STORYMIRROR

DR SAMIR RANJAN BEHERA

Classics Inspirational

3  

DR SAMIR RANJAN BEHERA

Classics Inspirational

ପ୍ରଭୁପାଦ ତଳେ

ପ୍ରଭୁପାଦ ତଳେ

1 min
229

 

  ଦ୍ବୀପ ଟିଏ ମୋତେ କର ମହାପ୍ରଭୁ 

             ତୋ ମନ୍ଦିରେ ଜଳୁଥିବି 

   ତୋର ପାଦ ତଳେ ଜଳି ଜଳି ପ୍ରଭୁ 

            ସୁଖି ସୁଖି ସରିଯିବି ll


   ଧୂପ ଟିଏ ମୋତେ କର ମହାପ୍ରଭୁ 

        ତୋ ବେଢାରେ ମହକିବି 

   ତୋ ଶ୍ରୀପୟରେ ବୋଳି ହେଇ ପ୍ରଭୁ 

        ତୋ ମହକ କୁ ବିଚରିଵି ll


   ପକ୍ଷୀ ଟିଏ ମୋତେ କର ମହାପ୍ରଭୁ 

        ଶ୍ରୀମନ୍ଦିରେ ଆଶ୍ରା ନେଉଥିବି 

  ତୋ ମନ୍ଦିର ବେଢାରେ ନିର୍ମାଲ୍ୟ ସବୁ 

         ଖୁଣ୍ଟି ଖୁଣ୍ଟି ଖାଉଥିବି ll


  କନା ଟିଏ ମୋତେ କର ମହାପ୍ରଭୁ 

         କଳ୍ପବଟେ ବନ୍ଧା ହେବି 

  ପତିତପାବନ ନେତ ହେଇ ପ୍ରଭୁ 

         ଫୁରୁ ଫୁରୁ ଉଡ଼ୁଥିବି ll


   ଫୁଲ ଟିଏ ମୋତେ କର ମହା ପ୍ରଭୁ 

       କୋଇଲି ବୈକୁଣ୍ଠେ ଥିବି 

   ତୋ ପୂଜାଅର୍ଚନା ରେ ଲାଗୁଥିବି ମୁହିଁ 

         ତୋ ପାଦ ତଳେ ଲୋଟି ଯିବି ll


   ଯୋଗୀ ଟିଏ ମୋତେ କର ମହାପ୍ରଭୁ 

          ବଡ ଦାଣ୍ଡେ ଗଡୁ ଥିବି 

   ତୋର ଦରଶନ ନିତି କରୁଥିବି ପ୍ରଭୁ 

          ତୋ ଅବଡ଼ା ଖାଉଥିବି ll


   ତୁଳସୀ ପତ୍ର ଟେ କର ମହା ପ୍ରଭୁ 

         ତୋ ମସ୍ତକେ ଲାଗୁଥିବି 

   ଭକ୍ତ ମାନଙ୍କର ହାତ ଛୁଁଉଥିବି 

      କଲ୍ୟାଣ ର ଅଂଶୀ ହେଉଥିବି ll


   ଅବଡ଼ା ଟିକିଏ କର ମହାପ୍ରଭୁ 

           ଭୋଗ ହେଇ ଲାଗୁଥିବି 

   ଭକ୍ତ ଦୀନ ଦୁଖୀ ପେଟ ପୁରୁ ଥିବି  

          ନିର୍ମାଲ୍ୟ ବି ହେଉଥିବି ll


   ପଥର ଟେ ମୋତେ କର ମହାପ୍ରଭୁ 

          ବାଇଶି ପାହାଚେ ଥିବି 

   ଭକ୍ତ ପାଦ ଧୂଳି ରଂଜିତ ହୋଇବି 

          ତୋ ସାନିଧ୍ୟ ଲଭୁଥିବି ll


   ତୁମ ପାଦ ତଳେ ଆଶ୍ରା ଦିଅ ପ୍ରଭୁ 

         ଏ ଦୁଃଖିକୁ ମହାବାହୁ 

   ତୋ ନାମ ଗୁଣ ଗାଇ ଗାଇ ପ୍ରଭୁ

      ମୋ ଜୀବନ ଚାଲିଯାଉ ll


  ତୁମେ ଆରମ୍ଭ ପ୍ରଭୁ ମୁଁ ଯେ ଶେଷ 

     ତୁମେ ଧର୍ମ ପ୍ରଭୁ ମୁଁ ଅଟେ ପାପ 

  ଲୋଡ଼ା ନାହିଁ ମୋର ଐଶ୍ୱର୍ଯ୍ୟ ସମ୍ପତ୍ତି 

     ଲିଭିଦିଅ ଏ ଜୀବନ ଦୀପ 

     ଲିଭିଦିଅ ଏ ଜୀବନ ଦୀପ ll   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics