଚ୍ଛଳ-

ପ୍ରବେଶନ୍ତେ ଧୀରେ ବଧୂ କୁଟୀରେ ଆମ୍ଭର

କଲ୍ୟାଣେ ହସିଲା ଯେହ୍ନେ ଗୃହର ଚତ୍ୱର ।


ସମାପ୍ତ


Rate this content
Log in

Similar oriya poem from Classics