ମାଣବସା
ମାଣବସା
ଆସିଲା ମାସ ମଗୁଶୁର ,
ବାରରେ ଶ୍ରେଷ୍ଠ ଗୁରୁବାର ।
ଲକ୍ଷ୍ମୀ ପୁରାଣ ବହିଟିରେ
ଉଲ୍ଲେଖ କଥାଟି ସେଥିରେ।
ପଞ୍ଚସଖା ସେ ଅନ୍ୟତମ
ଲେଖିଲେ କଥାଟି ମରମ ।
ପ୍ରସଙ୍ଗ ଲକ୍ଷ୍ମୀ ପୁରାଣରେ
ଦୁର୍ବଳା ନ ଭାବ ନାରୀରେ ।
ଜଗା ବଳିଆ ଦୁଇ ଭାଇ
ଏ ସାରା ବ୍ରହ୍ମାଣ୍ଡ ଗୋସାଇଁ ।
ଲକ୍ଷ୍ମୀଙ୍କୁ ଅପମାନ କଲେ
ବଡ଼ ଦେଉଳୁ ତଡ଼ି ଦେଲେ ।
ମା ଲକ୍ଷ୍ମୀ ଉପାୟଟି କଲେ
ନାରୀର ମହତ ରଖିଲେ ।
ପୁଣି କହିଲେ ଜାତି କଥା
ନିଚ ଚଣ୍ଡାଳୁଣୀର ଗାଥା ।
ସ୍ଵୟଂ ମା ଲକ୍ଷ୍ମୀ ବିଜେ ହେଲେ
ଶ୍ରୀୟାର କର୍ମକୁ ଦେଖିଲେ ।
ଗୁରୁବାର ପ୍ରାତୁ ଉଠିଣ
ସଫା ସୁତୁରା ପ୍ରତି କୋଣ ।
ଅରୁଆ ଚିତା ଚାଉଳରେ
ଗୋବର ଲିପା ଯତନରେ ।
ପୂଜିଲେ ଲକ୍ଷ୍ମୀଙ୍କ ଚରଣ
ଦୟାରେ ଦେବେଟି ଶରଣ ।
ମାଣରେ ନୂଆ ଧାନ ଥୋଇ
ଚନ୍ଦନ ସିନ୍ଦୂର ଲଗାଇ ।
ଅନ୍ନକୁ ମାନ ଦେଉଥିବ
ଧନରେ ଅହଂ ନ ରଖିବ ।
ଏ ଜାତି କଥା ମଣିଷର
ଧର୍ମ ସଂସ୍କୃତି ସମାଜର ।
ପଥଟି ହୋଇବ ସୁଗମ
ଚିନ୍ତି ଲେଖିଲେ ବଳରାମ ।
ଅନେକ ବରଷର ପରେ
ଆଜିବି ପୂଜ୍ୟ ଘରେ ଘରେ ।
