କବିତା ଆଳାପ-07 : ତରୁଣୀ
କବିତା ଆଳାପ-07 : ତରୁଣୀ
ଆଈ କହୁଥିଲା ବୋଉ ବି କହିଲା ମୁଁ ହେଲି ତରୁଣୀ ଝିଅ,
ଖେଳିବା ବୁଲିବା ମୋତେ ହେଲା ମନା ଚାହିଁବିନି ପୁଅ ମୁହଁ |(ଘୋଷା)
ପାଦ ଚାପିଚାପି ଚାଲିବି ଏଣିକି ହସିବିନି ଉଚ୍ଚସ୍ଵରେ,
ଘରକୋଣରୁ ମୁଁ ବାହାରିବି ନାହିଁ ଲୋକଥିବେ ଯଦି ଘରେ l
ଖୁiଡୀ ବି କହୁଛି ରନ୍ଧଣା ସଣ୍ଠଣା ଏବେଠୁଁ ଶିଖେଇ ଦିଅ,
ଆଈ କହୁଥିଲା ବୋଉ ବି କହିଲା ମୁଁ ହେଲି ତରୁଣୀ ଝିଅ |
ମୀନ ସିନା କେବେ କାହାର ଖାଏନା ସଭିଙ୍କ ବଇରୀ ସିଏ,
ବଡ଼ହେଲେ ଝିଅ ହେଇଯାଏ ମୀନ ଯାଉଥିବା ଲୋକ ଚାହେଁ l
କାହା ମିଠାକଥା ଶୁଣିବୁ ନାହିଁ ଲୋ କେହି ତୋ ନିଜର ନୁହଁ ,
ଆଈ କହୁଥିଲା ବୋଉ ବି କହିଲା ମୁଁ ହେଲି ତରୁଣୀ ଝିଅ |
ଦୁନିଆର ରୀତି-ନୀତି-ଗତି ଦେଖି ଚାଲୁଥିବୁ ମାପିକୁପି,
ଝିଅ ଜନମ ତ ପରଘରକୁ ଲୋ ପଥର କରିବି ଛାତି |
ଭାଉଜ କହିଲେ ତରଳି ଯିବୁନି ତୁହି ହେଲୁ ଗୁଆଘିଅ,
ଆଈ କହୁଥିଲା ବୋଉ ବି କହିଲା ମୁଁ ହେଲି ତରୁଣୀ ଝିଅ |