STORYMIRROR

ଅନିଲ କୁମାର ଲେଙ୍କା

Classics

3  

ଅନିଲ କୁମାର ଲେଙ୍କା

Classics

## ମାଣବସା ##

## ମାଣବସା ##

1 min
163


ମାତା ମହାଲକ୍ଷ୍ମୀ ପୂଜିତ ହୁଅନ୍ତି

   ଆସିଗଲେ ମାର୍ଗଶୀର

ଓଡିଆ ଘରର ଅନ୍ୟତମ ଓଷା

   ମାଣବସା ଗୁରୁବାର ।।

ଏହି ଶ୍ରେଷ୍ଠମାସ ବୃହଷ୍ପତି ବାରେ

    ଲକ୍ଷ୍ମୀଙ୍କର ପୂଜା ହୁଏ

ଗୋମୟ ଜଳରେ ଘର ଦୁଆରକୁ 

   କୂଳବଧୁ ଧୋଇଥାଏ ।।

ବଟା ଚାଉଳର ଝୋଟି ପିଠୋଉରେ

   ଲକ୍ଷ୍ମୀ ପାଦ ଟଣାହୁଏ

ଓଡିଆଣୀ ବୋହୁ ପଦ୍ମ ପାଖୁଡାର

   ଚିତା ଘରେ ଆଙ୍କିଦିଏ ।।

ଆମ୍ବଡାଳ ଦୁବ ବରକୋଳି ପତ୍ର

   ଗେଣ୍ଡୁଫୁଲ ଲୋଡାହୁଏ

ଶୁକ୍ଳ ବର୍ଣ୍ଣ ଧାନ ମାଣ ଖଟୁଲୀକୁ

    ପୂର୍ବ ଦିନୁ ସଜାହୁଏ ।।

ପ୍ରଭାତରୁ ଉଠି ଘର ବୋହୁମାନେ

    ସ୍ନାନ କର୍ମ ସାରିଦେଇ

ଆବାହନେ ପୂଜେ ମାଆ ଲକ୍ଷ୍ମୀଙ୍କର

   ଦୀପ ହୂଳହୂଳି ଦେଇ ।।

ବାଳଧୂପ ସହ ନୈବେଦ୍ୟ ହୁଅଇ

     ଚାରି ପାଳି ଗୁରୁବାର

ପ୍ରତି ପାଳି ପୁଣି ଲକ୍ଷ୍ମୀ ପୂରାଣକୁ

   ପଢା ହୁଏ ବାରବାର ।।

ଶ୍ରୀୟା ଚଣ୍ଡାଲୁଣୀ ପୂଜା କରୁଥିଲା

    ମନ ଜାଣି ଲକ୍ଷ୍ମୀଙ୍କର

ମାତା ପଦ୍ମାଳୟା ତାଘରେ କରିଲେ

    କୋଟି ରତ୍ନ ଭରପୁର ।।

ବ୍ରାହ୍ମଣ ଚଣ୍ଡାଳ ଉଚ୍ଚ ନୀଚ୍ଚ କ୍ରମ

    ରହେନା ଏହି ଓଷାରେ

ଲକ୍ଷ୍ମୀ ପୂରାଣରେ ବଳରାମ ଦାସ

    କହନ୍ତି ଏ କଥା ବାରେ ।।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics