ପ୍ରଭୁପାଦ ତଳେ
ପ୍ରଭୁପାଦ ତଳେ
ଦ୍ବୀପ ଟିଏ ମୋତେ କର ମହାପ୍ରଭୁ
ତୋ ମନ୍ଦିରେ ଜଳୁଥିବି
ତୋର ପାଦ ତଳେ ଜଳି ଜଳି ପ୍ରଭୁ
ସୁଖି ସୁଖି ସରିଯିବି ll
ଧୂପ ଟିଏ ମୋତେ କର ମହାପ୍ରଭୁ
ତୋ ବେଢାରେ ମହକିବି
ତୋ ଶ୍ରୀପୟରେ ବୋଳି ହେଇ ପ୍ରଭୁ
ତୋ ମହକ କୁ ବିଚରିଵି ll
ପକ୍ଷୀ ଟିଏ ମୋତେ କର ମହାପ୍ରଭୁ
ଶ୍ରୀମନ୍ଦିରେ ଆଶ୍ରା ନେଉଥିବି
ତୋ ମନ୍ଦିର ବେଢାରେ ନିର୍ମାଲ୍ୟ ସବୁ
ଖୁଣ୍ଟି ଖୁଣ୍ଟି ଖାଉଥିବି ll
କନା ଟିଏ ମୋତେ କର ମହାପ୍ରଭୁ
କଳ୍ପବଟେ ବନ୍ଧା ହେବି
ପତିତପାବନ ନେତ ହେଇ ପ୍ରଭୁ
ଫୁରୁ ଫୁରୁ ଉଡ଼ୁଥିବି ll
ଫୁଲ ଟିଏ ମୋତେ କର ମହା ପ୍ରଭୁ
କୋଇଲି ବୈକୁଣ୍ଠେ ଥିବି
ତୋ ପୂଜାଅର୍ଚନା ରେ ଲାଗୁଥିବି ମୁହିଁ
ତୋ ପାଦ ତଳେ ଲୋଟି ଯିବି ll
ଯୋଗୀ ଟିଏ ମୋତେ କର ମହାପ୍ରଭୁ
ବଡ ଦାଣ୍ଡେ ଗଡୁ ଥିବି
ତୋର ଦରଶନ ନିତି କରୁଥିବି ପ୍ରଭୁ
ତୋ ଅବଡ଼ା ଖାଉଥିବି ll
ତୁଳସୀ ପତ୍ର ଟେ କର ମହା ପ୍ରଭୁ
ତୋ ମସ୍ତକେ ଲାଗୁଥିବି
ଭକ୍ତ ମାନଙ୍କର ହାତ ଛୁଁଉଥିବି
କଲ୍ୟାଣ ର ଅଂଶୀ ହେଉଥିବି ll
ଅବଡ଼ା ଟିକିଏ କର ମହାପ୍ରଭୁ
ଭୋଗ ହେଇ ଲାଗୁଥିବି
ଭକ୍ତ ଦୀନ ଦୁଖୀ ପେଟ ପୁରୁ ଥିବି
ନିର୍ମାଲ୍ୟ ବି ହେଉଥିବି ll
ପଥର ଟେ ମୋତେ କର ମହାପ୍ରଭୁ
ବାଇଶି ପାହାଚେ ଥିବି
ଭକ୍ତ ପାଦ ଧୂଳି ରଂଜିତ ହୋଇବି
ତୋ ସାନିଧ୍ୟ ଲଭୁଥିବି ll
ତୁମ ପାଦ ତଳେ ଆଶ୍ରା ଦିଅ ପ୍ରଭୁ
ଏ ଦୁଃଖିକୁ ମହାବାହୁ
ତୋ ନାମ ଗୁଣ ଗାଇ ଗାଇ ପ୍ରଭୁ
ମୋ ଜୀବନ ଚାଲିଯାଉ ll
ତୁମେ ଆରମ୍ଭ ପ୍ରଭୁ ମୁଁ ଯେ ଶେଷ
ତୁମେ ଧର୍ମ ପ୍ରଭୁ ମୁଁ ଅଟେ ପାପ
ଲୋଡ଼ା ନାହିଁ ମୋର ଐଶ୍ୱର୍ଯ୍ୟ ସମ୍ପତ୍ତି
ଲିଭିଦିଅ ଏ ଜୀବନ ଦୀପ
ଲିଭିଦିଅ ଏ ଜୀବନ ଦୀପ ll
